Cricket: ଆଇସିସି ବୋର୍ଡକୁ ପଲାନି, ଉସ୍‌ମାନି, ରୁଡ଼ି ନିର୍ବାଚିତ: ଖୱାଜାଙ୍କ ପରାଜୟ

Jul 08, 2026 - 16:49
Cricket: ଆଇସିସି ବୋର୍ଡକୁ ପଲାନି, ଉସ୍‌ମାନି, ରୁଡ଼ି ନିର୍ବାଚିତ: ଖୱାଜାଙ୍କ ପରାଜୟ

"ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସହଯୋଗୀ ସଦସ୍ୟ ନିର୍ଦେଶକ ଭାବେ ଗୁରୁମୂର୍ତ୍ତି ପଲାନି, ମୁବାସିର ଉସ୍‌ମାନି ଓ ରୁଡି ଭାନ୍‌ ଭୁରେନ୍‌ ନିର୍ବାଚିତ ହୋଇଛନ୍ତି।

ତେବେ ଅଭିଜ୍ଞ ପ୍ରଶାସକ ଇମ୍ରାନ ଖୱାଜା ଆଶ୍ଚର୍ଯ୍ୟଜନକ ଭାବେ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ବୁଧବାର ଏଡିନ୍‌ବର୍ଗରେ ଆଇସିସି ବାର୍ଷିକ ସମ୍ମିଳନୀ ଅବସରରେ ଏହି ନିର୍ବାଚନ ହୋଇଥିଲା।

Advertisment ପଲାନି ୩୫, ଉସ୍‌ମାନି ଓ ଭୁରେନ୍‌ ୨୬ ଲେଖଶଏଁ ପାଇଥିଲା ବେଳେ ଅନ୍ୟ ଦୁଇ ପ୍ରାର୍ଥୀ ଖୱାଜା ୨୩ ଓ ମହିନ୍ଦା ଭାଲିପୁରମ ୧୯ ଭୋଟ ପାଇଥିଲେ।

ପଲାନି ଓ ଭୁରେନ ପ୍ରଥମ ଥର ପାଇଁ ୧୭ ସଦସ୍ୟ ବିଶିଷ୍ଟ ବୋର୍ଡରେ ପ୍ରବେଶ କରିଥିଲା ବେଳେ ବର୍ତ୍ତମାନର ଡେପୁଟି ଚେୟାରମ୍ୟାନ୍‌ ଖୱାଜାଙ୍କ ପରାଜୟ ସମସ୍ତଙ୍କୁ ବିସ୍ମିତ କରିଛି।

ରବିବାର ଲର୍ଡସରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ଏହାପରେ ବାର୍ଷିକ ସମ୍ମିଳନୀ ପାଇଁ ସ୍କଟଲାଣ୍ଡ ଗସ୍ତ କରିଥିଲେ।

ଏଠାରେ ଅନୁଷ୍ଠିତ ଏହି ୪ ଦିନିଆ ସମ୍ମିଳନୀ ୧୧ତାରିଖରେ ଶେଷ ହେବ।

ICC: ଆଇସିସି ପ୍ରସ୍ତୁତ କରୁଛି ଖସଡ଼ା: ମାତୃତ୍ବ ପରେ ଭଲରେ ଫେରିପାରିବେ କ୍ରିକେଟ୍‌ର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।