Arrest: ଡାକ୍ତରଙ୍କୁ ମାଡ଼ ମାରିଥିବା ସେନା କର୍ପୋରେଟର ଗିରଫ
"ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ସିଭିକ୍ ହସ୍ପିଟାଲରେ ଡାକ୍ତର ଏବଂ ଅନ୍ୟ ମେଡିକାଲ ଷ୍ଟାଫ୍ମାନଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ସିନ୍ଦେ ସେନା ଗୋଷ୍ଠୀର ଜଣେ କର୍ପୋରେଟର ରମେଶ ମହାତ୍ରେ ଗିରଫ ହୋଇଛନ୍ତି।
ଡୋମ୍ବିଭଲିରେ କଲ୍ୟାଣ-ଡୋମ୍ବିଭଲି ପୌର ନିଗମ ଦ୍ବାରା ପରିଚାଳିତ ଶାସ୍ତ୍ରୀ ନଗର ହସ୍ପିଟାଲରେ ଜୁଲାଇ ୬ ତାରିଖରେ ଏହି ଘଟଣା ଘଟିଛି।
ପୁଲିସ ଏହି ଘଟଣାରେ ମହାତ୍ରେ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ମଙ୍ଗଳବାର ରାତିରେ ଏକ ମାମଲା ରୁଜୁ କରିଥିଲା।Advertisment ତେବେ ପୁଲିସ ଆଜି ମହାତ୍ରେଙ୍କୁ ତାଙ୍କ ବାସଭବନରୁ ହାଜତକୁ ନେଇଛି।
ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ ଡାକ୍ତର ସୃତି ବଭିସ୍କର ଏବଂ ବୈଭବ ସାଲୁଙ୍କେ ଏକ ନବଜାତ ଶିଶୁର ସମ୍ପର୍କୀୟମାନଙ୍କୁ ଶିଶୁଟିକୁ ଅନ୍ୟ ଏକ ହସ୍ପିଟାଲକୁ ନେଇଯିବାପାଇଁ କହିଥିଲେ।
ହସ୍ପିଟାଲର ନିକୁ (ନିଓନାଟାଲ ଇଣ୍ଟେନସିଭ୍ କେୟାର ୟୁନିଟ୍) ସମ୍ପୂର୍ଣ୍ଣ ଭାବେ ଭର୍ତ୍ତି ହୋଇସାରିଥିବାରୁ ଏବଂ ପିଲାଟିର ଉପଯୁକ୍ତ ଯତ୍ନର ଆବଶ୍ୟକତା ଥିବାରୁ ଡାକ୍ତରମାନେ ନବଜାତ ଶିଶୁକୁ ଅନ୍ୟ ଏକ ହସ୍ପିଟାଲ ନେବାପାଇଁ କହିଥିଲେ।
ଏହାପରେ ଶିଶୁର ସମ୍ପର୍କୀୟମାନେ ମହାତ୍ରେଙ୍କୁ ଯୋଗାଯୋଗ କରିଥିଲେ।
ମହାତ୍ରେ ତାଙ୍କ ସହଯୋଗୀମାନଙ୍କ ସହ ଆସି ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ଜଣେ ମହିଳା ଡାକ୍ତରଙ୍କ ସହ ହସ୍ପିଟାଲ୍ କର୍ମଚାରୀମାନଙ୍କୁ ମାଡ଼ ମାରିଥିଲେ।
ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
Liquor Seized: ଲଇକେରା ପୁଲିସର ବଡ଼ ସଫଳତା : ୩୨୦ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଗିରଫ ତେବେ ମହାତ୍ରେ ଡାକ୍ତରଙ୍କୁ ମାଡ଼ ମାରିବା କଥାକୁ ଖଣ୍ଡନ କରିଥିଲେ ଏବଂ ଘଟଣା ପାଇଁ କ୍ଷମା ମାଗିବେନି ବୋଲି କହିଥିଲେ।
ସେ କହିଛନ୍ତି, ମୁଁ କୌଣସି ମହିଳା ଡାକ୍ତରଙ୍କୁ ମାରିନାହିଁ।
ସେ ଫୋନ୍ରେ କଥା ହେଉଥିବାରୁ ମୁଁ କେବଳ ତାଙ୍କ ଫୋନ୍ ହଟାଇବାକୁ ଚେଷ୍ଟା କରିଥିଲି।
ମହାତ୍ରେ କହିଛନ୍ତି, ଆମ କାର୍ଯ୍ୟ ଦ୍ବାରା ଜଣେ ମହିଳା ଏବଂ ଜଣେ ଶିଶୁର ଜୀବନ ବଞ୍ଚିଗଲା।
ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏହି ଘଟଣାକୁ ନିନ୍ଦନୀୟ କହିଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ସେ କହିଛନ୍ତି, ଉକ୍ତ ଘଟଣା ଅତ୍ୟନ୍ତ ନିନ୍ଦନୀୟ।
ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି।
ଯିଏ ଆଇନକୁ ହାତକୁ ନେବ ତାକୁ ଛଡ଼ାଯିବନି ବୋଲି ସେ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।