court verdict on Murder Case ପୋଡ଼ଶୀଙ୍କୁ ହତ୍ୟା କରିବା ମାମଲା: ଆାସାମୀଙ୍କୁ ଆଜୀବନ କାରାଦଣ୍ଡ

Jun 30, 2026 - 18:34
court verdict on Murder Case ପୋଡ଼ଶୀଙ୍କୁ ହତ୍ୟା କରିବା ମାମଲା: ଆାସାମୀଙ୍କୁ ଆଜୀବନ କାରାଦଣ୍ଡ

"ରାଉରକେଲା: ପ୍ରାୟ ୬ ବର୍ଷ ପୂର୍ବେ ନିଜର ପଡ଼ୋଶୀଙ୍କୁ ହତ୍ୟା କରିବା ମାମଲାାରେ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment ଆଜି, ରାଉରକେଲାର ଦ୍ୱିତୀୟ ଅତିରିକ୍ତ ସେସନ୍ସ ଜଜ୍ ରଞ୍ଜିତା ଜ୍ୟୋତିଷୀ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

ଅଭିଯୁକ୍ତ ରଞ୍ଜିତ ପ୍ରଧାନ ବିରୋଧରେ ବୀରମିତ୍ରପୁର ପୁଲିସ ଆଇପିସିର ଧାରା ୩୦୨ରେ ନଂ ୬୭/୨୦୨୦ରେ ମାମଲା ରୁଜୁ କରିଥିଲା।

ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଶେଷ କରି ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା।

୧୨ ଜଣ ସାକ୍ଷ୍ୟ, ପ୍ରମାଣ ଓ ଦାଖଲ ଅଭିଯୋଗ ଫର୍ଦ୍ଦ ଭିତ୍ତିରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋର୍ଟ ନିଜର ଦଣ୍ଡାଦେଶରେ ଆସାମୀକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା  ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଜୋରିମାନା ଅର୍ଥ ଅନାଦେୟରେ ଅତିରିକ୍ତ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ଜଜ୍‌ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

ସୁନ୍ଦରଗଡ଼ର ଉପ-ନିର୍ଦ୍ଦେଶକ କନହିଆଲାଲ ପ୍ରଧାନଙ୍କ ମାର୍ଗଦର୍ଶନରେ ଅତିରିକ୍ତ ସରକାରୀ ଓକିଲ ସତ୍ୟ ଶର୍ମା ଏବଂ କରମ ଚାନ୍ଦ ପ୍ରଧାନଙ୍କ ଦ୍ୱାରା ମାମଲା ପରିଚାଳନା କରାଯାଇଥିଲା।

ସୂଚନାଯୋଗ୍ୟ, ୪ ଜୁନ୍‌ ୨୦୨୦ରେ ପୂର୍ବ ବିବାଦକୁ କେନ୍ଦ୍ର କରି ନିଜର ‌ପଡ଼ୋଶୀ ପ୍ରହଲ୍ଲାଦ ଲାଖୁଆଙ୍କୁ ରଞ୍ଜିତ ହତ୍ୟା କରିଥିଲେ।

"