Courageous Shraddha: ସାହସିନୀ ଶ୍ରଦ୍ଧା: ସାଇକେଲରେ ୩୪୧ କି.ମି. ଯାତ୍ରା
"ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ସୁପରିଚିତ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥ ନିକଟରେ କିର୍ଗିଜସ୍ତାନ ଗସ୍ତ କରିଥିଲେ।
ଏହି ଯାତ୍ରା ସମୟରେ ସେ ଏକ ଅଭିନବ ସାଇକେଲ୍ ଅଭିଯାନରେ ସାମିଲ ହୋଇଥିଲେ।
ଆଠ ଦିନ ଧରି ଚାଲିଥିବା ଏହି ଅଭିଯାନରେ ସେ ୩୪୧ କିଲୋମିଟର ସାଇକେଲ୍ ଚଳାଇଥିଲେ।ଏହି ଯାତ୍ରାର ଅନୁଭୂତି ଶ୍ରଦ୍ଧାଙ୍କ ପାଇଁ ବିଶେଷ ଥିଲା।
ପାହାଡ଼ିଆ ରାସ୍ତା, ପଥୁରିଆ ଟ୍ରାକ୍, ଦୁର୍ଗମ ଗିରିପଥ ଓ ଗଭୀର ଉପତ୍ୟକା ଦେଇ ସେ ସାଇକେଲ୍ ଚଳାଇଥିଲେ।
ଝରଣା ଓ ଜଳଧାରା ପାଖ ଦେଇ ଯିବା ସହ ଏସିଆର ପ୍ରସିଦ୍ଧ ସିଲ୍କ ରୁଟ୍ର ମଧ୍ୟ ଅନୁଭବ ନେଇଥିଲେ।Advertisment S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ଯାତ୍ରା ସମୟରେ ସ୍ଥାନୀୟ ଲୋକଙ୍କ ଭଲପାଇବା ମଧ୍ୟ ତାଙ୍କୁ ବେଶ୍ ଛୁଇଁଥିଲା।
ରାସ୍ତାରେ ଲୋକମାନେ ହସି ହସି ହାତ ହଲାଇ ତାଙ୍କୁ ଉତ୍ସାହିତ କରୁଥିଲେ।
ଏପରିକି ଇସିକ୍ କୁଲ୍ ହ୍ରଦ କୂଳରେ କ୍ୟାମ୍ପ କରିଥିବା ବେଳେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ତାଙ୍କ ପାଇଁ ପୁରୁଣା କିର୍ଗିଜ୍ ଗୀତ ଗାଇଥିଲେ।
ଶ୍ରଦ୍ଧା କହିଛନ୍ତି, ଏହି ଯାତ୍ରା ତାଙ୍କୁ ପିଲାଦିନର ସରଳ ଖୁସିକୁ ପୁଣିଥରେ ଅନୁଭବ କରାଇଥିଲା।
ହ୍ୟାଣ୍ଡଲ୍ ନଧରି ସାଇକେଲ୍ ଚଳାଇବା, ଆକାଶରେ ଉଡୁଥିବା ପକ୍ଷୀ ସହ ମନେ ମନେ ପ୍ରତିଯୋଗିତା କରିବା ଭଳି ଛୋଟ ଛୋଟ ମୁହୂର୍ତ୍ତ ତାଙ୍କ ପାଇଁ ଅଭୁଲା ହୋଇ ରହିଛି।
War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ କିର୍ଗିଜ୍ ଭାଷାରେ "ଜାସୁ କେରେମେଟ୍"ର ଅର୍ଥ ହେଉଛି "ଜୀବନ ସୁନ୍ଦର"।
ଶ୍ରଦ୍ଧାଙ୍କ କହିବା ଅନୁସାରେ, ଏହି ଆଠଦିନିଆ ଯାତ୍ରା ତାଙ୍କୁ ଜୀବନର ସୁନ୍ଦରତାକୁ ନୂଆ ଭାବରେ ଦେଖିବାର ସୁଯୋଗ ଦେଇଛି।
ଅଭିଯାନ ଶେଷରେ ତାଙ୍କ ଆଖିରେ ଖୁସି ଓ ଗର୍ବର ଲୁହ ଥିଲା।
ସେ କହିଛନ୍ତି, ୩୪୧ କିଲୋମିଟରର ଏହି ଯାତ୍ରା ତାଙ୍କ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
