US Hospital: ଆମେରିକାରେ ଅସୁସ୍ଥ ହେବା ପଡ଼ିଲା ମହଙ୍ଗା, ବିଲ୍ ଦେଖି ଉଡ଼ିଲା ହୋସ୍..
"ନୂଆଦିଲ୍ଲୀ: ଭାରତରେ ଚିକିତ୍ସା ପାଇଁ ଖର୍ଚ୍ଚ ହେଲା ପ୍ରାୟ ୪୭ ହଜାର ଟଙ୍କା...
ହେଲେ ଆମେରିକାରେ ସେହି ସମାନ ଚିକିତ୍ସା ପାଇଁ ଆସିଲା ୨୨ ଲକ୍ଷ ଟଙ୍କାର ବିଲ୍!
ଆଉ ସବୁଠୁ ବଡ଼ କଥା, ଏତେ ଦାମୀ ଇନ୍ସ୍ୟୁରାନ୍ସ ଥାଇ ବି ନିଜ ପକେଟରୁ ଦେବାକୁ ପଡ଼ିଲା ପ୍ରାୟ ୬ ଲକ୍ଷ ୬୭ ହଜାର ଟଙ୍କା!
ଆମେରିକାରେ କାମ କରୁଥିବା ଜଣେ ଭାରତୀୟ ଯୁବକଙ୍କ ଏହି ଅନୁଭୂତି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ।
ଦୁଇ ଦେଶର ଚିକିତ୍ସା ବ୍ୟବସ୍ଥାକୁ ନିଜ ଅନୁଭବରେ ତୁଳନା କରି ସେ କହିଛନ୍ତି, ସ୍ୱାସ୍ଥ୍ୟସେବା ହିଁ ତାଙ୍କୁ ଭାରତ ଫେରିବାକୁ ଚିନ୍ତା କରାଉଛି।
ଗୋଟିଏ ଚିକିତ୍ସା...
ଦୁଇ ଦେଶ...
ହେଲେ ଖର୍ଚ୍ଚରେ ଆକାଶ-ପାତାଳ ଫରକ।
ଏହି ଅନୁଭୂତିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଆମେରିକାରେ କାମ କରୁଥିବା ଭାରତୀୟ ଯୁବକ ଯୁଭାନ୍ ଇବାନେଜ୍ ଗାରୱାରେ।
କିଛି ବର୍ଷ ପୂର୍ବରୁ ଭାରତରେ ସେ ବାରମ୍ବାର ବେହୋସ୍ ହୋଇଯାଇଥିଲେ।
ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା।
ତାଙ୍କ କହିବା ଅନୁସାରେ, କୌଣସି ଲମ୍ବା କାଗଜପତ୍ର ପ୍ରକ୍ରିୟା ନକରି ତାଙ୍କୁ ତୁରନ୍ତ ପ୍ରାଇଭେଟ୍ ରୁମ୍ ମିଳିଥିଲା ।Advertisment ଡାକ୍ତରମାନେ ECG, MRI, CT ସ୍କାନ୍ ଓ ରକ୍ତ ପରୀକ୍ଷା ଭଳି ଅନେକ ଟେଷ୍ଟ କରିଥିଲେ।
ତାଙ୍କ କହିବା ଅନୁସାରେ, କିଛି ଦିନ ପରେ ରୋଗ ନିର୍ଣ୍ଣୟ ସହ ଚିକିତ୍ସା ପ୍ଲାନ୍ ମଧ୍ୟ ମିଳିଥିଲା।
ଆଉ ପୂରା ଚିକିତ୍ସାର ବିଲ୍ ଆସିଥିଲା ପ୍ରାୟ ୫୦୦ ଡଲାର, ଅର୍ଥାତ୍ ପ୍ରାୟ ୪୭ ହଜାର ଟଙ୍କା।
ହେଲେ ଆମେରିକାରେ ତାଙ୍କ ଅନୁଭୂତି ଥିଲା ସମ୍ପୂର୍ଣ୍ଣ ଭିନ୍ନ।
ବାସ୍କେଟବଲ୍ ଖେଳୁଥିବା ବେଳେ ତାଙ୍କ ଛାତିରେ ହଠାତ୍ ପ୍ରବଳ ଯନ୍ତ୍ରଣା ହୋଇଥିଲା।
ତାଙ୍କ କହିବା ଅନୁସାରେ, ଆମ୍ବୁଲାନ୍ସ ଡାକିବାକୁ ସେ ଭୟ କରିଥିଲେ, କାରଣ ଏଥିପାଇଁ ହଜାର ହଜାର ଡଲାର ଖର୍ଚ୍ଚ ହୋଇପାରେ।
ତେଣୁ ଯନ୍ତ୍ରଣାରେ ଥାଇ ନିଜେ ଗାଡ଼ି ଚଳାଇ ହସ୍ପିଟାଲ୍ ଯାଇଥିଲେ।
ସେଠାରେ କାଗଜପତ୍ର ଓ ଡକ୍ୟୁମେଣ୍ଟ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଦେଢ଼ ଘଣ୍ଟାରୁ ଅଧିକ ସମୟ ୱେଟିଂ ରୁମ୍ରେ ଅପେକ୍ଷା କରିଥିବା ସେ ଦାବି କରିଛନ୍ତି।
ପରେ ଡାକ୍ତର ତାଙ୍କୁ "ମିନି ହାର୍ଟ ଆଟାକ୍" ହୋଇଥିବା କହିଥିବା ଯୁବକ ଜଣକ ଦାବି କରିଛନ୍ତି।
ହେଲେ ଡାକ୍ତରଙ୍କୁ ଦେଖା କରିବା ପାଇଁ ତାଙ୍କୁ ବାରମ୍ବାର ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।
S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ଏତିକିରେ ସରିନଥିଲା ତାଙ୍କ ଅନୁଭୂତି।
ରକ୍ତ ନେବା ସମୟରେ ଜଣେ ନର୍ସ ତାଙ୍କ ଶିରା ଠିକ୍ ଭାବେ ଚିହ୍ନଟ କରିପାରିନଥିବା ଏବଂ ଏଥିରେ ସେ ଯନ୍ତ୍ରଣା ପାଇଥିବା ମଧ୍ୟ ଦାବି କରିଛନ୍ତି।
ସବୁଠୁ ବଡ଼ ଝଟକା ଆସିଥିଲା ହସ୍ପିଟାଲ୍ ବିଲ୍ ଆସିବା ପରେ ।
୨୩ ହଜାର ଡଲାର!
ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ଲକ୍ଷ ଟଙ୍କା।
ଆଉ ଟପ୍ ଇନ୍ସ୍ୟୁରାନ୍ସ ଥିବା ସତ୍ତ୍ୱେ ନିଜ ପକେଟରୁ ୭ ହଜାର ଡଲାର, ଅର୍ଥାତ୍ ପ୍ରାୟ ୬ ଲକ୍ଷ ୬୭ ହଜାର ଟଙ୍କା ଦେବାକୁ ପଡ଼ିଥିବା ସେ କହିଛନ୍ତି।
ଏହି ଅନୁଭୂତି ପରେ ଯୁଭାନ୍ କହିଛନ୍ତି, ଆମେରିକାର ଅନେକ ସୁବିଧା ଥିଲେ ବି ସ୍ୱାସ୍ଥ୍ୟସେବା ତାଙ୍କ ପାଇଁ ବଡ଼ ପ୍ରଶ୍ନ।
ଏହି କାରଣରୁ ସେ ଭବିଷ୍ୟତରେ ଭାରତ ଫେରିବାକୁ ଚିନ୍ତା କରୁଥିବା କହିଛନ୍ତି।
ତାଙ୍କ ଭିଡିଓ ଭାଇରାଲ୍ ହେବା ପରେ କମେଣ୍ଟ ସେକ୍ସନ୍ରେ ଅନେକ ଲୋକ ନିଜ ଅନୁଭୂତି ମଧ୍ୟ ସେୟାର କରିଛନ୍ତି।
କିଏ ଆମେରିକାର ମହଙ୍ଗା ମେଡିକାଲ୍ ବିଲ୍କୁ ନେଇ ନିଜ ଅଭିଜ୍ଞତା କହିଛନ୍ତି, ଆଉ କିଏ ଭାରତରେ ତୁଳନାମୂଳକ କମ୍ ଖର୍ଚ୍ଚରେ ଚିକିତ୍ସା ମିଳୁଥିବା ମତ ରଖିଛନ୍ତି।
ତେବେ ଯୁଭାନଙ୍କ ଅନୁଭୂତି ଏକ ବ୍ୟକ୍ତିଗତ ଅଭିଜ୍ଞତା।
ଦୁଇ ଦେଶର ସମସ୍ତ ହସ୍ପିଟାଲ୍ କିମ୍ବା ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏହାକୁ ସାଧାରଣ ଚିତ୍ର ଭାବେ ଧରିହେବ ନାହିଁ।
କିନ୍ତୁ ତାଙ୍କ କାହାଣୀ ଦୁଇ ଦେଶର ଚିକିତ୍ସା ଖର୍ଚ୍ଚକୁ ନେଇ ନିଶ୍ଚିତ ଭାବେ ଏକ ବଡ଼ ଚର୍ଚ୍ଚା ଆରମ୍ଭ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
