Drought: ମରୁଡ଼ି ପ୍ରବଣ ହେଉଛି ଓଡ଼ିଶା: ଝଡ଼ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଉପକୂଳ

Sep 21, 2026 - 07:36
Drought: ମରୁଡ଼ି ପ୍ରବଣ ହେଉଛି ଓଡ଼ିଶା: ଝଡ଼ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଉପକୂଳ

"ଭୁବନେଶ୍ବର: ଭାରତରେ ମରୁଡି ପରିସ୍ଥିତି ତୀବ୍ର ହେଉଛି।

ଧୀରେ ଧୀରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟରେ ସମାନ ସ୍ଥିତି ଦେଖିବାକୁ ମିଳୁଛି।

ବିଶେଷକରି ଓଡ଼ିଶା ସମେତ ପୂର୍ବ ଉପକୂଳ ରାଜ୍ୟଗୁଡ଼ିକ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି।

ପାଦେ ଆଗକୁ ଯାଇ କହିଲେ, ଓଡ଼ିଶା ଦେଶର ସର୍ବାଧିକ ମରୁଡ଼ି ପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।

ଝଡ଼ବାତ୍ୟା ଓ ବନ୍ୟାର ଶିକାର ହେଉଥିବା ଓଡ଼ିଶା ଏବେ ବିଶ୍ବର ପ୍ରାକୃତିକ ବିପର୍ଯ୍ୟୟ ମାନଚିତ୍ରରେ ସ୍ଥାନ ପାଇଥିବା ବିଶେଷଜ୍ଞମାନେ କହିଛନ୍ତି।Advertisment Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ ୧୯୭୧ରୁ ୨୦୨୨ ମଧ୍ୟରେ ଭାରତୀୟ ପାଣିପାଗ ସମ୍ପର୍କରେ "ଇଭୋଲ୍ୟୁସନ୍‍ ଅଫ୍‌ କ୍ଲାଇମେଟ୍‌ ଏକ୍ସଟ୍ରିମ୍‍ସ୍‍ ଓଭର୍‌ ଦି ଇଣ୍ଡିଆନ୍‍ ସବ୍‍କଣ୍ଟିନେଣ୍ଟ୍‌ ୟୁଜିଂ ରିଭାଇଜଡ୍‍ ସିଇଆଇ" ଶୀର୍ଷକ ଏହି ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଏହି ରିପୋର୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍‍ କ୍ଲାଇମେଟୋଲୋଜିରେ ପ୍ରକାଶିତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‍ଡି) ଓ ନ୍ୟାସନାଲ ସେଣ୍ଟର ଫର୍‌ ମିଡିୟମ୍‌ ରେଞ୍ଜ ୱେଦର ଫୋରକାଷ୍ଟିଂ(ଏନ୍‍ସିଏମ୍‍ଆରଡବ୍ଲ୍ୟୁଏଫ୍‌)ର ବୈଜ୍ଞାନିକମାନେ ଏହାର ସମୀକ୍ଷା କରିଛନ୍ତି।

ଝଡ଼ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଉପକୂଳ୫୨ ବର୍ଷର ପର୍ଯ୍ୟବେକ୍ଷଣ ଆଧାରରେ ରିପୋର୍ଟ ପ୍ରକାଶଆନ୍ଧ୍ର ଓ ତାମିଲନାଡ଼ୁ ମଧ୍ୟରେ ପ୍ରଭାବିତ ହେଉଛନ୍ତି ଦିନ ସମୟରେ ଉତ୍ତାପ, ଆର୍ଦ୍ରତା ଜନିତ ଉତ୍ତାପ, ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଓ ମରୁଡ଼ି ଆଦି ୭ଟି ଭିନ୍ନ ଭିନ୍ନ ବିପଦକୁ ରିପୋର୍ଟରେ ଦର୍ଶାଯାଇଛି।

ଆଇଏମ୍‍ଡିର ୫୨ ବର୍ଷର ପର୍ଯ୍ୟବେକ୍ଷଣ ଆଧାରରେ ଏହା ପ୍ରସ୍ତୁତ ହୋଇଛି।

ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୧ ଓ ୨୦୨୧ ମଧ୍ୟରେ ଦକ୍ଷିଣ, କେନ୍ଦ୍ର ଓ ଉତ୍ତର ପୂର୍ବ ଭାରତର ବୃହତ୍‌ ଅଞ୍ଚଳ ମରୁଡ଼ି ପ୍ରଭାବିତ ହୋଇଥିଲା, ଯାହାକି ପ୍ରତି ଦଶନ୍ଧି ପିଛା ୨୦%ରୁ ଅଧିକ ଥିଲା।

୧୯୮୧ରୁ ୧୯୯୧ ସମୟ ତୁଳନାରେ ମରୁଡ଼ି ପ୍ରଭାବିତ ଅଞ୍ଚଳ ୨୦%ରୁ ୩୦% ବୃଦ୍ଧି ପାଇଥିଲା।

ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ସର୍ବାଧିକ ମରୁଡ଼ି ପ୍ରବଣ ଅଞ୍ଚଳ ପୂର୍ବତଟ ରାଜ୍ୟଗୁଡିକରେ ରହିଛି।

ସେମାନେ ଏହି ଅଞ୍ଚଳଗୁଡିକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ବୋଲି ଦର୍ଶାଇଛନ୍ତି।

ପୂର୍ବତଟ ସର୍ବଦା ଝଡ଼ବାତ୍ୟା ଓ ବନ୍ୟାର ସମ୍ମୁଖୀନ ହୋଇଆସିଛି।

କିନ୍ତୁ ୫୦ ବର୍ଷର ରେକର୍ଡ ଦର୍ଶାଉଛି ଯେ ଏଠାରେ ମରୁଡ଼ି ମଧ୍ୟ ଏକ ବଡ଼ ବିପଦ ଭାବରେ ଉଭା ହେଉଛି।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ଏବେ ଓଡ଼ିଶା ଦେଶର ସର୍ବାଧିକ ମରୁଡ଼ି ପ୍ରବଣ ଅଞ୍ଚଳ ମଧ୍ୟରେ ରହିଛି।

ଏଭଳି ପରିବର୍ତ୍ତନ ନିମନ୍ତେ ଉପକୂଳ ଓଡ଼ିଶା ଝଡ଼ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଯୋଜନାଗତ ଦିଗ ପ୍ରତି ସମାନ ଧ୍ୟାନ ଦିଆଯିବା ଆବଶ୍ୟକ କରୁଛି।

ବେଙ୍ଗାଲୁରୁର ଆତ୍ରିଆ ବିଶ୍ବବିଦ୍ୟାଳୟର ଏମ୍‌ ରାଜୀବନ୍‍ କହିଛନ୍ତି ମରୁଡ଼ି ବ୍ୟାପକ ହୋଇଥିବା ଅଞ୍ଚଳଗୁଡ଼ିକର ମାନଚିତ୍ର ପ୍ରସ୍ତୁତ କରିବା ସମୟରେ ପୂର୍ବତଟ ଅଞ୍ଚଳ ସେଥିରେ ସ୍ପଷ୍ଟ ଭାବରେ ସ୍ଥାନ ପାଇଥିଲା।

ସେଠାରେ ମରୁଡ଼ି ପ୍ରଭାବିତ ଅଞ୍ଚଳ ଗତ ୩୦ ବର୍ଷ ମଧ୍ୟରେ ପ୍ରତି ଦଶନ୍ଧିରେ ଏକ ପଞ୍ଚମାଂଶରୁ ଅଧିକ ବୃଦ୍ଧିପାଇଛି।

ଏନ୍‍ସିଏମ୍‍ଆରଡବ୍ଲ୍ୟୁଏଫ୍‌ର ଥୋଟା ମୋହନ କହିଛନ୍ତି, ଅଧ୍ୟୟନ ରିପୋର୍ଟରେ ପୂର୍ବତଟ ନିମନ୍ତେ ଜଳ ଓ ମରୁଡ଼ି ସହନଶୀଳତାକୁ ଅଗ୍ରାଧିକାର ବିଷୟ ଭାବେ ଦର୍ଶାଯାଇଛି।

ଲେଖକମାନେ ଗ୍ରହଣୀୟତାକୁ କୃଷି, ଜଳ ପରିଚାଳନା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଆଦି ବହୁ କ୍ଷେତ୍ରୀୟ ଭାବରେ ଉଲ୍ଲେଖ କରିଛନ୍ତି।

ସେମାନେ ସତର୍କ କରାଇ ଦେଇଛନ୍ତି ଯେ ଅଞ୍ଚଳର ହାରାହାରି ସଂଖ୍ୟାଗୁଡ଼ିକ ସ୍ଥାନୀୟ ମାତ୍ରାଧିକ ପରିସ୍ଥିତିକୁ ଢାଙ୍କି ଦେଇପାରେ।

ଯେଉଁଥିପାଇଁ ଉକ୍ତ ବିଷୟ ସମ୍ପର୍କରେ ନିଖୁଣ ଭାବେ ଜିଲ୍ଲାସ୍ତରରେ ନିରୀକ୍ଷଣର ଆବଶ୍ୟକତା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)