Corruption Crackdown: କୁବେର ଡିଏସପି; ଲାଞ୍ଚ ଟଙ୍କାରେ କିଣିଛନ୍ତି ଏକର ଏକର ଜମି, ୨ କିଲୋ ସୁନା ଓ ୨୦ କିଲୋ ରୁପା

Jul 07, 2026 - 16:30
Corruption Crackdown: କୁବେର ଡିଏସପି; ଲାଞ୍ଚ ଟଙ୍କାରେ କିଣିଛନ୍ତି ଏକର ଏକର ଜମି, ୨ କିଲୋ ସୁନା ଓ ୨୦ କିଲୋ ରୁପା

ହାଇଦ୍ରାବାଦର ପୋଲିସ କମ୍ପ୍ୟୁଟର ସର୍ଭିସେସ୍ (ପିସିଏସ୍)ରେ ନିଯୁକ୍ତ ଡିଏସ୍ପିଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି ଏବଂ ତାଙ୍କୁ ନିର୍ଦ୍ଦିଷ୍ଟ ଏସିବି କୋର୍ଟରେ ହାଜର କରାଯିବ ।  ACB (ଆଣ୍ଟି କରପସନ୍ ବ୍ୟୁରୋ) ଅନୁଯାୟୀ, ସେ ତାଙ୍କ ଚାକିରି ସମୟରେ ଦୁର୍ନୀତି କରି ଆୟ ତୁଳନାରେ ଅଧିକ ସମ୍ପତ୍ତି ଅର୍ଜନ କରିଛନ୍ତି। ଏପରିକି ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ ଶହ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । 

ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ତାଙ୍କ ବାସଭବନ ଏବଂ ତାଙ୍କ ସମ୍ପର୍କୀୟ, ବନ୍ଧୁ ଓ ସହଯୋଗୀଙ୍କ ସହ ଜଡିତ ୧୫ଟି ସ୍ଥାନରେ ACB ଏକକାଳୀନ ରେଡ୍ କରିବାର କିଛି ଦିନ ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ସମ୍ପତ୍ତି ଦେଖି ଟେରା ହୋଇଯାଇଛନ୍ତି  ACB କର୍ମଚାରୀ ।

ଭୀମ ରେଡ୍ଡିଙ୍କ ସମ୍ପତ୍ତି ତାଲିକା :

୧. ହାଇଦ୍ରାବାଦର ଇବ୍ରାହିମବାଗରେ ଭେସେଲା ମିଡୋଜ୍ରେ ଗୋଟିଏ ଭିଲା
୨. ଟେଲିକମ୍ ନଗରରେ ଗୋଟିଏ ଆବାସିକ ଘର G+2+ପେଣ୍ଟ ହାଉସ୍
୩. ସାଇ ପ୍ରଭା ରେସିଡେନ୍ସି, ଟେଲିକମ୍ ନଗରରେ ଗୋଟିଏ ଫ୍ଲାଟ୍
୪. ଗାଚିବୋଭଲିରେ କ୍ରାଣ୍ଟି ସିଓନ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ
୫. ଲାନକୋହିଲ୍ସ ରୋଡ୍, ମଣିକୋଣ୍ଡାରେ ୫୦୦ ବର୍ଗ ୟାର୍ଡ ପରିମିତ G+5 ବାଣିଜ୍ୟିକ କମ୍ପ୍ଲେକ୍ସରେ ଅଂଶୀଦାର
୬. ମଣିକୋଣ୍ଡା ମାରିଚେଟୁ ଜଙ୍କସନ ନିକଟରେ ୩୦୦୦ ବର୍ଗଫୁଟ ପରିମିତ ଏକ ବାଣିଜ୍ୟିକ ସ୍ଥାନ
୭. ତେଲାପୁରର ଅଭିନନ୍ଦ ରେସିଡେନ୍ସିରେ ଦୁଇଟି ଆବାସିକ ଫ୍ଲାଟ୍
୮. ପ୍ରଗତି ରିସର୍ଟରେ ୫୦୦ ବର୍ଗ ୟାର୍ଡର ଗୋଟିଏ ଖୋଲା ପ୍ଲଟ୍
୯. ଜହିରାବାଦ, ସାଙ୍ଗାରେଡ୍ଡିରେ ୩.୫ ଏକର ଚାଷ ଜମି
୧୦. କର୍ଣ୍ଣାଟକରେ ୬ ଏକର କୃଷି ଜମି
୧୧. କର୍ଣ୍ଣାଟକରେ ଆଉ ୩୮ ଏକର ଚାଷ ଜମି
୧୨. ବାଙ୍ଗାଲୋରର ଦେବନାହଲ୍ଲୀରେ ୧ ଏକର ଜମି
୧୩. ନାଗୋଲେର କାମିନେନି ହସ୍ପିଟାଲ ନିକଟରେ ୨୦୦ ବର୍ଗ ୟାର୍ଡ ପରିମିତ ଗୋଟିଏ ଖୋଲା ପ୍ଲଟ୍
୧୪. ପାଟନଚେରୁର ଜିପିଆର ହାଉସିଂ ସୋସାଇଟି ନିକଟରେ ୪୦୦ ବର୍ଗ ୟାର୍ଡ ପରିମିତ ଗୋଟିଏ ଖୋଲା ପ୍ଲଟ
୧୫. ପାଟଞ୍ଚେରୁରେ ୨୦୦ ବର୍ଗ ୟାର୍ଡ ପରିମିତ ଗୋଟିଏ ଖୋଲା ପ୍ଲଟ୍
୧୬. ଭିକାରାବାଦର ମୋମିନପେଟରେ ୧୦୦୦ ବର୍ଗ ୟାର୍ଡ ପରିମିତ ଗୋଟିଏ ଜମି
୧୭. ଭିକାରାବାଦର ମୋମିନପେଟରେ ୨ ଏକର ଚାଷ ଜମି
୧୮. ମେସର୍ସ ଶ୍ରୀ ରାଘବେନ୍ଦ୍ର ରକ୍ ସ୍ୟାଣ୍ଡ ମିନେରାଲ୍ସରେ ୭୫,୦୦,୦୦୦/- ଟଙ୍କା ନିବେଶ,
୧୯. ସିସି କୁଣ୍ଟାର ମୁଚିନ୍ତଲା ଗାଁରେ ୪.୨୦ ଏକର ଚାଷ ଜମି ମିଳିଛି।

ଏହା ବ୍ୟତୀତ ରେଡ୍ ସମୟରେ ଅଭିଯୁକ୍ତଙ୍କ ଘରୁ ପ୍ରାୟ ୩.୬୦ ଲକ୍ଷର ନଗଦ ଟଙ୍କା ।  ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଆହୁରି ୪୦ଲକ୍ଷ ନଗଦ ଟଙ୍କା ମିଳିଛି । ପ୍ରାୟ ୨ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ମଧ୍ୟ ମିଳିଛି ଏବଂ ପ୍ରାୟ ୨୦ କିଲୋଗ୍ରାମ ଓଜନର ରୁପା ସାମଗ୍ରୀ ମଧ୍ୟ ମିଳିଛି । ACB ପ୍ରାୟ ୧୯ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ବାଲାନ୍ସ ମଧ୍ୟ ପାଇଛି।

ଏସିବି ଅଧିକାରୀମାନେ ଏହି ଡିଏସପିଙ୍କଠାରୁ ଏକ ବ୍ୟକ୍ତିଗତ ହାତଲେଖା ଡାଏରୀ ଜବତ କରିବା ପରେ ତଦନ୍ତ ଆହୁକି ଆଗକୁ ବଢ଼ିଥିଲା । ସୂତ୍ର ଅନୁଯାୟୀ, ମେ ମାସରେ ଭୀମ ରେଡ୍ଡି ତାଙ୍କ ପତ୍ନୀଙ୍କ ସହିତ ଚାରିଧାମ ତୀର୍ଥଯାତ୍ରାରେ ଯିବା ପୂର୍ବରୁ ଡାଏରୀଟି ଲେଖାଯାଇଥିଲା ଏବଂ ଡାଏରୀରେ ସମ୍ପତ୍ତି, ନିବେଶ, ଦେୟ ଏବଂ ବନ୍ଧୁଙ୍କ ନାମ ତାଲିକାଭୁକ୍ତ କରାଯାଇଥିଲା।

ତଦନ୍ତକାରୀମାନେ କହିଛନ୍ତି ଯେ ଯାତ୍ରା ପୂର୍ବରୁ ହ୍ୱାଟ୍ସଆପ୍ ମାଧ୍ୟମରେ ଡାଏରୀର ସ୍କାନ କପି ତାଙ୍କ ଦୁଇ ପୁଅଙ୍କ ସହ ସେୟାର କରାଯାଇଥିଲା। ଅଧିକାରୀମାନେ ଡାଏରୀକୁ ଏହି ମାମଲାରେ ଏକ ପ୍ରମୁଖ ପ୍ରମାଣ ଭାବରେ ଦର୍ଶାଇଛନ୍ତି ।  ଏହା ସେମାନଙ୍କୁ ଅନେକ ସମ୍ପତ୍ତି ଏବଂ ଆର୍ଥିକ ଲିଙ୍କ୍ ଖୋଜିବାରେ ସାହାଯ୍ୟ କରିଥିଲା। 

ଏହି ଡିଏସପିଙ୍କ ସହ ଜଡିତ ୧୬ ଟି ସ୍ଥାନରେ ଚଢାଉ ଗତ ୨ ଜୁଲାଇରେ କରାଯାଇଥିଲା । ତାଙ୍କୁ ୬ ଜୁଲାଇରେ ଗିରଫ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।