ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

Jul 07, 2026 - 16:28
ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ ଝିଅ ଝାନ୍ସି ରାଣୀ ସାହୁ(୬)ଙ୍କୁ ୨ ବୁଲା କୁକୁର ଝୁଣି ଖଣ୍ଡିଆ ଖାବରା କରି ପକାଇଛନ୍ତି ।  ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଡ଼ା. ବାହନ ଦାସ ତାଙ୍କୁ  ପ୍ରାଥମିକ ଚିକିତ୍ସା ପରେ କୁକୁର କାମୁଡା ପ୍ରତିଷେଧକ ଇଞ୍ଜେକ୍ସନ ଦେଇଥିଲେ।  ପରେ ସେ ସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ୧ ଟାରେ ଘଣ୍ଟା ଛୁଟି ରେ ଝାନ୍ସି ରାଣୀ ପରିସ୍ରା ପାଇଁ ଶିଶୁ ମନ୍ଦିର ବାରି ପଟକୁ ଯାଇଥିଲେ। ସେଠାରେ ପ୍ରାୟ ୫/୬ଟି ବୁଲା କୁକୁର ଥିଲେ।ସେଥିରୁ ୨ ଟି କୁକୁର ଆସି ତାଙ୍କୁ କାମୁଡି ଦେଇଥିଲେ। ଝାନ୍ସିିରାଣୀ ଚିତ୍କାର କରିବାରୁ କିଛି ଅଚାର୍ଯ୍ୟା ଦୌଡ଼ି ଯାଇ ତାଙ୍କୁ କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ। ଗତ ମେ ୨୫ ତାରିଖ ପ୍ରାୟ ୧୧ ଟାରେ ସେହି ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡା ଘରେ  ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମର ବିଶିକେଶନ ଗୌଡ଼ଙ୍କ ଏକମାତ୍ର  ପୁଅ ଆରୁଷ କୁମାର ଗୌଡ଼(୬)ଙ୍କୁ ୬ ବୁଲା କୁକୁର ଝୁଣି ଖଣ୍ଡିଆ ଖାବରା କରି ପକାଇଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ   ବ୍ରହ୍ମପୁର ବଡ ଡାକ୍ତରଖାନା ନିଆଯାଇଥିଲା ।ସେଠାରେ ଆବଶ୍ୟକ ଚିକିତ୍ସା ପରେ ଅଧିକା ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।କୁକୁର ତାଙ୍କ ମୁଣ୍ଡ ଖପୁରି ର କିଛି ଅଂଶକୁ କାମୁଡ଼ି ଚୁଟି ସହିତ ମାଂସ ଟାଣି ନେଇଥିବା  ଯୋଗୁଁ ମୁଣ୍ଡର ଉପର ଭାଗରେ  ଗଭୀର କ୍ଷତ ହେବା  ସହ ମୁଁହ,ପିଠି ଓ ଶରୀରର ବିଭିନ୍ନ  ଭାଗକୁ କୁକୁର ପଲ କାମୁଡି କ୍ଷତାକ୍ତ କରିଦେଇଥିଲେ। ପରେ ତାଙ୍କ ମୁଣ୍ଡରେ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।