Heavy Rain in Titilagarh: ବର୍ଷାର ବିତ୍ପାତ; ଲଗାଣ ବର୍ଷାରୁ ବେହାଲ ଅନେକ ଗାଁ, ପାଣି ପଶି ଚାଷ ନଷ୍ଟ

Jul 07, 2026 - 15:12
Heavy Rain in Titilagarh: ବର୍ଷାର ବିତ୍ପାତ; ଲଗାଣ ବର୍ଷାରୁ ବେହାଲ ଅନେକ ଗାଁ, ପାଣି ପଶି ଚାଷ ନଷ୍ଟ

ଲଗାଣ ବର୍ଷାରେ ବେହାଲ ଟିଟିଲାଗଡ ତଥା ଆଖପାଖ ସଇଁତଳା ଅଞ୍ଚଳ। ଲଗାତାର ଭାବେ ୩ରୁ ୪ ଦିନ ହେବ ଟିଟିଲାଗଡ, ସଇଁତଳା ଓ ଆଖପାଖ ଅଂଚଳରେ ବର୍ଷା ଲାଗିରହିଥିବାବେଳେ ବର୍ଷାକୁ ନେଇ ବେହାଲ ଅନେକ ଗାଁ। ଟିଟିଲାଗଡ ସହର ଓ ଗ୍ରାମାଞ୍ଚଳରେ ଏବେବି ଜମି ରହିଛି ଆଣ୍ଠୁଏ ପାଣି। 

ଯଦିଓ ଏବେ ବର୍ଷା କିଛି କମିଛି ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା। ଅନେକ ପରିବାର ଏବେବି ଭୋକ ଉପାସରେ ଦିନ କାଟୁଛନ୍ତି। ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି। ଏକର ଏକର ବିଲରେ ପାଣି ପଶି ଚାଷ ନଷ୍ଟ ହୋଇଛି।

  • ଟିଟିଲାଗଡ଼ରେ ବର୍ଷାର ବିତ୍ପାତ
  • ଲଗାଣ ବର୍ଷାରୁ ବେହାଲ ଅନେକ ଗାଁ
  • ସାମାନ୍ୟ କମିଛି ବର୍ଷା, ହେଲେ କମିନି ପାଣି
  • ଟିଟିଲାଗଡ଼ ଓ ସଇଁତଳା ଅଂଚଳରେ ବର୍ଷା
  • ଏକର ଏକର ବିଲରେ ପାଣି ପଶି ଚାଷ ନଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।