Hirakud Gates to Open: ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦ ଜଳସ୍ତର; ୯ରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ

Jul 07, 2026 - 17:07
Hirakud Gates to Open: ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦ ଜଳସ୍ତର; ୯ରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ବଢୁଛି ହୀରାକୁଦର ଜଳସ୍ତର। ଉପରମୁଣ୍ଡରେ ବର୍ଷା ଓ ବନ୍ୟାଜଳ ପ୍ରବେଶ ଯୋଗୁଁ ବଢୁଛି ଡ୍ୟାମର ଜଳସ୍ତର। ଆସନ୍ତା ୯ରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୬.୧୨ ଫୁଟ୍ ରେ ପହଞ୍ଚିଛି। ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୭୯ ହଜାର ୮୧୨ କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି। 

ସେହିପରି ପ୍ରତି ସେକେଣ୍ଡରେ ହାରାହାରି ୧୯ ହଜାର ୮୯୮ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସନ କରାଯାଉଛି। ୯ ତାରିଖ ସକାଳ ୧୧ଟାରେ ଡ୍ୟାମର ଗେଟ୍ ଖୋଲାଯିବାକୁ ଥିବାବେଳେ ଏହା ପୂର୍ବରୁ ଆରମ୍ଭ ହୋଇଛି ସଚେତନତା ପ୍ରଚାର। ମହାନଦୀ ଭିତରକୁ କେହି ନଯିବା, ନଦୀପଠାରେ ଗୃହପାଳିତ ପଶୁ ନ ଛାଡ଼ିବା ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ବୁର୍ଲା, ହୀରାକୁଦ, ସମ୍ବଲପୁର ସମେତ ତଳମୁଣ୍ଡ ଅଞ୍ଚଳରେ ପ୍ରଚାର ଗାଡ଼ି ବୁଲି ଲୋକଙ୍କୁ ସତର୍କ କରୁଛି।

ସେପଟେ ଛତିଶଗଡ଼ କଲମା ବ୍ୟାରେଜର ୨୭ଟି ଗେଟ୍ ଖୋଲାଯାଇଛି। ଗତକାଲି ସୁଦ୍ଧା ୧୪ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ପୁଣି ଅଧିକ ୧୩ଟି ଗେଟ୍ ଖୋଲାଯାଇଛି, ଯାହାଫଳରେ ମୋଟ ୨୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦ ଜଳସ୍ତର
  • ୯ରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ
  • ସକାଳ ୯ଟା ସୁଦ୍ଧା ଜଳସ୍ତର ୬୦୬.୧୨ ଫୁଟ ରହିଛି
  • ପ୍ରବେଶ କରୁଛି ୧ ଲକ୍ଷ ୭୯ ହଜାର ୮୧୨ କ୍ୟୁସେକ୍ ଜଳ
  • ନିଷ୍କାସିତ ହେଉଛି ୧୯ ହଜାର ୮୯୮ କ୍ୟୁସେକ୍ ପାଣି
  • କଲମା ବ୍ୟାରେଜରେ ଖୋଲିଲା ୨୭ ଗେଟ୍
  • ତଳିଆ ଅଞ୍ଚଳରେ ଡାକବାଜି ଦ୍ବାରା ପ୍ରଚାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।