03 NOVEMBER 2026

Welcome!

Unlock your personalized experience.
Sign Up

Controlling diabetes: ବିନା ଔଷଧରେ ମଧୁମେହ ନିୟନ୍ତ୍ରଣ!

Nov 03, 2026 - 05:54
Controlling diabetes: ବିନା ଔଷଧରେ ମଧୁମେହ ନିୟନ୍ତ୍ରଣ!

ଟାଇପ୍‌-୨ ମଧୁମେହ ଆଜିକାଲି ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ପ୍ରତିଦିନ ଔଷଧ ଖାଇବା ଓ ଇନ୍‌ସୁଲିନ୍ ନେବା ରୋଗୀଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ। କିନ୍ତୁ ଏବେ ବୈଜ୍ଞାନିକମାନେ ଏମିତି ଏକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି, ଯାହା ବିନା କୌଣସି ଔଷଧରେ ଶରୀରର ବ୍ଲଡ୍‌ ସୁଗାର୍‌ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବ। ଏବେ ସ୍ୱିଜର୍‌ଲ୍ୟାଣ୍ଡ୍‌ର ‘ଇଟିଏଚ୍‌ ଜୁରିଖ୍’ ସଂସ୍ଥାର ବୈଜ୍ଞାନିକମାନେ ଏକ ନୂଆ ଇଲେକ୍ଟ୍ରୋନିକ୍ ଇମ୍ପ୍ଲାଣ୍ଟ (ଛୋଟ ମେସିନ୍) ତିଆରି କରିଛନ୍ତି। ଏହାଦ୍ୱାରା ବିନା ଔଷଧରେ ବ୍ଲଡ୍ ସୁଗାର୍ ନିୟନ୍ତ୍ରଣ ହୋଇପାରିବ। ଏହି ଇଲେକ୍ଟ୍ରୋନିକ୍‌ ଇମ୍ପ୍ଲାଣ୍ଟ ଶରୀରରେ ବୃଦ୍ଧି ପାଉଥିବା ଅତିରିକ୍ତ ଗ୍ଲୁକୋଜ୍‌କୁ ନିଜର ବୈଦ୍ୟୁତିକ କାଟାଲିଷ୍ଟ୍‌ ସାହାଯ୍ୟରେ ଗ୍ଲୁକୋନେଟ୍‌ ନାମକ ଏକ ପଦାର୍ଥରେ ପରିଣତ କରିଦିଏ। ଯାହା ପରିସ୍ରା ଜରିଆରେ ଶରୀରରୁ ବାହାରିଯାଏ। ଖାଇବା ପରେ ଯେତେବେଳେ ରକ୍ତରେ ସୁଗାର୍ ସ୍ତର ବଢ଼ିଯାଏ, ସେନ୍‌ସର୍‌ ଏହାକୁ ଚିହ୍ନଟ କରି ସ୍ମାର୍ଟଫୋନ୍ ବା ସ୍ମାର୍ଟୱାଚ୍‌ ମାଧ୍ୟମରେ ଇମ୍ପ୍ଲାଣ୍ଟକୁ ସକ୍ରିୟ କରେ। ସୁଗାର୍ ସ୍ତର ସାଧାରଣ ହୋଇଗଲେ ଏହି ସିଷ୍ଟମ୍ ଆପେଆପେ ବନ୍ଦ ହୋଇଯାଏ, ଯାହା ଦ୍ୱାରା ରକ୍ତରେ ସୁଗାର୍ ଅତ୍ୟଧିକ କମିଯିବାର ଭୟ ରହେନାହିଁ।

ଇଟିଏଚ୍‌ ଜୁରିଖ୍‌ର ପ୍ରଫେସର ମାର୍ଟିନ୍ ଫୁସେନେଗରଙ୍କ ନେତୃତ୍ୱରେ ଗଠିତ ଏହି ଗବେଷକ ଦଳରେ ଭାରତୀୟ ବୈଜ୍ଞାନିକ ଦେବାଶିଷ ମାଇତି ମଧ୍ୟ ସାମିଲ ଅଛନ୍ତି। ଲାବୋରେଟୋରି ପରୀକ୍ଷା ଓ ମୂଷାମାନଙ୍କ ଉପରେ କରାଯାଇଥିବା ଏହି ପରୀକ୍ଷଣରୁ ଅତ୍ୟନ୍ତ ଆଶାଜନକ ଫଳାଫଳ ମିଳିଛି। ଏହା ସଫଳତାର ସହ ଗ୍ଲୁକୋଜ୍ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି। ପରୀକ୍ଷା ସମୟରେ ମୂଷାମାନଙ୍କ ଓଜନ ମଧ୍ୟ ହ୍ରାସ ପାଇଥିବା ଦେଖାଯାଇଥିଲା। ଏହା ଅତି କମ୍ ଭୋଲ୍‌ଟେଜ୍‌ରେ    କାମ କରୁଥିବାରୁ ଶରୀରର କୋଷ ବା ଟିସୁ ଉପରେ କୌଣସି କ୍ଷତି ପହଞ୍ଚାଇ ନଥିଲା। ଏବେ ଏହା କେବଳ ଲାବୋରେଟୋରିରେ ପରୀକ୍ଷା କରାଯାଇଛି। ଭବିଷ୍ୟତରେ ମଣିଷଙ୍କ ଶରୀରରେ ଏହା ସଫଳ ହେଲେ, ମଧୁମେହ ରୋଗୀଙ୍କୁ ଆଉ ପ୍ରତିଦିନ ଔଷଧ ବା ଇଞ୍ଜେକ୍ସନ୍ ନେବାକୁ ପଡ଼ିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)