Constable: ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର
"ଜଗତସିଂହପୁର: ଜଗତସିଂହପୁରରେ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର ହୋଇଥିବାର ଖବର ମିଳିଛି।
ଗୁରୁତର କନେଷ୍ଟବଳ ହେଲେ ନିତ୍ୟାନନ୍ଦ ସେନାପତି।
ଏହି ଘଟଣାରେ ୨ ଡ୍ରଗ୍ସ ମାଫିଆଙ୍କୁ ପୁଲିସ୍ ଧରିିବାରେ ସଫଳ ହୋଇଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି।Advertisment ସୂଚନା ଅନୁଯାୟୀ, କଲେଜ୍ ଛକ ନିକଟରେ ଏକ ଗାଡ଼ିରେ ଡ୍ରଗ୍ସ ମାଫିଆ ଆସୁଥିବାର ଖବର ପାଇ ପୁଲିସ୍ ଚଢ଼ଉ କରିଥିଲା।
ସେଠାରେ ହଠାତ୍ ଡ୍ରଗ୍ସ ମାଫିଆମାନେ କନେଷ୍ଟବଳ ନିତ୍ୟାନନ୍ଦ ସେନାପତିଙ୍କୁ ଆକ୍ରମଣ କରିଥିଲେ।
ତେବେ ପୁଲିସ୍ ୨ ଡ୍ରଗ୍ସ ମାଫିଆଙ୍କୁ ଧରିିବାରେ ସଫଳ ହୋଇଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁରୁତର କନେଷ୍ଟବଳ ନିତ୍ୟାନନ୍ଦ ସେନାପତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
