Congress: ଧର୍ମେନ୍ଦ୍ରଙ୍କ ଇସ୍ତଫା ଆରମ୍ଭ ମାତ୍ର: ଜୟରାମ ରମେଶ

Jul 30, 2026 - 16:58
Congress: ଧର୍ମେନ୍ଦ୍ରଙ୍କ ଇସ୍ତଫା ଆରମ୍ଭ ମାତ୍ର: ଜୟରାମ ରମେଶ

"ନୂଆଦିଲ୍ଲୀ: ଭାରତର ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ଓ ଦୁର୍ନୀତିର ଚେର ଅତ୍ୟନ୍ତ ଗଭୀର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହାର ସ୍ୱଚ୍ଛତା ଫେରାଇ ଆଣିବା ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଆରମ୍ଭ ମାତ୍ର ବୋଲି ଗୁରୁବାର କଂଗ୍ରେସ କହିଛି।

ମହାରାଷ୍ଟ୍ରର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ପାଇଁ ଆୟୋଜିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହେରଫେର୍ ଅଭିଯୋଗ ସାମ୍ନାକୁ ଆସିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ''ଏକ୍ସ'' ରେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ, ଗତ ତିନି ବର୍ଷ ହେଲା ମହାରାଷ୍ଟ୍ର କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫଳାଫଳ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ମାର୍କ ମଧ୍ୟରେ ବଡ଼ ତାରତମ୍ୟ ଦେଖିବାକୁ ମିଳୁଛି।Advertisment ବିବାହ ପ୍ରସ୍ତାବର ସୁଅ ଛୁଟୁଛି, ଅଭିଜିତ୍‌ ଦୀପକେଙ୍କ ମା" କହିଲେ- ପୁଅ ଆଗେ ସ୍ୱାବଲମ୍ବୀ ହେବାକୁ ଚାହୁଛି  ଏଣ୍ଟ୍ରାନ୍ସରେ ଟପର୍ ହେଉଥିବା ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି।

ଏହା କୌଣସି ଜାଲିଆତି କିମ୍ବା କୋଚିଂ ସେଣ୍ଟରଗୁଡ଼ିକର ଅତ୍ୟଧିକ ପ୍ରଭାବ ଯୋଗୁଁ ହେଉଛି କି ନାହିଁ, ସେ ନେଇ ଗମ୍ଭୀର ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି।

ସେ ଆହୁରି କହିଛନ୍ତି ଯେ, କେବଳ ପେପର ଲିକ୍ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ନିମନ୍ତେ ଆଇନ ପାସ୍ କରିଦେଲେ ସମସ୍ୟାର ସମାଧାନ ହେବନାହିଁ।

ଏହା ଗତ କିଛି ମାସ ହେବ ଆନ୍ଦୋଳନ କରୁଥିବା ଲକ୍ଷ ଲକ୍ଷ ଅସନ୍ତୁଷ୍ଟ ଯୁବପିଢ଼ିଙ୍କ ଭାବନା ପ୍ରତି ଏକ କଠୋରାଘାତ ସଦୃଶ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।