Panneerselvam: ଡିଏମ୍କେରେ ପନ୍ନିରସେଲଭମ୍ ଅସନ୍ତୋଷ; ପୁଅ ସହିତ ଟିଭିକେରେ ଯୋଗ ଦେଇପାରନ୍ତି...
"ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ବିଧାୟକ ଓ ପନ୍ନିରସେଲଭମ୍ ପୁଣି ଥରେ ଅସନ୍ତୋଷ ଅଛନ୍ତି।
ପନ୍ନିରସେଲଭମ୍ ଡିଏମ୍କେରେ ତାଙ୍କୁ କୌଣସି ବଡ଼ ଦାୟିତ୍ବ ନ ମିଳିବାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।
ନିକଟରେ ଦଳ ଛାଡ଼ିବା ଖବରକୁ ପନ୍ନିରସେଲଭମ୍ ନିଜେ ଖଣ୍ଡନ କରିଥିଲେ।
କିନ୍ତୁ ପନ୍ନିରସେଲଭମ୍ଙ୍କୁ ଓ ତାଙ୍କ ପୁଅକୁ ଡିଏମ୍କେରେ ଯୋଗ ଦେବାକୁ ଛଅ ମାସ ବିତି ଯାଇଥିଲେ ମଧ୍ୟ ଦଳ ଭିତରେ ସେମାନଙ୍କୁ କୌଣସି ଦାୟିତ୍ବ ମିଳିନାହିଁ।
Advertisment ଆହୁରି ପଢ଼ନ୍ତୁ- Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ୩୦ ହଜାର ଲୋକ ଜଳବନ୍ଦୀ; ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ଥେନିରୁ ବିଧାୟକ ହୋଇଥିଲେ ମଧ୍ୟ ପନ୍ନିରସେଲଭମ୍ଙ୍କୁ ଥେନି ଲୋକସଭା କ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିନାହିଁ।
ଏହାର ମୁଖ୍ୟ କାରଣ ଡିଏମ୍କେ ସାଂସଦ ଥଙ୍ଗା ତାମିଲ ସେଲଭମ୍ଙ୍କର ଉକ୍ତ ନିର୍ବାଚନ ମଣ୍ଡଳୀରେ ଗଭୀର ପ୍ରଭାବ ରହିଛି।
ସୂତ୍ର ଅନୁଯାୟୀ, ତାଙ୍କ ପ୍ରତି ଉପେକ୍ଷା ଓ ଦଳ ଭିତରେ କୌଣସି ଗୁରୁତ୍ବପୂର୍ଣ୍ଣ ପଦବୀ ନ ମିଳିବା କାରଣରୁ ନିରାଶ ହୋଇ ପନ୍ନିସେଲଭମ୍ ଓ ତାଙ୍କ ପୁଅ ଓପି ରବୀନ୍ଦ୍ରନାଥ ଡିଏମ୍କେ ଛାଡ଼ି ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ଟିଭିକେରେ ଯୋଗ ଦେବାକୁ ଯୋଜନା କରୁଛନ୍ତି।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।