Lok Sabha: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବନ୍ଦେ ମାତରମ୍ ବିଲ୍ ପାରିତ
"ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିରେ ସଂସଦର ଉଭୟ ସଦନରେ ଗୁରୁବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।
ଗୁରୁବାର ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଜାତୀୟ ସମ୍ମାନ (ସଂଶୋଧନ) ବିଲ୍, ୨୦୨୬କୁ ବାଚନିକ ଭୋଟ ମାଧ୍ୟମରେ ପାରିତ କରାଯାଇଥିଲା।
ବିରୋଧୀ ସଦସ୍ୟଙ୍କ ବିରୋଧ ଯୋଗୁଁ ଗୃହକୁ ଶୁକ୍ରବାର ସକାଳ ୧୧ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇସାରିଛି।ଅନ୍ୟପକ୍ଷରେ ରାଜ୍ୟସଭାରେ ଗୁରୁବାର ସାର୍ବଜନୀନ ପରୀକ୍ଷା (ଅସାଧୁ ମାଧ୍ୟମ ନିବାରଣ) ସଂଶୋଧନ ବିଲ୍ ୨୦୨୬ ଉପସ୍ଥାପନ କରାଯାଇଛି।
ବିଲ୍କୁ ନେଇ ଲୋକସଭାରେ ଦୀର୍ଘ ସମୟ ଧରି ବିତର୍କ ପରେ ବୁଧବାର ପାରିତ ହୋଇଥିଲା।Advertisment ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ; କଂଟ୍ରୋଲ୍ ରୁମ୍ ଜରିଆରେ ସ୍ଥିତି ଉପରେ କଡ଼ା ନଜର ରାଜ୍ୟସଭାରେ ବିଲ୍ ଉପରେ ବିତର୍କବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ, ନୂଆ ବିଲ୍ରେ କିଛି ନୂଆ ନାହିଁ।
ସେ କହିଥିଲେ ଯେ, ପରୀକ୍ଷା ପରିଚାଳନା ପଦ୍ଧତିରେ ସଂସ୍କାର ଦ୍ୱାରା ହିଁ ପ୍ରକୃତ ପରିବର୍ତ୍ତନ ଆସିପାରିବ।
ଖଡ଼ଗେ କହିଛନ୍ତି, ୨୦୨୪ ମସିହାରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନପତ୍ର ଲିକ୍ ରୋକିବାକୁ କଠୋର ଆଇନ ଆଣିବା ପାଇଁ ଦାବି କରିଥିଲେ।
ଖଡ଼ଗେ ସାର୍ବଜନୀନ ପରୀକ୍ଷା (ଅସାଧୁ ମାଧ୍ୟମ ନିବାରଣ) ସଂଶୋଧନ ବିଲ୍ ୨୦୨୬ ନେଇ ରାଜ୍ୟସଭାରେ ବିତର୍କବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ।
ଖଡ଼ଗେ କହିଛନ୍ତି, ସରକାର କେବଳ କ୍ଷମତା ହରାଇବା ଭୟରେ ଛାତ୍ରମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଥିଲେ।
ସରକାର ଜୁଲାଇ ୨୦ ତାରିଖ ଘଟଣା ଉପରେ ସଂସଦକୁ ସତ କଥା କହିବା କଥା ବୋଲି ଖଡ଼ଗେ କହିଛନ୍ତି।
ଜୁଲାଇ ୨୦ ତାରିଖରେ "ସଂସଦ ଚଲୋ" ଅଭିଯାନ ବେଳେ ଛାତ୍ରମାନଙ୍କ ଉପରେ ହୋଇଥିବା ବର୍ବରତା ପାଇଁ ଖଡ଼ଗେ ଅମିତ ଶାହଙ୍କୁ ଦାୟୀ କରିଛନ୍ତି।
ଛାତ୍ରମାନଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରିବା ପାଇଁ ଅମିତ ଶାହ ଦାୟୀ, ସେ ବନ୍ଦ ଦ୍ବାର ପଛରେ ଲୁଚି ପାରିବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ।
ଖଡ଼ଗେଙ୍କ ମନ୍ତବ୍ୟକୁ ନେଇ ଟ୍ରେଜେରୀ ବେଞ୍ଚ ପକ୍ଷରୁ ପ୍ରବଳ ହୋହଲ୍ଲା ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।