Mine Displaced Tribals ଖଣି ବିସ୍ଥାପିତଙ୍କ ଜଙ୍ଗଲ ଜମି କ୍ଷତିପୂରଣରେ ବିଳମ୍ବ, ଧାରଣାରେ ବସିଲେ ବିଧାୟକ

Jul 30, 2026 - 17:37
Mine Displaced Tribals ଖଣି ବିସ୍ଥାପିତଙ୍କ ଜଙ୍ଗଲ ଜମି କ୍ଷତିପୂରଣରେ ବିଳମ୍ବ, ଧାରଣାରେ ବସିଲେ ବିଧାୟକ

"ସୁନ୍ଦରଗଡ଼:  ଖଣି ଖନନରେ ଯାଇଥିବା ଜଙ୍ଗଲ ଜମି କ୍ଷତିପୂରଣ ପାଇଁ ଗୋଟିଏ ପଟେ ଏମ୍‌ସିଏଲ୍‌ ସିଆର୍‌ମାଲ ବିସ୍ଥାପିତ ଡିଆର୍‌ଡିଏ ଛକରେ  ୧୩୬ ଦିନ ହେଲା ଧାରଣାରେ ବସିଛନ୍ତି।

ଏଯାଏଁ ସେମାନଙ୍କ ଦାବି ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ଅନ୍ଯପଟେ  ସାନଘୁମୁଡ଼ା ଓ ଡୁଲଙ୍ଗା ଓସିପିଏଲ୍ ମନୋହରପୁର ଖଣି ବିସ୍ଥାପିତ ଆଦିବାସୀ ବର୍ଷ ବର୍ଷ ଧରି ବିଭିନ୍ନ ସମୟରେ ଧାରଣା, ଖଣି ବନ୍ଦ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବି ଅଣଶୁଣା ହୋଇ ରହିଛି।

Advertisment Sukhuni Mines: ଶୁଖୁନି ଖଣି ବିସ୍ଥାପିତଙ୍କ ଲୁହ: ଜମି, ଘର ଗଲା; ପରପିଣ୍ଡାରେ ପରିବାର ପ୍ରଶାସନର ଏଭଳି ଅଣଦେଖା ପ୍ରତିବାଦରେ ଆଦିବାସୀଙ୍କୁ ସମର୍ଥନ ଜଣାଇ ଆଜି (ଗୁରୁବାର) ସୁନ୍ଦରଗଡ଼ ବିଧାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି।

ବିଧାୟକ କହିଛନ୍ତି, ଆଇନ ସତ୍ତ୍ବେ  ସରକାର ଓ ଜିଲ୍ଲା ପ୍ରଶାସନ ଆଦିବାସୀଙ୍କୁ ଅବହେଳା କରି ଚାଲିଛନ୍ତି।

ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ, ନ୍ଯାୟ ନମିଳିଲେ ଆନ୍ଦୋଳନକୁ ଜୋରଦାର କରାଯିବ।

ମନୋହରପୁର କୋଇଲାଖଣି ପ୍ରକଳ୍ପର ସାନଘୁମୁଡ଼ା ସମ୍ପୂର୍ଣ୍ଣ ଓ ଡୁଲିଙ୍ଗାର ଆଂଶିକ ବିସ୍ଥାପିତଙ୍କ ମାମଲାରେ ଓଡ଼ିଶା ମାନବାଧିକାର ଆୟୋଗ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ଵ ଦେଉ ନାହିଁ।

ଏମାନଙ୍କୁ  କ୍ଷତିପୂରଣ ତଥା ଥଇଥାନ, ପୁନର୍ବାସ ସୁବିଧା ପ୍ରଦାନ ଦାବି ହୋଇଆସୁଛି।

ଏନଟିପିସି ଖଣି ବିସ୍ଥାପିତ ବିବାହିତା ଗୁହାରି କରି ନୟାନ୍ତ, ଆଲୋଚନାରେ ଦିନ ଗଡ଼ାଉଛି ପ୍ରଶାସନ ଜଙ୍ଗଲ ଜମି ପଟ୍ଟା ପାଇଁ ୮୪/୨୦୧୦ ରେ ଗ୍ରାମସଭା ବନ ଅଧିକାର ଦାବି ସ୍ବୀକୃତ କରିବା ପରେ ଏହାକୁ ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ କରିଥିଲା ୨୦୧୪ ଓ ୨୦୧୬ରେ ବସିଥିବା ଥଇଥାନ ଓ ପାରିପାର୍ଶ୍ବକ ଉପଦେଷ୍ଟା କମିଟି ବୈଠକରେ କ୍ଷତିପୂରଣ ଅନୁମୋଦିତ ହୋଇଥିଲା।

୨୦୨୧ ଓ ୨୦୨୩ରେ ରାଜ୍ୟ ସରକାର ଜଙ୍ଗଲ ଜମି ଅଧିକାର ପଟ୍ଟା ଉପରେ କ୍ଷତିପୂରଣ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ।

ଏହା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଓରସାକ ସାଟେଲାଇଟ୍ ଚିତ୍ର ଓ ବିଭିନ୍ନ ବାହାନା ଦେଖାଇ ଆଦିବାସୀ ପରିବାରଙ୍କୁ ଆଇନସମ୍ମତ କ୍ଷତିପୂରଣରୁ ବଞ୍ଚିତ କରୁଥିବା ଅଭିଯୋଗ ରହିଛି।

ସେହିପରି ସିଆରମାଲ ଗାଁରେ ଜଙ୍ଗଲ ଜମିରେ ଚାଷବାସ କରି ରହୁଥିବା ୨୯ ପରିବାରକୁ ଜଙ୍ଗଲ ଜମି ଶିରୋନାମା ପ୍ରଦାନ ପାଇଁ ଗ୍ରାମସଭାର ସୁପାରିସ କ୍ରମେ ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ କମିଟି ମଧ୍ଯ ଅନୁମୋଦନ କରିଥିଲା।

କିନ୍ତୁ ସିଆରମାଲ ଖଣିରେ ଜମି ଯିବା ପରେ ପଟ୍ଟା ଦେବାକୁ ପ୍ରଶାସନ ହଁ,ନାରେ ଦିନ ଗଡ଼ାଇ ନେଉଥିବାରୁ ପ୍ରତିବାଦରେ ବିସ୍ଥାପିତ ଧାରଣାରେ ବସିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।