Congress: ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ, ବାଚସ୍ପତିଙ୍କୁ ଭେଟିଲା କଂଗ୍ରେସ ବିଧାୟକ ଦଳ
"ଭୁବନେଶ୍ବର: ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ(ଏମ୍ଏମ୍ଡିଆର)-୨୦୨୬ ପ୍ରସଙ୍ଗରେ ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କରିଛି କଂଗ୍ରେସ।
ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ବିଧାୟକଙ୍କ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଅନୁରୋଧ କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଓଡ଼ିଶା ହେଉଛି ରତ୍ନଗର୍ଭା।
କେନ୍ଦ୍ର ସରକାର ଏକଚାଟିଆଭାବେ ଏମ୍ଏମ୍ଡିଆର ଆଇନରେ ସଂଶୋଧନ ଫଳରେ ଓଡ଼ିଶା ୧ଲକ୍ଷ କୋଟି ଟଙ୍କା ହରାଇବ।
ଏହାସହ ପ୍ରତିବର୍ଷ ରାଜ୍ୟ ୨୦ହଜାର କୋଟି ଟଙ୍କାର କ୍ଷତି ସହିବ।
ଏହି କଳା ଆଇନକୁ କଂଗ୍ରେସ ବିରୋଧ କରୁଛି।
Advertisment Tamil Nadu: ଶପଥ ଗ୍ରହଣ ସମୟରେ ରାହୁଲ ଗାନ୍ଧୀଙ୍କ ନାମ ନେଲେ ତାମିଲନାଡୁ କଂଗ୍ରେସ ବିଧାୟକ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶ କରିବେ ବୋଲି କହି କ୍ଷମତାକୁ ଆସିଥିଲେ।
ଏମ୍ଏମ୍ଡିଆର ସଂଶୋଧନ ଆଇନ ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛି।
ଓଡ଼ିଶା ଜଙ୍ଗଲ, ଜମି ଓ ପାଣି ପାଇଁ କଂଗ୍ରେସ ଜାରି ରଖିଛି।
ତେଣୁ ସମ୍ବିଧାନର ଧାରା ୧୭୪(୧) ଅନୁସାରେ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ରାଜ୍ୟପାଳ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି।
ଏହି ବିଧାୟକ ଦଳରେ ତାରାପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ପ୍ରଧାନ, ସିଏସ୍ ରାଜନ ଏକ୍କା, ପବିତ୍ର ସାଉଁନ୍ତା, ମଙ୍ଗୁ ଖିଲ, କାଡ଼୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ ପ୍ରମୁଖ ସାକ୍ଷାତ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

