Congress Allegations: ଭୋଟ୍ ଚୋରିରୁ ଅଧିକାର ଚୋରି ପର୍ଯ୍ୟନ୍ତ; ଭୋଟର ତାଲିକାରୁ ନାଁ କାଟିବାକୁ ନେଇ କଂଗ୍ରେସର ଅଭିଯୋଗ

Nov 19, 2026 - 16:47
Congress Allegations: ଭୋଟ୍ ଚୋରିରୁ ଅଧିକାର ଚୋରି ପର୍ଯ୍ୟନ୍ତ; ଭୋଟର ତାଲିକାରୁ ନାଁ କାଟିବାକୁ ନେଇ କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ପରେ ଏବେ ଦେଶରେ ଚାଲିଛି ଭୋଟ୍‌ବନ୍ଦୀ।

ନୋଟ୍‌ବନ୍ଦୀ ଜରିଆରେ ସାଧାରଣ ଲୋକଙ୍କ ରୋଜଗାର ଓ ଜୀବିକା ଉପରେ ଆଘାତ ଦିଆଯାଇଥିବା ବେଳେ ଏବେ ଭୋଟ୍‌ ଚୋରି ଜରିଆରେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଉଛି।

ଏଭଳି ଅଭିଯୋଗ ଆଣି କେନ୍ଦ୍ରର ମୋଦୀ ସରକାର ଙ୍କୁ ଘେରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ।

ଗୁରୁବାର ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏକ ପୋଷ୍ଟ କରି ଜୟରାମ କହିଛନ୍ତି, ନୋଟ୍‌ବନ୍ଦୀ ଓ ଭୋଟ୍‌ବନ୍ଦୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।

୨୦୧୬ରେ କ୍ଷମତାର ଅହଂକାରରେ ସରକାର ଲୋକଙ୍କ ରୋଜଗାର ଓ ଜୀବିକା ଉପରେ ଆଘାତ ଦେଇଥିଲେ।

ଏବେ ଲୋକଙ୍କ ଭୋଟ୍ ଓ ସ୍ୱରକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ନିଶାଣ କରି ଜୟରାମ କହିଛନ୍ତି, ଭୋଟ୍ ଚୋରି କେବଳ ନିର୍ବାଚନରେ ଅନିୟମିତତାର ପ୍ରସଙ୍ଗ ନୁହେଁ।

ଏହା ଲୋକଙ୍କ ଅଧିକାର, ସ୍ୱର ଓ ସରକାରଙ୍କୁ ଉତ୍ତରଦାୟୀ କରିବାର କ୍ଷମତା ଉପରେ ବଡ଼ ଆକ୍ରମଣ।

ଗରିବ, ଶ୍ରମିକ, କୃଷକ, ପଛୁଆବର୍ଗ, ଯୁବପିଢ଼ି ଓ ମଧ୍ୟବିତ୍ତଙ୍କ ପାଇଁ ଭୋଟ୍ ହେଉଛି ନିଜ ଦାବି ଓ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବାର ସବୁଠୁ ବଡ଼ ଅସ୍ତ୍ର।

ସରକାରଙ୍କ ନୀତିକୁ ସମାଲୋଚନା କରି ଜୟରାମ ଆହୁରି କହିଛନ୍ତି, ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ସଞ୍ଚୟ କମୁଛି।

ବେକାରି ଯୋଗୁଁ ଯୁବପିଢ଼ିଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି।

କୃଷକମାନେ ନିଜ ଦାବି ପାଇଁ ସଂଘର୍ଷ କରୁଥିବା ବେଳେ ମନରେଗା ବଦଳରେ ନୂଆ ବ୍ୟବସ୍ଥା ଆଣି ଗ୍ରାମାଞ୍ଚଳ ଶ୍ରମିକଙ୍କ ରୋଜଗାର ଅଧିକାରକୁ ଦୁର୍ବଳ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

Jayaram Ramesh: ମୋଦୀ ସରକାରଙ୍କ ନିଷ୍ପତ୍ତି ଯୋଗୁ ଆରାବଳୀ ପ୍ରତି ବିପଦ: ଜୟରାମ ରମେଶ ଭୋଟର ତାଲିକାରୁ ଲୋକଙ୍କ ନାଁ ବାଦ୍ ପଡ଼ିବା ପ୍ରସଙ୍ଗ ଉଠାଇ ଜୟରାମ କହିଛନ୍ତି, ଏହାଦ୍ୱାରା ନିଜ ପସନ୍ଦର ସରକାର ବାଛିବା ଓ ସରକାରଙ୍କୁ ଜବାବ ମାଗିବାର ଅଧିକାର ପ୍ରଭାବିତ ହେଉଛି।

ଭୋଟ୍ କେବଳ ସରକାର ଗଠନ କରିବାର ମାଧ୍ୟମ ନୁହେଁ, ବରଂ ସରକାରଙ୍କୁ ଲୋକଙ୍କ ପ୍ରତି ଉତ୍ତରଦାୟୀ କରିବାର ଶକ୍ତି।

ଶେଷରେ ସେ କହିଛନ୍ତି, କଂଗ୍ରେସର ଲଢ଼େଇ କେବଳ ଭୋଟ୍ ଅଧିକାରର ସୁରକ୍ଷା ପାଇଁ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ପାଇଁ।

ଏଥିସହ ସେ 'ଭୋଟ୍ ଚୋର୍, ଗଦ୍ଦି ଛୋଡ଼୍' ସ୍ଲୋଗାନ୍ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)