Cyclone: ବାତ୍ୟା ପାଇଁ ୧୪ ଜିଲ୍ଲାରେ ଟେଲିକମ୍ ବ୍ୟବସ୍ଥା ଦୃଢ଼; ୭୦ଟି ମୋବାଇଲ୍ ଟାୱାର, ୧୯୭ ଜେନେରେଟର
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା 'ଅକ୍ଭାନ୍'କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଟେଲିକମ୍ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି।
ବାତ୍ୟା ସମୟରେ ମୋବାଇଲ୍ ନେଟ୍ୱର୍କ ଯେପରି ଅଚଳ ନ ହୁଏ ଏବଂ ଲୋକଙ୍କୁ ଯୋଗାଯୋଗରେ ସମସ୍ୟା ନ ହୁଏ, ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି।
ଏଥିପାଇଁ ୧୪ଟି ଜିଲ୍ଲାରେ ୭୦ଟି ମୋବାଇଲ୍ ଟାୱାର (ସେଲ୍ ଅନ୍ ହ୍ୱିଲ୍ସ), ୧୯୭ଟି ମୋବାଇଲ୍ ଡିଜେଲ୍ ଜେନେରେଟର ଓ ୬୧ଟି ସହାୟତା ଟିମ୍ ମୁତୟନ କରାଯାଇଛି।
ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ୍ ଯୋଗାଣ ବନ୍ଦ ହେଲେ ମଧ୍ୟ ମୋବାଇଲ୍ ନେଟ୍ୱର୍କକୁ ଚାଲୁ ରଖିବାକୁ ଉଦ୍ୟମ କରାଯିବ।
Advertisment ଗଞ୍ଜାମ , ଗଜପତି , ରାୟଗଡ଼ା , ମାଲକାନଗିରି , କନ୍ଧମାଳ , କୋରାପୁଟ , ପୁରୀ , ଭଦ୍ରକ , ବାଲେଶ୍ୱର, ମୟୂରଭଞ୍ଜ , ଖୋର୍ଦ୍ଧା , ଯାଜପୁର , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଏହି ସବୁ ବ୍ୟବସ୍ଥା କରାଯାଇଛି।
ବାତ୍ୟା ଯୋଗୁଁ ପ୍ରବଳ ବର୍ଷା, ଝଡ଼ ପବନ ଓ ବନ୍ୟା ପରିସ୍ଥିତିରେ ମୋବାଇଲ୍ ଟାୱାର କ୍ଷତିଗ୍ରସ୍ତ ହେବା କିମ୍ବା ନେଟ୍ୱର୍କ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ଏଭଳି ସମୟରେ ଏହି ଅସ୍ଥାୟୀ ଟାୱାର ଓ ଜେନେରେଟର ଯୋଗାଯୋଗ ବ୍ୟବସ୍ଥାକୁ ସଚଳ ରଖିବାରେ ସହାୟକ ହେବ।
Trai : ଟେଲିକମ୍ ଗ୍ରାହକଙ୍କ ଅଭିଯୋଗର ସମାଧାନ: ଅବହେଳା ହେଲେ ୫୦ ଲକ୍ଷ ଜରିମାନା ଏହାଦ୍ୱାରା ବାତ୍ୟା ସମ୍ପର୍କିତ ଆଗୁଆ ସତର୍କ ସୂଚନା ପ୍ରସାର, ଲୋକଙ୍କୁ ସ୍ଥାନାନ୍ତର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସହ ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ମଧ୍ୟରେ ସମନ୍ୱୟ ରକ୍ଷା ସହଜ ହେବ।
ଟେଲିକମ୍ ଭିତ୍ତିଭୂମି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ।
ଟେଲିକମ୍ ବିଭାଗ, ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ସହଯୋଗରେ ନେଟ୍ୱର୍କ ବ୍ୟାହତ ହେଲେ ତୁରନ୍ତ ତାହାର ପୁନରୁଦ୍ଧାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
