Concert ticket: କିମାଶ୍ଚର୍ଯ୍ୟମ୍: କନ୍ସର୍ଟ ଟିକେଟ୍ ପାଇଁ ପୂଜାର୍ଚ୍ଚନା
"ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ସଂଗୀତ ଶୁଣିବା ପାଇଁ ଲୋକଙ୍କ ଆଗ୍ରହ କିଛି ବର୍ଷ ହେଲା ଖୁବ୍ ବଢ଼ିଯାଇଛି।
ଅନ୍ତର୍ଜାତୀୟ ପ୍ରସିଦ୍ଧି ଲାଭ କରିଥିବା କଲ୍ଡପ୍ଲେ, ଏକନ୍, ଟ୍ରାଭିସ୍ ସ୍କୋଟ୍, ଟେଲର୍ ସ୍ବିଫ୍ଟ, ଦିଲଜୀତ ଦୋସାଞ୍ଝ ଭଳି କଳାକାରଙ୍କ କନ୍ସର୍ଟର ଟିକେଟ୍ ଯେତେ ବ୍ୟୟବହୁଳ ହେଲେ ବି ସେଗୁଡ଼ିକର ଚାହିଦା ଏତେ ଯେ ଅନ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭର କିଛି ସମୟ ମଧ୍ୟରେ ସଂପୂର୍ଣ୍ଣ ବିକ୍ରି ହୋଇଯାଏ।
ତେଣୁ ଯେତେ ପଇସା ଥିଲେ ବି କନ୍ସର୍ଟ ଟିକେଟ୍ ପାଇବା ଭାଗ୍ୟର କଥା ହୋଇଯାଇଛି।
ସେହି କାରଣରୁ ନିଜର ଭାଗ୍ୟ ଟାଣ କରିବା ପାଇଁ ଜାପାନର ଲୋକମାେନ ଏକ ନିର୍ଦ୍ଦିଷ୍ଟ ପୀଠକୁ ଯାଉଛନ୍ତି।
ଟୋକିଓର ନିହୋନ୍ବାସି ଜିଲ୍ଲାରେ ରହିଛି ଏହି କ୍ଷୁଦ୍ର ପୀଠ, ଯାହାର ନାମ ଫୁକୁଟୋକୁ।
ବଡ଼ ବଡ଼ କୋଠା ମଧ୍ୟରେ ଲୁଚି ରହିଥିବା ଏହି ପୀଠଟି ଯୁବପିଢ଼ିଙ୍କ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଯାଇଛି।
Advertisment Lord Jagannath: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ ନବମ ଶତାବ୍ଦୀରେ ଫୁକୁଟୋକୁ ପୀଠ ପ୍ରତିଷ୍ଠା କରାଯାଇଥିଲା।
ଗୋଟିଏ ସମୟରେ ଏଠାରେ ଲଟେରି ଆୟୋଜିତ ହେଉଥିଲା।
ଲୋକମାେନ ଏଠାରେ ପୂଜାର୍ଚ୍ଚନା କରି ଲଟେରିରେ ଭାଗ ନେଉଥିଲେ।
ସେହି କାରଣରୁ ଏହି ପୀଠ ସୌଭାଗ୍ୟ ସହିତ ଜଡ଼ିତ ହୋଇଯାଇଛି।
ତେଣୁ ଜେ-ପପ୍ ଓ କେ-ପପ୍ ତାରକାମାନଙ୍କ କନ୍ସର୍ଟ ଟିକେଟ୍ ଆଶାୟୀମାନେ ଆଜିକାଲି ଏଠାରେ ଆସି ପୂଜାର୍ଚ୍ଚନା କରୁଛନ୍ତି, ଏହି ଆଶାରେ ଯେ ଭଗବାନଙ୍କ ହସ୍ତକ୍ଷେପ ଦ୍ବାରା ନିଜ ପ୍ରିୟ ତାରକାଙ୍କୁ ପାଖରୁ ଦେଖିବାର ସମ୍ଭାବନା ବଢ଼ିଯିବ।
ସାମାଜିକ ଗଣମାଧ୍ୟମରେ ଏହି ପୀଠ ଲୋକପ୍ରିୟ ହେବା ପରେ ସୁଦୂରର କନ୍ସର୍ଟ ଟିକେଟ୍ ଆଶାୟୀମାନେ ମଧ୍ୟ ଏଠାରେ ଭିଡ଼ ଜମାଉଛନ୍ତି।
Horoscope 2026 June 30: ଜାଣନ୍ତୁ ଆଜିର ରାଶିଫଳ..."