Commissionerate police: କମିସନରେଟ୍ ପୁଲିସ ହେପାଜତରୁ ୫ ବର୍ଷରେ ୧୦ ଅଭିଯୁକ୍ତ ଫେରାର; ମହିଳା ଥାନାର ଦୁଇ କର୍ମଚାରୀ ନିଲମ୍ବିତ
"ଭୁବନେଶ୍ବର: ଗତ ୫ ବର୍ଷ ମଧ୍ୟରେ ପୁଲିସ ହେପାଜତରୁ ମୋଟ୍ ୩୧ ଜଣ ଅଭିଯୁକ୍ତ ଫେରାର ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି।
ସେମାନଙ୍କ ମଧ୍ୟରୁ କେବଳ କମିସନରେଟ ପୁଲିସ ହେପାଜତରୁ ୧୦ ଜଣ ଅଭିଯୁକ୍ତ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।
ବାରମ୍ବାର ଏଭଳି ଘଟୁଥିବାରୁ ପୁଲିସର ହେପାଜତ ବ୍ୟବସ୍ଥା ଓ ସୁରକ୍ଷା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହାରେ ୭ ଜଣ ଅଭିଯୁକ୍ତ କମିସନରେଟ୍ ପୁଲିସ ଅନ୍ତର୍ଗତ ବିଭିନ୍ନ ଥାନାରୁ ଚମ୍ପଟ ମାରିଥିଲେ।
୨୦୨୪ ଜୁନ୍ ୧ ତାରିଖରେ କମିସନରେଟ୍ ପୁଲିସ ଅନ୍ତର୍ଗତ ବାଲିପାଟଣା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା।
୨୦୨୫ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚନ୍ଦକା ଥାନାରୁ ମୋବାଇଲ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଫେରାର ହୋଇଥିଲା।
ପଚରାଉଚରା ସମୟରେ ସେ ପାଇଖାନା ଯିବାକୁ କହିଥିଲା।
ଦୁଇଜଣ କନଷ୍ଟେବଳ ତାଙ୍କୁ ସୁରକ୍ଷା ଦେଇ ନେଉଥିବା ବେଳେ ସୁଯୋଗ ଦେଖି ଉଭୟଙ୍କୁ ଠେଲି ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସି ପଳାଇଥିଲା।
Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...
ପରେ ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସି ଅଭିଯାନ ଚଳାଯାଇଥିଲା।
ଅନ୍ୟପକ୍ଷରେ, ନିକଟରେ ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାର ଫେରାର ହୋଇଯିବା ଘଟଣାକୁ କମିସନରେଟ ପୁଲିସ ଗୁରୁତ୍ୱର ସହ ନେଇଛି।
ପ୍ରାଥମିକ ତଦନ୍ତରୁ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିବା ପରେ ଘଟଣା ସମୟରେ ଡିସିଓ ଭାବେ କାର୍ଯ୍ୟରତ ଏଏସଆଇ ତିଳୋତ୍ତମା ପୃଷ୍ଟି ଏବଂ ସେଣ୍ଟ୍ରି ପ୍ରଦୀପ୍ତ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି।
ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।
ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ କେବଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନୁହେଁ, ହେପାଜତ ପରିଚାଳନାରେ ଅଧିକ ପାରଦର୍ଶିତା, ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରିବା, ପ୍ରଶିକ୍ଷଣ ଓ ଦାୟିତ୍ବ ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।