Hepatitis A and E: ହେପାଟାଇଟିସ୍- ଏ ଓ ଇର ଭୟ ବଢ଼ୁଛି
"ହେପାଟାଇଟିସ୍-ଏ ଓ ଇ ହେଉଛି ଜଳବାହିତ ଭାଇରାଲ୍ ସଂକ୍ରମଣ।
ଏହା ଆମର ଯକୃତ ଉପରେ କୁପ୍ରଭାବ ପକାଇଥାଏ।
ଦୂଷିତ ଖାଦ୍ୟ ଓ ପାଣି ମାଧ୍ୟମରେ ଏହି ରୋଗ ବ୍ୟାପିଥାଏ।
ପୂର୍ବରୁ ଏହି ରୋଗ କେବଳ ପିଲାଙ୍କଠାରେ ଦେଖାଯାଉଥିଲା, ଏବେ ବୟସ୍କମାନେ ଏହି ଭାଇରସ୍ ପ୍ରତି ଅଧିକ ସମ୍ବେଦନଶୀଳ।
ବୟସ୍କଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଅଧିକ ଗମ୍ଭୀର ହୋଇଥାଏ।Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା କାହାକୁ ଅଧିକ ବିପଦଯେଉଁମାନେ ଅପରିଷ୍କାର ସ୍ଥାନରେ ଭ୍ରମଣ କରନ୍ତି, କିମ୍ବା ବିଶୁଦ୍ଧ ପାନୀୟ ଜଳର ଅଭାବ ଥିବା ସ୍ଥାନକୁ ଗସ୍ତ କରିଥାଆନ୍ତି ଅଥବା ପୂର୍ବରୁ ଯେଉଁମାନଙ୍କର ଯକୃତ ସମସ୍ୟା ଅଛି, ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ।
ଗର୍ଭବତୀଙ୍କ ପାଇଁ ହେପାଟାଇଟିସ୍ -ଇ ଅଧିକ ମାରାତ୍ମକ ହୋଇପାରେ।
ସଂକ୍ରମଣର ୨ରୁ ୬ ସପ୍ତାହ ମଧ୍ୟରେ ଜ୍ୱର, କ୍ଳାନ୍ତି, ଭୋକ ନ ଲାଗିବା, ବାନ୍ତି, ପେଟ ଯନ୍ତ୍ରଣା ଓ ମାଂସପେଶୀରେ ଯନ୍ତ୍ରଣା ଦେଖାଦିଏ।
ରୋଗ ବଢ଼ିଲେ ଜଣ୍ଡିସ୍, ଗାଢ଼ ରଙ୍ଗର ପରିସ୍ରା ଓ ଫିକା ରଙ୍ଗର ମଳ ତ୍ୟାଗ ହୋଇଥାଏ।
Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପ୍ରତିକାର ଓ ସତର୍କତାସବୁବେଳେ ଫୁଟା ବା ବିଶୋଧିତ ପାଣି ପିଇବା ଉଚିତ।
ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ୍ରେ ଭଳଭାବେ ହାତ ଧୁଅନ୍ତୁ।
ବାହାରର ଅପରିଷ୍କାର ବା କଞ୍ଚା ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ।
ହେପାଟାଇଟିସ୍ -ଏ ପାଇଁ ଟିକା ଉପଲବ୍ଧ, ଯାହା ସମ୍ବେଦନଶୀଳ ବ୍ୟକ୍ତି ଓ ଭ୍ରମଣକାରୀଙ୍କ ପାଇଁ ଉପଯୋଗୀ।
ଯଦି ଜଣ୍ଡିସ୍ ହୁଏ କିମ୍ବା ପେଟରେ ଅସହ୍ୟ ଯନ୍ତ୍ରଣା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
କାରଣ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।