cold weather: ଦ୍ବୈତ ନଗରୀରେ ଶୀତର ଆଗମନୀ: ବଢ଼ିଲା ଥଣ୍ଡା, ୨୦ ଡିଗ୍ରି ତଳକୁ ଖସିଲା ପାରଦ

Nov 09, 2026 - 11:34
cold weather: ଦ୍ବୈତ ନଗରୀରେ ଶୀତର ଆଗମନୀ: ବଢ଼ିଲା ଥଣ୍ଡା, ୨୦ ଡିଗ୍ରି ତଳକୁ ଖସିଲା ପାରଦ

ଭୁବନେଶ୍ୱର: ଆଜି ସକାଳେ ଦ୍ବୈତ ନଗରୀରେ ଶୀତ ର ପ୍ରକୋପ ଅନୁଭୂତ ହୋଇଛି।

ଏବର୍ଷ ପ୍ରଥମ ଥର ଲାଗି ୨୦ ଡିଗ୍ରି ତଳକୁ ଖସିଛି ପାରଦ ଆଉ କମିଛି ତାପମାତ୍ରା ।

ସକାଳ ଓ ରାତିରେ ଅନୁଭୂତ ହେଉଛି ଶୀତର ପ୍ରଭାବ।

ନଭେମ୍ବର ଆରମ୍ଭରୁ ଦ୍ବୈତ ନଗରୀରେ ଶୀତର ଆଗମନୀ ସଙ୍କେତ ମିଳିଛି ।

Advertisment ଶୀତର ପ୍ରଭାବ ଆହୁରି ବଢ଼ିବ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପାରଦ ୧୮.୯ ଡିଗ୍ରି ସେଲସିୟସ୍‌କୁ ଖସିଛି ।

ଉଭୟ ସହରରେ ୨୦ ଡିଗ୍ରୀ ତଳକୁ ତାପମାତ୍ରା ଖସିବା ପରେ ଥଣ୍ଡାର ଅନୁଭୂତି ବଢ଼ିଛି ।

ବିଶେଷକରି ସକାଳୁ ଘରୁ ବାହାରୁଥିବା ଲୋକ ଏବଂ ରାତିରେ ଯାତାୟତ କରୁଥିବା ଲୋକଙ୍କୁ ଥଣ୍ଡା ଅଧିକ ଅନୁଭୂତ ହେଉଛି ।

ତେବେ ଧୀରେ ଧୀରେ ପାରଦ ଖସୁଥିବାରୁ ଆଗକୁ ଦ୍ବୈତ ନଗରୀରେ ଶୀତର ପ୍ରଭାବ ଆହୁରି ବଢ଼ିବ କି, ତାହା ଉପରେ ନଜର ରହିଛି ।

Rashtriya Swayamsevak Sangh: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଛଅ ସରସଂଘଚାଳକଙ୍କୁ ଜାଣନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)