Controversy: ଭାରତକୁ ବଦନାମ କରିବା ପାଇଁ ଚୀନ୍‌ର ଷଡ଼ଯନ୍ତ୍ର: ଢାକା ବସ୍ତିକୁ ଦିଲ୍ଲୀ ବୋଲି ଦର୍ଶାଉଛନ୍ତି

Nov 09, 2026 - 11:34
Controversy: ଭାରତକୁ ବଦନାମ କରିବା ପାଇଁ ଚୀନ୍‌ର ଷଡ଼ଯନ୍ତ୍ର: ଢାକା ବସ୍ତିକୁ ଦିଲ୍ଲୀ ବୋଲି ଦର୍ଶାଉଛନ୍ତି

ଢାକା: କିଛି ସପ୍ତାହ ଧରି ଚୀନ୍ ଯୁବବର୍ଗମାନେ ବାଂଲାଦେଶରେ ବୁଲି ଭିଡିଓ ସୁଟିଂ କରୁଛନ୍ତି।

ସେମାନେ ରାଜଧାନୀ ଢାକା ଏବଂ ଅନ୍ୟାନ୍ୟ ସହରଗୁଡ଼ିକର ବସ୍ତିରେ ବୁଲି ଭିଡିଓ ଷ୍ଟ୍ରିମିଂ କରୁଛନ୍ତି।

ପ୍ରାୟ ଗୋଟିଏ ମାସ ଧରି ବାଂଲାଦେଶରେ ଥିବା ୧୦୦ ରୁ ୧୫୦ ଚୀନ୍ ଯୁବବର୍ଗଙ୍କର ଗୋଷ୍ଠୀ ବିଷୟରେ ଏକ ନୂତନ ଦାବି ସାମ୍ନାକୁ ଆସିଛି।

Advertisment ଫୁଟେଜ୍କୁ ନୂଆଦିଲ୍ଲୀର ବୋଲି ଦାବି ରିପୋର୍ଟ ହୋଇଛି ଯେ, ସେମାନେ ଭିଡିଓରେ ବାଂଲାଦେଶୀ ବସ୍ତିଗୁଡ଼ିକୁ ଦିଲ୍ଲୀ ଭାବରେ ଚିତ୍ରଣ କରୁଛନ୍ତି।

ଏହାକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସେମାନେ ଏହାକୁ ଭାରତର ବିଶ୍ୱ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି।ପ୍ରୋଥୋମୋଲୋ ଖବର କାଗଜର ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫୦ ଜଣ ଚୀନ୍ ବ୍ଲଗର ଢାକାରେ ପହଞ୍ଚିଛନ୍ତି।

ସେମାନେ ବାଂଲାଦେଶର ଗରିବ ଅଞ୍ଚଳରୁ ଲାଇଭଷ୍ଟ୍ରିମ୍ କରୁଛନ୍ତି ଏବଂ ଫୁଟେଜ୍କୁ ନୂଆଦିଲ୍ଲୀର ବୋଲି ଦାବି କରୁଛନ୍ତି।

Sailors Rescued: ୧୯ ଭାରତୀୟ ନାବିକ ୟେମେନରୁ ସୁରକ୍ଷିତ ଉଦ୍ଧାର: ଭାରତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ସେମାନେ ଭାରତର ସ୍ଥିତି ଭାବେ ଉଲ୍ଲେଖ କରି ଏହି ଅଞ୍ଚଳର ଦାରିଦ୍ର୍ୟକୁ ଚୀନ୍ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ସେମାନେ ବିଶେଷକରି ଢାକାର ଗରିବ ଅଞ୍ଚଳ, ଯେପରିକି ଟେକପାରା ଏବଂ ଉତ୍ତରାର ଅଣଓସାରିଆ ରାସ୍ତାରେ ଭିଡିଓ ସୁଟିଂ କରୁଥିବା ଦେଖାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)