Rashtriya Swayamsevak Sangh: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଛଅ ସରସଂଘଚାଳକଙ୍କୁ ଜାଣନ୍ତୁ
ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ( ଆର୍ଏସ୍ଏସ୍ ) ଭାରତର ଏକ ହିନ୍ଦୁତ୍ୱ ଆଧାରିତ ସ୍ୱେଚ୍ଛାସେବୀ ସଂଗଠନ।
ଏହାର ସଦସ୍ୟତା ନେବା ଲାଗି କୌଣସି ବିଧିବଦ୍ଧ କାଗଜପତ୍ରର ଆବଶ୍ୟକତା ନଥାଏ।
ଜଣେ ସଂଘର ଦୈନିକ ଶାଖା ଗଲେ ସେ ସ୍ବୟଂସେବକର ମାନ୍ୟତା ଲାଭ କରିଥାନ୍ତି।
ଏଥିଲାଗି କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନାହିଁ।
ଜଣେ ବାଲ୍ୟ କାଳରୁ ସଂଘର ସ୍ୱୟଂସେବକ ହୋଇପାନ୍ତି, ଏପରିକି ଜଣେ ବୃଦ୍ଧ ବି ସାମିଲ ହୋଇପାରିବେ।
ଶାଖା ହିଁ ସଂଘର ମୂଳ ଆଧାର।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘମାନେ ପ୍ରତିବର୍ଷ ଗୁରୁଦକ୍ଷିଣା ଦେଇଥାନ୍ତି।
ଏହାଛଡ଼ା ପ୍ରତିବର୍ଷ ସ୍ୱୟଂସେବକମାନେ ପ୍ରଥମ ବର୍ଷ, ଦ୍ବିତୀୟ ଓ ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗରେ ଅଂଶ ଗ୍ରହଣ କରି ବିଶେଷ ଭାବେ ପ୍ରଶିକ୍ଷିତ ହୋଇଥାନ୍ତି।
Advertisment ୧୯୨୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ବିଜୟାଦଶମୀ ଦିନ ପ୍ରତିଷ୍ଠିତ ଏହି ସଂଗଠନର ପ୍ରାରମ୍ଭିକ ଉଦ୍ଦେଶ୍ୟ ଥିଲା ଚରିତ୍ର ଗଠନ ଏବଂ ହିନ୍ଦୁ ସମାଜକୁ ସଂଗଠିତ କରିବା।
ହିନ୍ଦୁତ୍ୱ ବିଚାରଧାରାର ପ୍ରଚାର ମାଧ୍ୟମରେ ହିନ୍ଦୁ ସମାଜକୁ ସଶକ୍ତ କରିବା ସହ ଭାରତୀୟ ସଂସ୍କୃତି ଓ ସଭ୍ୟତାଗତ ମୂଲ୍ୟବୋଧର ସୁରକ୍ଷା କରିବା ଏହାର ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଏ।ଏହାକୁ ଭାରତର ଏକ ଦକ୍ଷିଣପନ୍ଥୀ ସଂଗଠନ ଭାବେ ବର୍ଣ୍ଣନା କରାଯାଏ।
ଏହା 'ସଂଘ ପରିବାର' ନାମରେ ପରିଚିତ ହିନ୍ଦୁତ୍ୱବାଦୀ ସଂଗଠନଗୁଡ଼ିକର ଏକ ବୃହତ୍ ଗୋଷ୍ଠୀର ପ୍ରମୁଖ ସଂଗଠନ।
ଏହି ଗୋଷ୍ଠୀରେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ସାମିଲ ଅଛି।
ଏହାର ମୁଖ୍ୟଙ୍କୁ ସରସଂଘଚାଳକ ବୋଲି ସମ୍ମାନର ସହ ସମ୍ବୋଧନ କରାଯାଇଥାଏ।
ବର୍ତ୍ତମାନ ମୋହନ ଭାଗବତ ଆର୍ଏସ୍ଏସ୍ର ସରସଂଘଚାଳକ ଭାବେ କାର୍ଯ୍ୟ କରୁଛନ୍ତି।
ଏବେ ଆସନ୍ତୁ ଜାଣିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ର ଏଯାବତ୍ ଦାୟିତ୍ବ ନେଇଥିବା ଛଅଜଣ ସରସଂଘଚାଳକ ମାନଙ୍କ ସଂପର୍କରେ...
୧: ଡାକ୍ତର କେଶବ ବଳିରାମ ହେଡଗେୱାର (ଡକ୍ଟରଜୀ): ୧୯୨୫–୧୯୪୦:୧୯୨୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରତିଷ୍ଠିତ ଏହି ସଂଗଠନର ପ୍ରତିଷ୍ଠାତା ତଥା ପ୍ରଥମ ସରସଂଘଚାଳକ ଥିଲେ ଡାକ୍ତର କେଶବ ବଳିରାମ ହେଡଗେୱାର।
ନାଗପୁରରେ ଜନ୍ମିତ ଜଣେ ଏମବିବିଏସ୍ ଡିଗ୍ରିଧାରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକୁ ମହାରାଷ୍ଟ୍ରର ବାହାରେ ବି ପ୍ରସାରିତ କରିଥିଲେ।
ହିନ୍ଦୁ ରାଷ୍ଟ୍ରବାଦୀ ଚିନ୍ତାନାୟକମାନଙ୍କ ମଧ୍ୟରୁ ଜଣେ ୨:ମାଧବ ସଦାଶିବରାଓ ଗୋଲୱାଲକର (ଗୁରୁଜୀ): ୧୯୪୦–୧୯୭୩: ମାଧବ ସଦାଶିବରାଓ ଗୋଲୱାଲକର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଦ୍ୱିତୀୟ ସରସଂଘଚାଳକ (ସର୍ବୋଚ୍ଚ ନେତା) ଭାବେ ଦାୟିତ୍ୱ ତୁଲାଇଥିଲେ।
ଆର୍ଏସ୍ଏସ୍ର ସ୍ୱୟଂସେବକମାନେ ତାଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରିଥାନ୍ତି।
ସେ ପ୍ରଥମେ ହିନ୍ଦୁ ରାଷ୍ଟ୍ର ଅର୍ଥାତ୍ ହିନ୍ଦୁ ରାଷ୍ଟ୍ର ଆଧାରିତ ଧର୍ମତାନ୍ତ୍ରିକ ରାଷ୍ଟ୍ରର ଧାରଣା ଉପସ୍ଥାପନ କରିଥିଲେ।
ଏହି ଧାରଣା ପରବର୍ତ୍ତୀ ସମୟରେ ଅଖଣ୍ଡ ଭାରତର ଧାରଣାରେ ବିକଶିତ ହୋଇଥିବା ବିଶ୍ୱାସ କରାଯାଏ।ଗୋଲୱାଲକର ଭାରତର ପ୍ରାରମ୍ଭିକ ହିନ୍ଦୁ ରାଷ୍ଟ୍ରବାଦୀ ଚିନ୍ତାନାୟକମାନଙ୍କ ମଧ୍ୟରୁ ଜଣେ ପ୍ରମୁଖ ବ୍ୟକ୍ତି ଥିଲେ।
ସେ ୧୯୩୯ ମସିହାରେ 'We or Our Nationhood Defined' ନାମକ ପୁସ୍ତକ ରଚନା କରିଥିଲେ।
ଏହା ସହିତ ୧୯୬୦ ମସିହାରେ ପ୍ରକାଶିତ 'Bunch of Thoughts' ପୁସ୍ତକଟି ତାଙ୍କର ବିଭିନ୍ନ ଭାଷଣର ସଂକଳନ ଅଟେ।
୩: ମଧୁକର ଦତ୍ତାତ୍ରେୟ ଦେୱରସ (ବାଳାସାହେବ ଦେୱରସ): ୧୯୭୩–୧୯୯୩: ବାଲାସାହେବ ଦେଓରସ ନାମରେ ମଧ୍ୟ ପରିଚିତ ମଧୁକର ଦତ୍ତାତ୍ରେୟ ଦେଓରସ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ତୃତୀୟ ସରସଂଘଚାଳକ (ସର୍ବୋଚ୍ଚ ନେତା) ଥିଲେ।
୪:ପ୍ରଫେସର ରାଜେନ୍ଦ୍ର ସିଂହ: ପ୍ରଫେସର ରାଜେନ୍ଦ୍ର ସିଂହ ଆର୍ଏସ୍ଏସ୍ର ଚତୁର୍ଥ ସରସଂଘଚାଳକ (ସର୍ବୋଚ୍ଚ ନେତା) ଥିଲେ।
ସେ ୧୯୯୪ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ସଂଗଠନର ସର୍ବୋଚ୍ଚ ନେତୃତ୍ୱ ଦାୟିତ୍ୱରେ ଥିଲେ।
ପେସାରେ ଜଣେ ପଦାର୍ଥ ବିଜ୍ଞାନୀ ଥିବା ରାଜେନ୍ଦ୍ର ସିଂହ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ଥିଲେ।
କିନ୍ତୁ ୧୯୬୬ ମସିହାରେ ସେ ଏହି ପଦ ଛାଡ଼ି ଆର୍ଏସ୍ଏସ୍ରେ ପୂର୍ଣ୍ଣକାଳୀନ ଭାବେ ଯୋଗ ଦେଇଥିଲେ।
୫: କେ.
ଏସ୍.
ସୁଦର୍ଶନ: କେ.
ଏସ୍.
ସୁଦର୍ଶନ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ପଞ୍ଚମ ସରସଂଘଚାଳକଭାବେ ଦାୟିତ୍ୱ ତୁଲାଇଥିଲେ।
ଭାରତର ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତି ୬: ଡକ୍ଟର ମୋହନ ଭାଗବତ: ସେ ୨୦୦୯ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଷଷ୍ଠ ସରସଂଘଚାଳକ ହୋଇଥିଲେ।
ଏବେ ବି ତାଙ୍କ ମାର୍ଗଦର୍ଶନରେ ସଂଘ ପରିଚାଳିତ ହେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ତାଙ୍କୁ ଭାରତର ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତିଭାବେ ବିଭିନ୍ନ ସଂସ୍ଥା ପରିଗଣିତ କରିଛନ୍ତି।
Donald Trump: ଏନଭିଡିଆ ସିଇଓଙ୍କର ଚୀନ୍ ଗୁପ୍ତଚରଙ୍କ ସହ ସମ୍ପର୍କ ଅଭିଯୋଗ: ସପକ୍ଷରେ ମୁହଁ ଖୋଲିଲେ ଟ୍ରମ୍ପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
