Sad News: ପହିଲି ରଜରେ ଚାଲିଗଲା ୧୫ ବର୍ଷୀୟ ବାଳକର ଜୀବନ
କେନ୍ଦ୍ରାପଡ଼ା: ସବୁଠି ଖୁସିର ମାହୋଲ । ହେଲେ ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ଖେଳି ଯାଇଛି ଶୋକର ଛାୟା । ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ । ମୃତକ ଜଣକ ହେଲେଘଡ଼ିଆମାଳ ଗାଁର ଦୈତାରୀ ସେଠିଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠି।
ସୂଚନା ମୁତାବକ, ମନୋରଞ୍ଜନ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବଢିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲେ । ହଠାତ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡିବା କାରଣରୁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୈତାରୀ ସେଠିଙ୍କ ଏକମାତ୍ର ପୁଅଙ୍କ ମୃତ୍ୟୁ ଘଟିଛି । ଦୈତାରୀ ସେଠି କେରଳରେ ଦାଦନ ଖଟିବାକୁ ଯାଇ ଘରକୁ ଫେରିଥିଲେ । ଶକ୍ରବାର ପୁଣିଥରେ କେରଲକୁ ଫେରିଯାଇଛନ୍ତି । ହେଲେ ଏବେ ପରିବାରରେ ଖେଳିଯାଇଛି ଶୋକର ଛାୟା । କେରଳରେ ପହଞ୍ଚିଛନ୍ତି ପୁଅର ମୃତ୍ୟୁ ଘଟଣା ସେ ଏଯାଏଁ ଜାଣିନାହାନ୍ତି। ତଥାପି ରାଜନଗର ମେଡିକାଲରେ ଖେଳିଯାଇଛି ଶୋକର ଛାୟା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।