coal trailer accident କୋଇଲା ବୋଝେଇ ଟ୍ରେଲର୍‌ ଧକ୍କାରେ ସୁରକ୍ଷାକର୍ମୀ ମୃତ

Jun 24, 2026 - 23:01
coal trailer accident କୋଇଲା ବୋଝେଇ ଟ୍ରେଲର୍‌ ଧକ୍କାରେ ସୁରକ୍ଷାକର୍ମୀ ମୃତ

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ):  ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆାଜି ଜଣେ ନିରୀହ ଯୁବକଙ୍କ ମୃତ୍ୟୁ ଘଟିଛି।

ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଲୋକମାନେ ରାସ୍ତାରୋକ କରିବାରୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା।

Advertisment ସୂଚନାନୁସାରେ, ବୁଧବାର ଅପରାହ୍ନ ୧ଟାରେ ହେମଗିର ଥାନା ବାଙ୍କିବାହାଲ-ଟପରିଆ ରାସ୍ତା ସିଆରମାଲ ଛକରେ ଦୁର୍ଘଟଣା ଘଟିଥିଲା।

ଏକ କୋଇଲା ବୋଝେଇ ଟ୍ରେଲର୍‌ (ଓଡି ୧୬ସି ୧୬୮୮) ଅନ୍ୟ ଏକ ଗାଡ଼ିକୁ ହଠାତ ଓଭରଟେକ୍‌ କରି ଡାହାଣକୁ ମାଡ଼ି ଯିବାରୁ ବିପରୀତ ଦିଗରେ ବାମ ପଟେ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା।

ଯାହାଫଳରେ ବାଇକ୍‌ ଆରୋହୀଙ୍କ ଗୋଡ଼, ହାତ, ପଞ୍ଜରା ହାଡ଼ ଭାଙ୍ଗିଯିବା ସହ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପରେ ଏଠାରୁ ରାଉରକେଲା ଜେପି ହସ୍ପିଟାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।

ମୃତକ ହେଲେ କୁଚେଡେଗା ପଞ୍ଚାୟତ ପଣ୍ଡଆପାଲିର ରାଜକୁମାର ନାଏକ।

ସେ ଏମ୍‌ସିଏଲ୍‌ ଏସ୍‌ଆଇଏସ୍‌ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ।

ନିଜ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମୃତକଙ୍କ ମା" କର୍କଟ ରୋଗରେ ପ୍ରାଣ ହରାଇଥିବାବେଳେ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇ ଚାଲିଯାଇଛନ୍ତି।

ଘରେ ବାପା ଓ ୭ ବର୍ଷର ଝିଅଟେ ଅଛନ୍ତି।

ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଚାଲିଛି।

ସର୍ବସାଧାରଣ ରାସ୍ତାରେ କୋଇଲା ପରିବହନ ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିବାରୁ କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି।

"