CM: ବାତ୍ୟାର ଲ୍ୟାଣ୍ଡଫଲ ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବାତ୍ୟା 'ଅକଭାନ' ଓ ଏହା ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଏନେଇ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି | ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
Advertisment ସେହିପରି ବାତ୍ୟା ଅକଭାନ ସ୍ଥଳଭାଗ ଅତିକ୍ରମ କରିବା ସଂକ୍ରାନ୍ତରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସକାଳଠାରୁ ସମ୍ପୂର୍ଣ୍ଣ ରୂପେ SEOC କଣ୍ଟ୍ରୋଲ୍ ରୁମଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ।
ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହି ସମସ୍ତ ପ୍ରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢନ୍ତୁ: Cyclone: ବାତ୍ୟା ପରେ ଏବେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଚିନ୍ତା ସୂଚନଯୋଗ୍ୟ ଯେ, ବାତ୍ୟା ଅକଭାନରୁ ସୁରକ୍ଷିତ ରହିବା ନିମନ୍ତେ ଏପର୍ଯ୍ୟନ୍ତ ପ୍ରାୟ ୩,୭୨,୦୦୦ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
କୌଣସି ବି ସ୍ଥାନରେ ବର୍ଷା ଯୋଗୁ ପାଣି ଜମିବାର ସୂଚନା ଆସିଲେ ତୁରନ୍ତ ଅଗ୍ନିଶମ ସେବା ବାହିନୀ ପକ୍ଷରୁ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
