CM Vijay: ପ୍ରତିବାଦକାରୀଙ୍କୁ ସମର୍ଥନ କଲେ ମୁଖ୍ୟମନ୍ତ୍ରୀ ବିଜୟ: ବିମାନବନ୍ଦର ପ୍ରକଳ୍ପ ବାତିଲ କରିବାକୁ ନିର୍ଦ୍ଦେଶ
"ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ସେ ପାରାନ୍ଦୁର ବିମାନବନ୍ଦର ପ୍ରକଳ୍ପକୁ ବାତିଲ କରିବା ସମ୍ପର୍କରେ ବିଧାନସଭାରେ ଘୋଷଣା କରିଛନ୍ତି।
ବିମାନବନ୍ଦର ପ୍ରକଳ୍ପ ବାତିଲ ହେବା ଶାସକ ଟିଭିକେ ଏବଂ ବିରୋଧୀ ଡିଏମକେ ମଧ୍ୟରେ ବିବାଦର ଏକ ନୂତନ ପ୍ରସଙ୍ଗ ପାଲଟିଛି।
ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି, ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ପରିଚାଳିତ ଚେନ୍ନାଇର ମୀନାମ୍ବକ୍କମ ବିମାନବନ୍ଦରରେ ବର୍ତ୍ତମାନ ବାର୍ଷିକ ୩ କୋଟି ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରହିଛି।
ସହରର ବର୍ଦ୍ଧିତ ଆବଶ୍ୟକତା, ଶିଳ୍ପ ବିକାଶ ଏବଂ ମାଲ୍ ପରିବହନକୁ ପୂରଣ କରିବା ପାଇଁ ଏକ ନୂତନ ବିମାନବନ୍ଦରର ଆବଶ୍ୟକତା ରହିଛି।
ସେ ନୂତନ ବିମାନବନ୍ଦର ପାଇଁ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।Advertisment ତେବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ନୂତନ ବିମାନବନ୍ଦର ଏପରି ସ୍ଥାନରେ ନିର୍ମାଣ କରାଯିବା ଉଚିତ୍ ଯାହା ଦ୍ବାରା କୃଷି ଜମି ଏବଂ ଆବାସିକ ଅଞ୍ଚଳ ଉପରେ ସର୍ବନିମ୍ନ ପ୍ରଭାବ ପଡ଼ିବ।
ସେ କହିଛନ୍ତି, ୨୦ ଜାନୁଆରି ୨୦୨୫ରେ ମୁଁ ଏକାନାପୁରମ ଏବଂ ଆଖପାଖ ଗ୍ରାମ ପରିଦର୍ଶନ କରି ପାରାନ୍ଦୁରରେ ପ୍ରସ୍ତାବିତ ବିମାନବନ୍ଦରକୁ ବିରୋଧ କରୁଥିବା ୧୨ ଗ୍ରାମବାସୀଙ୍କ କଥା ଶୁଣିଥିଲି।
ବିମାନବନ୍ଦର ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କ ସହିତ ମୁଁ ଦୃଢ଼ ଭାବରେ ଠିଆ ହୋଇଛି।
କୃଷକମାନେ ଦେଶର ମେରୁଦଣ୍ଡ: ବିଜୟ ବିଜୟ କହିଛନ୍ତି, କୃଷକମାନେ ଦେଶର ମେରୁଦଣ୍ଡ।
ମୁଁ ସେମାନଙ୍କ କୃଷି ଜମିକୁ ସୁରକ୍ଷା ଦେବା ପାଇଁ ପ୍ରତିବାଦ କରୁଥିବା ଲୋକଙ୍କୁ ସମର୍ଥନ କରୁଛି।
ସେ ଅକ୍ଟୋବର ୨୦୨୪ରେ ବିକ୍ରାବଣ୍ଡିରେ ଏକ ସାଧାରଣ ସଭାରେ ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରିଥିଲେ।
ଏହି ପ୍ରକଳ୍ପ ପାରାନ୍ଦୁରରେ ନିର୍ମାଣ କରାଯିବା ଉଚିତ୍ ନୁହେଁ ଏବଂ ସରକାରଙ୍କୁ ଏନେଇ ପୁନର୍ବିଚାର କରିବା ଉଚିତ୍ ବୋଲି କହିଥିଲେ।
Devotees Injured: ଶ୍ରାବଣ ଶେଷ ସୋମବାରରେ ବଡ଼ ଦୁର୍ଘଟଣା: ମାଧେପୁରାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା, ୬ ଶ୍ରଦ୍ଧାଳୁ ହସ୍ପିଟାଲରେ ଭର୍ତ୍ତି ପୂର୍ବତନ ମନ୍ତ୍ରୀ ଏବଂ ଡିଏମକେ ନେତା ଥାଙ୍ଗମ ଥେନାରାସୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିଷ୍ପତ୍ତି ଉପରେ ମତ ଦେଇ କହିଛନ୍ତି, ତାମିଲନାଡୁର ଆର୍ଥିକ ପ୍ରଗତି ପାଇଁ ଏହି ବିମାନବନ୍ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
