Claude AI Magic: ନା କାରଖାନା, ନା ହଜାର ହଜାର ଷ୍ଟୋର୍; AI ବଳରେ ୫ ବର୍ଷରେ ଆନ୍ଥ୍ରୋପିକ୍ର ଚମତ୍କାର
କୌଣସି ବଡ଼ କାରଖାନା ନାହିଁ, ହଜାର ହଜାର ଷ୍ଟୋର୍ ନାହିଁ କିମ୍ବା ପାରମ୍ପରିକ ବ୍ୟବସାୟର ବିଶାଳ ଭିତ୍ତିଭୂମି ନାହିଁ।
ତଥାପି ମାତ୍ର ୫ ବର୍ଷରେ ଟେକ୍ନୋଲୋଜି ଦୁନିଆରେ ଚହଳ ପକାଇଛି ଏକ AI କମ୍ପାନୀ।
ଏହାର ନାଁ ଆନ୍ଥ୍ରୋପିକ୍ ।
ଏହାର ସବୁଠୁ ବଡ଼ ଶକ୍ତି ହେଉଛି Claude AI।
ତେବେ କେମିତି ଏକ ନୂଆ କମ୍ପାନୀ ଏତେ କମ୍ ସମୟରେ ଏତେ ବଡ଼ ସଫଳତା ହାସଲ କଲା?
Advertisment ୧୯ ନଭେମ୍ବର ୨୦୨୬ରେ ଆନ୍ଥ୍ରୋପିକ୍ ୮୧.୩ ବିଲିୟନ୍ ଡଲାର ସଂଗ୍ରହ କରିଥିବା ଏବଂ ପ୍ରାୟ ୧.୫ ଟ୍ରିଲିୟନ୍ ଡଲାର ମୂଲ୍ୟାୟନରେ ପହଞ୍ଚିଥିବା ଦାବି କରାଯାଇଛି।
OpenAIରୁ ଆରମ୍ଭ ହୋଇଥିଲା ଯାତ୍ରା ଆନ୍ଥ୍ରୋପିକ୍ର ଆରମ୍ଭ ୨୦୨୧ ମସିହା ମେ' ମାସରେ।
ଡାରିଓ ଆମୋଡେଇ, ଡାନିଏଲା ଆମୋଡେଇଙ୍କ ସମେତ AI ଗବେଷଣା କ୍ଷେତ୍ରର ଅନେକ ବିଶେଷଜ୍ଞ ଏହାକୁ ପ୍ରତିଷ୍ଠା କରିଥିଲେ।
ଡାରିଓ ଓ ଡାନିଏଲା ପୂର୍ବରୁ OpenAI ସହ ଜଡ଼ିତ ଥିଲେ।
ଶକ୍ତିଶାଳୀ ହେବା ସହ ସୁରକ୍ଷିତ ଓ ଭରସାଯୋଗ୍ୟ AI ତିଆରି କରିବା ଥିଲା ସେମାନଙ୍କ ଲକ୍ଷ୍ୟ।
Advertisment ଏହି ଚିନ୍ତାଧାରାରୁ ଜନ୍ମ ନେଇଥିଲା Claude AI।
୨୦୨୩ ମାର୍ଚ୍ଚରେ ଏହା ସାମ୍ନାକୁ ଆସିଥିଲା।
ଧୀରେ ଧୀରେ ଏହା ChatGPTର ଜଣେ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲା।
କେବଳ ଚାଟ୍ ନୁହେଁ, କାମ ବି କରୁଛି AI ଆନ୍ଥ୍ରୋପିକ୍ର ସଫଳତା ପଛରେ ରହିଛି Claudeକୁ କେବଳ ପ୍ରଶ୍ନର ଉତ୍ତର ଦେଉଥିବା ଚାଟ୍ବଟ୍ ଭିତରେ ସୀମିତ ନରଖିବାର ରଣନୀତି।
ଏହା ଲମ୍ବା ଦସ୍ତାବିଜ ପଢ଼ିବା, ତଥ୍ୟ ବିଶ୍ଳେଷଣ, କୋଡିଂ ଏବଂ ଜଟିଳ କାର୍ଯ୍ୟରେ ସହାୟତା କରିପାରୁଛି।
ବିଶେଷକରି ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ଏହା ଅଧିକ ଉପଯୋଗୀ ହେଉଛି।
ଏବେ କମ୍ପାନୀଗୁଡ଼ିକ AIକୁ କେବଳ ସୂଚନା ପାଇବା ପାଇଁ ନୁହେଁ, ବରଂ ନିଜ କାମକୁ ସହଜ ଓ ଦ୍ରୁତ କରିବା ପାଇଁ ବ୍ୟବହାର କରୁଛନ୍ତି।
ଆନ୍ଥ୍ରୋପିକ୍ର ଏହି ଯାତ୍ରା ଦେଖାଇଦେଇଛି ଯେ ଆଗାମୀ ଦିନରେ ବ୍ୟବସାୟର ଶକ୍ତି କେବଳ କାରଖାନା କିମ୍ବା ଷ୍ଟୋର୍ରେ ନୁହେଁ, ବରଂ ନୂଆ ଟେକ୍ନୋଲୋଜି ଓ ନବସୃଜନରେ ମଧ୍ୟ ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
