Claims 2 lives: ବିଷାକ୍ତ ମଦ ପିଇ ଗୁଜରାଟରେ ୨ ମୃତ, ୧୯ ହସ୍ପିଟାଲରେ ଭର୍ତ୍ତି
"ଭାବନଗର: ଗୁଜରାଟର ଭାବନଗର ଜିଲ୍ଲାରେ ବୁଧବାର ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଓ ଅସୁସ୍ଥ ହୋଇଥିବା ଅନ୍ୟ ୧୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ୪ ଜଣ ମଦ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି।
ଗୁଜରାଟରେ ମଦ ଉତ୍ପାଦନ, ବିକ୍ରି ଓ ପିଇବା ମନା ହୋଇଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି।Advertisment ଭାରତ ନିର୍ମିତ ବିଦେଶୀ ମଦ ବ୍ରାଣ୍ଡର ନକଲି ମଦ ବୋତଲ ଭାବନଗର ଜିଲ୍ଲାପାଳ ମନୀଷ କୁମାର କହିଛନ୍ତି ଯେ, ଲୋକମାନେ ଭାରତ ନିର୍ମିତ ବିଦେଶୀ ମଦ ବ୍ରାଣ୍ଡର ନକଲି ବୋତଲରୁ ମଦ ପିଇଥିଲେ।
ପୁଲିସ ଅଧିକ୍ଷକ (ଏସ୍ପି) ନିତେଶ ପାଣ୍ଡେ ସୂଚନା ଦେଇଛନ୍ତି ଯେ, କିଛି ଦିନ ପୂର୍ବେ ଖରକଡି ଗାଁରେ କିଛି ଲୋକ ଏକ ଭାରତ ନିର୍ମିତ ବିଦେଶୀ ମଦ ବ୍ରାଣ୍ଡର ନକଲି ବୋତଲରୁ ମଦ ପିଇଥିଲେ, ଯାହା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା।
ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ଛଅ ଜଣଙ୍କୁ ଚିକିତ୍ସା ପାଇଁ ଭାବନଗରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସାର୍ ଟି ହସ୍ପିଟାଲରେ ସନ୍ଦେହଜନକ ପରିସ୍ଥିତିରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ମୃତ୍ୟୁର ସଠିକ୍ କାରଣ ଯାଞ୍ଚ କରାଯାଉଛି ବୋଲି ନିଲମ ବାଗ୍ ପୁଲିସ ଷ୍ଟେସନ୍ ଇନ୍ସପେକ୍ଟର ଡିପି ଉଦଙ୍କଟ କହିଛନ୍ତି।
ଭର୍ତେଜ୍ ଓ ସହରର ଅନ୍ୟାନ୍ୟ ପୁଲିସ ଷ୍ଟେସନ୍ ଅଞ୍ଚଳର ମଦ ବେପାରୀଙ୍କୁ ଅଟକ ରଖାଯାଇଛି ବୋଲି ଏସ୍ପି ପାଣ୍ଡେ ସାମ୍ବାଦିକମାନଙ୍କୁ କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଏହି ମଦ ବୋତଲ ମଧ୍ୟ ପ୍ରଦେଶରୁ ଆସିଥିବା ଜଣାପଡ଼ିଛି।
ଫରେନସିକ୍ ଟିମ୍କୁ ତଦନ୍ତରେ ସାମିଲ କରାଯାଇଛି।
NEET Exam Security: ନିଟ୍ ପରୀକ୍ଷା ପାଇଁ ବର୍ତ୍ତମାନର ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ: ପେପର ଲିକ୍ ବିବାଦ ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
