CJP Protest : ତୀବ୍ର ହେଉଛି CJP ଆନ୍ଦୋଳନ, ଦିଲ୍ଲୀ ମେଟ୍ରୋର ୧୬ଟି ଷ୍ଟେସନ ବନ୍ଦ

Jul 23, 2026 - 08:36
CJP Protest :  ତୀବ୍ର ହେଉଛି CJP ଆନ୍ଦୋଳନ,  ଦିଲ୍ଲୀ ମେଟ୍ରୋର ୧୬ଟି ଷ୍ଟେସନ ବନ୍ଦ

"ନୂଆଦିଲ୍ଲୀ: ବେକାବୁ ହେଉଛି ଛାତ୍ର ଆନ୍ଦୋଳନ ।

ସିଜେପିର ଆନ୍ଦୋଳନ କାରଣରୁ ଦିଲ୍ଲୀ ମେଟ୍ରାର ୧୬ଟି ଷ୍ଟେସନ ବନ୍ଦ ରହିବ ।

ଆଜି ୭ଟା ୩୦ ମିନିଟ୍‌ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର ୧୬ଟି ଷ୍ଟେସନ ବନ୍ଦ ରହିବ।

ତଥାପି, ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜୀବ ଚୌକ, ମଣ୍ଡି ହାଉସ୍ ଏବଂ କେନ୍ଦ୍ରୀୟ ସଚିବାଳୟ ଷ୍ଟେସନରେ ଇଣ୍ଟରଚେଞ୍ଜ  ସୁବିଧା ଉପଲବ୍ଧ ରହିବ।Advertisment ଅଧିକ ପଢନ୍ତୁ: Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି ଦିଲ୍ଲୀ ମେଟ୍ରୋ  ଜୁଲାଇ ୨୩ ପାଇଁ ଏହି ଅପଡେଟ୍ ଜାରି କରିଛି।

ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି ଷ୍ଟେସନଗୁଡ଼ିକ ବନ୍ଦ ରହିଥିଲା।

ଆଜି ମଧ୍ୟ ଯାତ୍ରୀମାନଙ୍କୁ ଏହି ନୂଆ ସୂଚନା ଅନୁଯାୟୀ ନିଜର ଯାତ୍ରା କରିବାକୁ ପଡ଼ିବ।

ବନ୍ଦ ଥିବା ୧୬ଟି ଷ୍ଟେସନ ମଧ୍ୟରୁ ଅଧିକାଂଶ ଜନ୍ତର ମନ୍ତର ଆଖପାଖ ଅଞ୍ଚଳରେ ଅବସ୍ଥିତ।

ମେଟ୍ରୋ ଷ୍ଟେସନଗୁଡ଼ିକ ପୁଣି କେବେ ଖୋଲିବ, ସେନେଇ DMRC ର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।ବନ୍ଦ ରହିବାକୁ ଥିବା ୧୬ଟି ଷ୍ଟେସନର ତାଲିକା:୧.

ଲୋକ କଲ୍ୟାଣ ମାର୍ଗ୨.

ରାଜୀବ ଚୌକ୩.

ପଟେଲ ଚୌକ୪.

ରାମକୃଷ୍ଣ ଆଶ୍ରମ ମାର୍ଗ୫.

ବାରାଖମ୍ବା ରୋଡ୍୬.

ସୁପ୍ରିମ କୋର୍ଟ୭.

ସେବା ତୀର୍ଥ୮.

ଜନପଥ୯.

ମଣ୍ଡି ହାଉସ୍୧୦.

କେନ୍ଦ୍ରୀୟ ସଚିବାଳୟ  ୧୧.

ଆଇଟିଓ  ୧୨.

ଦିଲ୍ଲୀ ଗେଟ୍୧୩.

ଇନ୍ଦ୍ରପ୍ରସ୍ଥ୧୪.

ଖାନ୍ ମାର୍କେଟ୍୧୫.

ଜୋର୍ ବାଗ୍୧୬.

ଶିବାଜୀ ଷ୍ଟାଡିୟମ   "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।