CJP: ସିଜେପି ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଏବେବି ଜେଲରେ; ଦୀପ୍‌କେଙ୍କୁ କାହିଁକି ମିଳିଲା ଜାମିନ୍‌

Oct 17, 2026 - 22:13
CJP: ସିଜେପି ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଏବେବି ଜେଲରେ; ଦୀପ୍‌କେଙ୍କୁ କାହିଁକି ମିଳିଲା ଜାମିନ୍‌

"ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ୍‌ ଦୀପକେଙ୍କୁ ଶନିବାର ଜାମିନ୍‌ ମିଳି ଯାଇଥିବାବେଳେ ତାଙ୍କ ସଙ୍ଗଠନର ଦୁଇ ମୁଖ୍ୟ ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ରାଙ୍କା ତିହାର ଜେଲରେ ଅଛନ୍ତି।

ଦୀପ୍‌କେ ମୁକ୍ତ ହେବା ପରେ ଅନ୍ୟ ଦୁଇ ସିଜେପି ନେତା ଦାସ ଓ ରାଙ୍କାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ମୋ ଭାଇମାନଙ୍କ ମୁକ୍ତିକୁ ଅପେକ୍ଷା କରିଛି।

ଦୀପ୍‌କେ ମୁକ୍ତ ହୋଇସାରିଥିବାବେଳେ ଦାସ ଓ ରାଙ୍କାଙ୍କୁ କାହିଁକି ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ବୋଲି ଚର୍ଚ୍ଚା ହେଉଛି।Advertisment ଦୀପ୍‌କେ ଶୁକ୍ରବାର କନ୍ନଟପ୍ଲେସରେ "ଲେହରା ଦୋ ତିରଙ୍ଗା" ମାର୍ଚ୍ଚ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ଦିଲ୍ଲୀ ପୁଲିସ ନିଜ ହେପାଜତକୁ ନେଇଯାଇଥିଲା।

ଅନ୍ୟପକ୍ଷରେ ଦାସ ଓ ରାଙ୍କା ଯନ୍ତର ମନ୍ତରଠାରେ ପ୍ରତିବାଦ କରୁଥିବାବେଳେ ଗିରଫ ହୋଇଥିଲେ।

ପୁଲିସ ନିର୍ଦ୍ଦେଶ ସତ୍ତ୍ୱେ ଯନ୍ତରମନ୍ତରରେ ପ୍ରବେଶ କରିବା ଓ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ଦାସ ଓ ରାଙ୍କାକୁ ପାଞ୍ଚ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିଲା।

ରବିବାର ସେମାନଙ୍କ ଭାଗ୍ୟ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁ: Explosion: ହର୍ମୁଜ୍ ପ୍ରଣାଳୀରେ ପୁଣି ମାଇନ୍ ବିସ୍ଫୋରଣ ଶନିବାର ଦୀପ୍‌କେଙ୍କୁ ମନ୍ଦିର ମାର୍ଗରେ ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ (ଏସ୍‌ଇଏମ୍‌)ଙ୍କ ସମ୍ମୁଖରେ ହାଜର କରାଯାଇଥିଲା।

୫୦,୦୦୦ ଟଙ୍କାର ବଣ୍ଡ ଦାଖଲ ଓ ଶାନ୍ତି ଭଙ୍ଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ପରେ ମୁକ୍ତ ହୋଇଥିଲେ।

ଦୀପ୍‌କେଙ୍କ ମୁକ୍ତି ପାଇଁ ସବୁଠୁ ସହାୟକ ହୋଇଥିଲା ପ୍ରତିବାଦ ଶୋଭାଯାତ୍ରା ପର୍ଯ୍ୟନ୍ତ ସେ ପହଞ୍ଚି ନଥିବାବେଳେ ତାଙ୍କୁ ଆଗୁଆ ସତର୍କତାମୂଳକ ଭାବେ ଗିରଫ କରାଯାଇଥିଲା।

ଉଭୟ ମାମଲା ସମାନ ଆଇନ ଅଧୀନରେ ସାମ୍‌ନାକୁ ଆସିଥିଲା।

ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୨୬ ଓ ୧୭୦ ଅନୁଯାୟୀ ନୂତନ ଶାନ୍ତି ଭଙ୍ଗ ମାମଲାରେ ଦୀପ୍‌କେଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଥିଲା ବୋଲି ପୁଲିସ କହିଛି।

ଧାରା ୧୭୦ ପୁଲିସକୁ ଦୃଷ୍ଟାନ୍ତମୂଳକ ଅପରାଧ ରୋକିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଅନୁମତି ଦିଏ ଓ ଧାରା ୧୨୬ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ବଣ୍ଡ ଦାବି କରିବାକୁ କ୍ଷମତା ଦିଏ।

ଅକ୍ଟୋବର ୧୪ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଗଲାବେଳେ ଦାସ, ରାଙ୍କା ଓ ସିଜେପିର ଅନ୍ୟ ଜଣେ ସଦସ୍ୟ ଆଜିଙ୍କ୍ୟ ସିନ୍ଦେଙ୍କ ବିରୋଧରେ ସମାନ ଆଇନ ଲାଗୁ ହୋଇଥିଲା।

ତେବେ ଦାସ ଓ ରାଙ୍କାଙ୍କୁ ଜେଲକୁ ପଠାଯାଇଥିଲାବେଳେ ସିନ୍ଦେଙ୍କୁ ଛଅ ମାସ ପାଇଁ ଶାନ୍ତି ଭଙ୍ଗ କରିବେ ନାହିଁ ବୋଲି ଏକ ବଣ୍ଡରେ ମୁକ୍ତ କରାଯାଇଥିଲା।

ଆହୁରି ପଢନ୍ତୁ: Odisha politics: ବିଜେଡି ମୁଖିଆ ଛାତ୍ର ସମାଜକୁ ବିଭ୍ରାନ୍ତ କରୁଛନ୍ତି: ମନ୍ତ୍ରୀ ସିଜେପି ଆଇନଗତ ମୁଖ୍ୟ ରତ୍ନା ସିଂହ କହିଛନ୍ତି, ଦାସ-ରାଙ୍କା-ସିନ୍ଦେ ମାମଲାରେ, ଏହି ତିନି ଜଣଙ୍କୁ ଅନଧିକାର ପ୍ରବେଶ, ବଣ୍ଡ ଉଲ୍ଲଂଘନ ଓ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବାର ଅଭିଯୋଗ ଆସିଥିଲା।

ଦିଲ୍ଲୀ ପୁଲିସର ଏକ ପ୍ରେସ ନୋଟରେ କୁହାଯାଇଛି ଯେ, ଏସଇଏମ କୋର୍ଟ ଆଶଙ୍କା କରିଥିଲେ ଯେ, ସେମାନେ ମୁକ୍ତ ହେଲେ ପୁଣି ଥରେ ଆଇନ ଉଲ୍ଲଂଘନ କରିପାରନ୍ତି ଓ ଅନ୍ୟମାନଙ୍କୁ ଏପରି କରିବାକୁ ପ୍ରୋତ୍ସାହିତ କରିପାରିବେ।

ତେଣୁ ସେମାନଙ୍କୁ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ।

ଅକ୍ଟୋବର ୧୮‌ ରେ ସେମାନଙ୍କ ହେପାଜତ ମିଆଦି ଶେଷ ହେଉଛି।

ଆହୁରି ପଢନ୍ତୁ: Mission Shakti: ମହିଳା ଓ ବାଳିକାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଆତ୍ମନିର୍ଭରଶୀଳତାକୁ ମଜବୁତ କରିବ ମିସନ ଶକ୍ତି ଫେଜ୍‌-୬.୦ ଅନ୍ୟପକ୍ଷରେ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ୍‌ (ଆଇଏସା) ସଭାପତି ନେହା ବୋରା ମଧ୍ୟ ଶୁକ୍ରବାର ସତର୍କତାମୂଳକ ଭାବେ ଗିରଫ ହୋଇଥିଲେ।

କିନ୍ତୁ ପୁଲିସ ଦିଲ୍ଲୀ ପୁଲିସ ଆଇନର ଧାରା ୬୫ ଅନୁଯାୟୀ ଔପଚାରିକତା ସମାପ୍ତ ହେବା ପରେ ବୋରାଙ୍କୁ ଶନିବାର ଭୋରରୁ ମୁକ୍ତ କରିଥିଲା।

ଦିଲ୍ଲୀ ପୁଲିସ ଆଇନର ଧାରା ୬୫ ପୁଲିସ ନିର୍ଦ୍ଦେଶକୁ ପ୍ରତିରୋଧ କରୁଥିବା କିମ୍ବା ପାଳନ କରିବାକୁ ମନା କରୁଥିବା ଲୋକଙ୍କୁ ଅଟକ ରଖିବା ଓ ଛାଡ଼ିିବାର ଅନୁମତି ଦିଏ।

ଏହିପରି ଅଟକ ସମୟ ଅତିକ୍ରମ ହେବା ପରେ ଶେଷ ହୁଏ ଓ କୌଣସି ମାମଲା ପଞ୍ଜିକୃତ ହୁଏ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)