CJP: ସାମ୍ବାଦିକ, ସିଜେପି ନେତାଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଏସିପି

Oct 14, 2026 - 23:25
CJP: ସାମ୍ବାଦିକ, ସିଜେପି ନେତାଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଏସିପି

"ନୂଆଦିଲ୍ଲୀ: କନ୍ନଟ ‌ପ୍ଲେସ୍‌ରେ ଏସ୍‌ଡିପିଓ (ସବ୍‌ ଡିଭିଜନାଲ ପୁଲିସ ଅଫିସର୍‌) ଭାବେ ମୁତୟନ ହୋଇଥିବା ଆସିଷ୍ଟାଣ୍ଟ୍‌ ପୁଲିସ କମିସନର ବିବେକ ଭଗତ ଆଜି ସାମ୍ବାଦିକ ରୋଜି, ଗଜେନ୍ଦ୍ର ସିଂହ ଏବଂ କକ୍ରୋଚ୍‌ ଜନତା ପାର୍ଟି ନେତା ଅଭିଜିତ ଦୀପେକ, ଆଶୁତୋଷ ରଙ୍କା , ସୌରଭ ଦାସ ଏବଂ ରତ୍ନା ସିଂହଙ୍କ ବିରୋଧରେ ଜାତିଆଣ ଟପ୍ପଣୀ ଦେଇଥିବା, ସର୍ବସାଧାରଣରେ ଅପମାନିତ କରିଥିବା, କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଏବଂ ସୋସିଆଲ ମିଡିଆ ପୋଷ୍ଟ୍‌ ଦ୍ବାରା ତାଙ୍କ ଗରିମାରେ କ୍ଷତି କରିଥିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି।

ଏସ୍‌ସି/ଏସ୍‌ଟି ( ନିର୍ଯାତନା ନିବାରଣ) ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ଅକ୍ଟୋବର ୧୩ ତାରିଖରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ପୁଲିସ ଷ୍ଟେସନ୍‌ରେ ଏତଲା ରୁଜୁ ହୋଇଛି।

Advertisment ଆହୁରି ପଢନ୍ତୁ :Seikh Hasina: "ତୁମ ବାପା ଆସିପାରୁଥିଲେ, ତୁମେ କାହିଁକି ପାରିବନି": ତାରିକ ରହମାନଙ୍କୁ ଶେଖ୍ ହସିନାଙ୍କ କଡ଼ା ସମାଲୋଚନା ଅଭିଯୋଗ ଅନୁଯାୟୀ ଏହି ଘଟଣାଟି ଅକ୍ଟୋବର ୩ ତାରିଖର ।

ଉଲ୍ଲେଖଯୋଗ୍ୟ, ଯନ୍ତର ମନ୍ତରରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ଆନ୍ଦୋଳନ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ମୁକାବିଲା କରିବାପାଇଁ ଭଗତ ମୁତୟନ ହୋଇଥିଲେ।

ଭଗତ ଅଭିଯୋଗ କରିଛନ୍ତି ଯେ ବୁଟା ସିଂହ ରାଉଣ୍ଡଏବାଉଟ୍‌‌ରେ ରୋଜି ତାଙ୍କ ମେଘୱାଲ ଜାତିକୁ ନେଇ ଏକ ଅପମାନଜନକ ଟିପ୍ପଣୀ ଦେଇଥିଲେ ଏବଂ ଏସିପି ଭାବେ ତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଭଗତ କହିଛନ୍ତି, ସେ ସମୟରେ ସେ ସାମ୍ବାଦିକ ରୋଜିଙ୍କ ଟିପ୍ପଣୀକୁ ଅଣଦେଖା କରି ନିଜକୁ ଦିଆଯାଇଥିବା ଦାୟିତ୍ବ ପାଳନ କରିଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ଅପରାହ୍ନ ପ୍ରାୟ ୩ଟା ସମୟରେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକ ରଖୁଥିବା ବେଳେ ରୋଜି ଭଗତଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ଆହୁରି ପଢନ୍ତୁ :Braj Mohan Ram"s BJP Vote-Bank Remark ନୂତନ ରାଜ୍ୟପାଳ ବ୍ରଜମୋହନଙ୍କ "ବିଜେପି ସଂଗଠନ" ମନ୍ତବ୍ୟକୁ ନେଇ ବିବାଦ, କଟାକ୍ଷ କଲେ ନବୀନ ଓ କଂଗ୍ରେସ  ଏସିପି ଦାବି କରିଛନ୍ତି ଯେ ‌ରୋଜି ଏବଂ ତାଙ୍କ ସହଯୋଗୀ ଲଗାତାର ଭାବେ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।

ଏହାପରେ ସେହିଦିନ ସନ୍ଧ୍ୟାାରେ ରୋଜି ଏବଂ ଅନ୍ୟମାନେ ସଂସଦ ଷ୍ଟ୍ରିଟ୍‌ ପୁଲିସ ଷ୍ଟେସନ୍‌ ବାହାରେ ଆନ୍ଦୋଳନ କରି ତାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ଭଗତ କହିଛନ୍ତି, ସର୍ବସାଧାରଣରେ ଏଭଳି ଅଭିଯୋଗ ଦ୍ବାରା ତାଙ୍କ ସମ୍ମାନହାନି ‌ହୋଇଛି।

ଏହି ଅଭିଯୋଗକୁ ନେଇ ଯେଉଁମାନେ ସୋସିଆଲ ମିଡିଆ ପୋଷ୍ଟ୍‌ କରିଥିଲେ ଭଗତ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛନ୍ତି।

ଭଗତ ଅଭିଯୋଗ କରିଛନ୍ତି ଯେ, ରୋଜି, ଗଜେନ୍ଦ୍ର ସିଂହ, ସିଜେପି ନେତା ଅଭିଜିତ ଦୀପ୍‌କେ, ଆଶୁତୋଷ ରଙ୍କା, ସୌରଭ ଦାସ ଏବଂ ରତ୍ନା ସିଂହ ଏକ୍ସ ଓ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ସେୟାର କରିଥିଲେ।

ଭଗତ ଦାବି କରିଛନ୍ତି ଯେ ଏହି ଘଟଣା ତାଙ୍କୁ ପ୍ରବଳ ମାନସିକ ଚାପରେ ରଖିଛି ଏବଂ ଉଭୟ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ସମ୍ମାନରେ କ୍ଷତି ପହଞ୍ଚାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)