Rahul Gandhi: ଅଙ୍କିତା ଭଣ୍ଡାରୀ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା

Oct 14, 2026 - 23:25
Rahul Gandhi: ଅଙ୍କିତା ଭଣ୍ଡାରୀ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା

"ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାଞ୍ଚଲ୍ୟକର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି ପୁଣି ସରଗରମ ହୋଇଛି।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ପହଞ୍ଚି ମୃତ ଅଙ୍କିତା ଭଣ୍ଡାରୀଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଛନ୍ତି।

ବିଜେପିର ବରିଷ୍ଠ ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି କରାଯିବାକୁ ବିରୋଧ କରି ଅଙ୍କିତାଙ୍କ ପରିବାର ଇଣ୍ଡିଆ ଗେଟ୍ ନିକଟରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ ଶୀର୍ଷ ନେତୃତ୍ୱ ସେମାନଙ୍କ ସହ ସାମିଲ ହୋଇଛନ୍ତି।

ଏହି ନିଯୁକ୍ତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛି।Advertisment ଆହୁରି ପଢନ୍ତୁ :RSS: ଆର୍‌ଏସ୍‌ଏସ୍‌ ଶୋଭାଯାତ୍ରା ନେଇ ତାମିଲନାଡୁ ପୁଲିସକୁ ଭର୍ତ୍ସନା କଲେ ହାଇକୋର୍ଟ କଂଗ୍ରେସ ଅଭିଯୋଗ କରିଛି ଯେ, ୨୦୨୨ ମସିହାରେ ଉତ୍ତରାଖଣ୍ଡରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା କଥିତ "ଭିଆଇପି" ପ୍ରସଙ୍ଗ ସହ ଦୁଷ୍ୟନ୍ତ ଗୌତମଙ୍କ ନାମ ଜଡ଼ିତ ରହିଛି।

ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ଓ ତଦନ୍ତ ପ୍ରକ୍ରିୟା ଶେଷ ନହେବା ପୂର୍ବରୁ ତାଙ୍କୁ କେଉଁ ଆଧାରରେ ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଗଲା, ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ସ୍ତରରେ ବିଜେପି ବିରୋଧରେ ଜନ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢନ୍ତୁ :Accident: ହାଟରୁ ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁ!

ରାଜ୍ୟପାଳ ନିଯୁକ୍ତି ପ୍ରତିବାଦରେ ଗତକାଲି ଉତ୍ତରାଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗଣେଶ ଗୋଦିୟାଲ ଡେରାଡୁନର ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗଣ-ଉପବାସରେ ବସିଥିଲେ।

ଗୋଦିୟାଲ କହିଛନ୍ତି ଯେ, ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର କଥିତ ଭିଆଇପି ପ୍ରସଙ୍ଗର ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତାର ସହ ହେବା ଆବଶ୍ୟକ।

ମାତ୍ର କେନ୍ଦ୍ର ସରକାର ତଦନ୍ତ ପ୍ରକ୍ରିୟାକୁ ଚପାଇବା ପାଇଁ ଏଭଳି ନିଯୁକ୍ତି କରିଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି।

ଏହି ଆନ୍ଦୋଳନ ଏବେ ଉତ୍ତରାଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ମହିଳା ସୁରକ୍ଷାକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ବିରୋଧୀ ପ୍ରଶ୍ନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)