Cisf Asi Paramedical Vacancy: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

Jun 08, 2026 - 15:55
Cisf Asi Paramedical Vacancy: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

"ନୂଆଦିଲ୍ଲୀ: ଯଦି ଆପଣ ଚିକିତ୍ସା କିମ୍ବା ପାରାମେଡିକାଲ୍ କ୍ଷେତ୍ର ସହିତ ଜଡିତ ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସୁବର୍ଣ୍ଣ ସୁଯୋଗ ଆସିଛି।

ସିଆଇଏସଏଫ ବିଭିନ୍ନ ପାରାମେଡିକାଲ୍ ଷ୍ଟାଫ୍ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ଘୋଷଣା କରିଛି।

ଏହି ନିଯୁକ୍ତି ଅଭିଯାନ ଅଧୀନରେ, ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଫାର୍ମାସିଷ୍ଟ, ଏକ୍ସ-ରେ ଟେକ୍ନିସିଆନ୍ ଏବଂ ଲ୍ୟାବ୍ ଟେକ୍ନିସିଆନ୍ ଭଳି ପଦବିରେ ନିଯୁକ୍ତି ଦିଆଯିବ।

ଆବେଦନ ପ୍ରକ୍ରିୟା ୨୦୨୬ ଜୁନ୍ ୬ରୁ ଜୁଲାଇ ୭ ପର୍ଯ୍ୟନ୍ତ ସ୍ଥିର କରାଯାଇଛି।

ଆଗ୍ରହୀ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ।Advertisment ଅଧିକପଢ଼ନ୍ତୁ:ବିଶ୍ୱକପ୍ ପୂର୍ବରୁ ଥରିଲା ଆମେରିକା, ଇଂଲଣ୍ଡର ବେସ୍ କ୍ୟାମ୍ପ ନିକଟରେ ଗୁଳିମାଡ଼ କେଉଁ ପଦବି ପାଇଁ ନିଯୁକ୍ତି ଦିଆଯାଉଛି ସିଆଇଏସଏଫ ନିଯୁକ୍ତି ଅଭିଯାନରେ ଫାର୍ମାସିଷ୍ଟ, ଏକ୍ସ-ରେ ଟେକ୍ନିସିଆନ୍, ଏବଂ ଲ୍ୟାବ୍ ଟେକ୍ନିସିଆନ୍ ଭଳି ପଦବି ଅନ୍ତର୍ଭୁକ୍ତ।

ପ୍ରାର୍ଥୀମାନଙ୍କର ଏହି ପଦବି ପାଇଁ ସମ୍ପୃକ୍ତ କ୍ଷେତ୍ରରେ ଡିପ୍ଲୋମା କିମ୍ବା ଆବଶ୍ୟକୀୟ ବୈଷୟିକ ଯୋଗ୍ୟତା ଥିବା ଆବଶ୍ୟକ।

ଏହି ପ୍ରକ୍ରିୟା ମାଧ୍ୟମରେ ମନୋନୀତ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସିଆଇଏସଏଫ ୟୁନିଟରେ ନିୟୋଜିତ କରାଯିବ।

ଯୋଗ୍ୟତା  ଫାର୍ମାସିଷ୍ଟ ପଦବି ପାଇଁ ପ୍ରାର୍ଥୀମାନେ ଫାର୍ମାସିରେ ଡିପ୍ଲୋମା ଏକ୍ସ-ରେ ଟେକ୍ନିସିଆନ୍ ପଦବି ପାଇଁ ରେଡିଓଗ୍ରାଫିରେ ଦୁଇ ବର୍ଷର ଡିପ୍ଲୋମା ଲ୍ୟାବ୍ ଟେକ୍ନିସିଆନ୍ ପଦବି ପାଇଁ ମେଡିକାଲ୍ ଲ୍ୟାବ୍ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ବାଧ୍ୟତାମୂଳକ ରହିଛି।

ବୟସ ସୀମା ଏହି ନିଯୁକ୍ତି ପାଇଁ ବୟସ ସୀମା ୧୮ ରୁ ୨୮ ବର୍ଷ ମଧ୍ୟରେ ରଖାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ କରାଯାଇଛି।

ସେହିପରି ସାଧାରଣ, ଓବିସି ଏବଂ ଇଡବ୍ଲୁଏସ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ଟଙ୍କା ଆବେଦନ ଫି ଦେବାକୁ ପଡିବ।

ତଥାପି ଏସସି, ଏସଟି, ଏବଂ ମହିଳା ପ୍ରାର୍ଥୀ, ଏବଂ ପୂର୍ବତନ ସୈନିକମାନଙ୍କୁ ଆବେଦନ ଫି ଛାଡ଼ କରାଯାଇଛି।

ପେମେଣ୍ଟ ଅନଲାଇନରେ କରିବାକୁ ପଡିବ।

ଚୟନ ପ୍ରକ୍ରିୟା ପ୍ରାର୍ଥୀ ଚୟନରେ ଅନେକ ପର୍ଯ୍ୟାୟ ସାମିଲ କରାଯାଇଛି।

ପ୍ରାରମ୍ଭରେ, ଏକ ଲିଖିତ ପରୀକ୍ଷା କରାଯିବ।

ପରବର୍ତ୍ତୀ ସମୟରେ, ସଫଳ ପ୍ରାର୍ଥୀମାନଙ୍କୁ ଏକ ଶାରୀରିକ ମାନକ ପରୀକ୍ଷା ପାଇଁ ଡକାଯିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଏକ ମୌଳିକ ବୃତ୍ତିଗତ ଦକ୍ଷତା ପରୀକ୍ଷା ଅନ୍ତର୍ଭୁକ୍ତ ହେବ।

ସମସ୍ତ ପର୍ଯ୍ୟାୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ।

ଏହା ପରେ ଚୂଡ଼ାନ୍ତ ମେରିଟ୍ ତାଲିକା ପ୍ରକାଶ ପାଇବ।

କିପରି କରିବେ ଆବେଦନ ପ୍ରଥମେ, cisfrectt.cisf.gov.in ରେ ସିଆଇଏସଏଫର ସରକାରୀ ୱେବସାଇଟ୍ ପରିଦର୍ଶନ କରନ୍ତୁ।'ସିଆଇଏସଏଫ ପାରାମେଡିକାଲ୍ ନିଯୁକ୍ତି ୨୦୨୬' ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।'ନୂତନ ପଞ୍ଜୀକରଣ' ଉପରେ କ୍ଲିକ୍ କରି ପଞ୍ଜିକରଣ କରନ୍ତୁ।ପଞ୍ଜିକରଣ ପରେ, ଆପଣଙ୍କର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଲଗ୍ ଇନ୍ କରନ୍ତୁ।ସମସ୍ତ ଆବଶ୍ୟକୀୟ ବିବରଣୀ ଠିକ୍ ଭାବରେ ପୁରଣ କରି ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।ଫର୍ମ ପୂରଣ କରିବା ପରେ 'ସବମିଟ୍' ବଟନ୍ ଉପରେ କ୍ଲିକ୍ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।