Attack: ଦୁଇ ବାଇକ୍‌ରେ ଆସିଲେ, ଯୁବକଙ୍କୁ ହାଣିଲେ ୫ ଦୁର୍ବୃତ୍ତ

Jun 08, 2026 - 15:55
Attack: ଦୁଇ ବାଇକ୍‌ରେ ଆସିଲେ, ଯୁବକଙ୍କୁ ହାଣିଲେ ୫ ଦୁର୍ବୃତ୍ତ

"କାମାକ୍ଷାନଗର: କାମାକ୍ଷାନଗର ଥାନା ଚୁଳିଆ ଗାଁ ନିକଟରେ ବାଇକରେ ଯାଉଥିବା ଯୁବକଙ୍କୁ ୫ଜଣ ଦୁର୍ବୃତ୍ତ ଆସି ହାଣିଲେ।

ଯୁବକଜଣଙ୍କ ଭୁବନର ରାକେଶ କୁମାର ଦାସ ହୋଇଥିବା ବେଳେ ସେ ନିଜ ଘରୁ ମେରାମୁଣ୍ଡୁଳି ଓପିଟିସିଏଲରେ କାର୍ଯ୍ୟସ୍ଥଳକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି।Advertisment କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କାମାକ୍ଷାନଗର ଥାନା ଚୁଳିଆ ଗାଁ ନିକଟରେ ଦୁଇଟି ବାଇକରେ ଆସି ୫ ଜଣ ଦୁର୍ବୃତ୍ତ ତାଙ୍କୁ ହାଣିଲେ ଆଉ ତାଙ୍କ ଠାରୁ ମନି ପର୍ସ ନେଇଗଲେ ।ତାଙ୍କ ହାତ ଗୋଡ଼ରେ ଗଭୀର ଆଘାତ ଲାଗିଛି ।

କାମାକ୍ଷାନଗର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଖବର ପାଇ କାମାକ୍ଷାନଗର ଥାନା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ କରୁଛି ।

କିନ୍ତୁ ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଦୁର୍ବୃତ୍ତମାନଙ୍କ ଟେର୍ ପାଇନି ପୁଲିସ୍।

ଆହୁରି ପଢ଼ନ୍ତୁ: Jahangir Khan Arrested: ଟିଏମସିର "ପୁଷ୍ପା" ଜାହାଙ୍ଗୀର ଖାନ ନେପାଳରୁ ଗିରଫ: ଭୟରେ ଫାଲଟାରେ ନିର୍ବାଚନ ମଇଦାନ ଛାଡି ପଳାଇଥିଲେ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।