Circuit House: ସର୍କିଟ ହାଉସରୁ ବନ୍ଧୁକ ମିଳିବ ଘଟଣା: ଯୁବନେତା ନିଲମ୍ବିତ, ଅଧିକାରୀଙ୍କ ପାଳି କେବେ?

Aug 22, 2026 - 09:35
Circuit House: ସର୍କିଟ ହାଉସରୁ ବନ୍ଧୁକ ମିଳିବ ଘଟଣା: ଯୁବନେତା ନିଲମ୍ବିତ, ଅଧିକାରୀଙ୍କ ପାଳି କେବେ?

"ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଶ୍ରୟ ଦେବା ଓ ବେଆଇନ ମାରଣାସ୍ତ୍ର କାରବାର ଘଟଣା ଏବେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ଏହି ସମ୍ବେଦନଶୀଳ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ଅନ୍ୟପକ୍ଷରେ, ଏହି ସାରା ବିବାଦରେ ସ୍ଥାନୀୟ ପ୍ରଶାସନର ଭୂମିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, ଶ୍ରୀ ପାଶ୍ୱାନଙ୍କ ସୁପାରିଶକ୍ରମେ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ପାନପୋଷ ଉପ-ଜିଲ୍ଲାପାଳ ଅପରାଧୀଙ୍କ ନାମରେ ବେଆଇନ ଭାବେ ରୁମ୍ ଆବଣ୍ଟନ କରିଥିଲେ।

ସର୍କିଟ୍ ହାଉସର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ଏହି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଏହି ଘଟଣାକୁ ନେଇ ରାଉରକେଲାର ବୁଦ୍ଧିଜୀବୀ, ସଚେତନ ନାଗରିକ ତଥା ବିଭିନ୍ନ ଦଳର ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗିରଫ ଅପରାଧୀଙ୍କ ସହ ସିଧାସଳଖ ଯୋଗସୂତ୍ର ଥିବା ଓ ସେମାନଙ୍କୁ ସରକାରୀ ଅତିଥି ଭବନରେ ରହିବା ପାଇଁ ସେ ସହାୟତା କରିଥିବା ସଙ୍ଗିନ ଅଭିଯୋଗ ହେବାପରେ ପ୍ରକାଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

କିନ୍ତୁ ଯେଉଁ ସରକାରୀ ଅଧିକାରୀ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ସରକାରୀ ବ୍ୟବସ୍ଥା ଯୋଗାଇଥିଲେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରିନି।Advertisment ଉପଜିଲ୍ଲାପାଳ ମୁହଁ ଖୋଲୁନାହାନ୍ତି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲେ ସୁଦ୍ଧା ଉପଜିଲ୍ଲାପାଳ ମୁହଁ ଖୋଲୁନାହାନ୍ତି।

ତଦନ୍ତର ଦ୍ବାହି ଦେଇ ଉପଜିଲ୍ଲାପାଳ ମାଷ୍ଟର୍‌ମାଇଣ୍ଡ୍‌କୁ ଖୋଲାଖୋଲି ସମର୍ଥନ ଦେଉଛନ୍ତି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟକଳାପରେ ଆରମ୍ଭରୁ ସନ୍ଦେହ ସୃଷ୍ଟି ‌ହେଉଛି।

ସର୍କିଟ୍‌ ହାଉସ୍‌ରେ ୨୦ରୁ ଅଧିକ ଦିନ ଧରି ଅପରାଧୀ ରହୁଥିଲେ ସୁଦ୍ଧା, କର୍ତ୍ତୃପକ୍ଷ ଜାଣିନପାରିବା ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ହୋଇନପାରେ।

ଉଲ୍ଲେଖଯୋଗ୍ୟ, ଗତ ୧୪ ଓ ୧୫ ତାରିଖରେ ଉପମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ସର୍କିଟ୍‌ ହାଉସ୍‌ରେ ଅବସ୍ଥାନ କରିଥିଲେ।

ଅନ୍ତତଃ ସେତେବେଳେ ପ୍ରତିଷେଧାତ୍ମକ ପଦକ୍ଷେପ ସ୍ବରୂପ ରାଉରକେଲାସ୍ଥ ସର୍କିଟ୍‌ ହାଉସ୍‌ର ତଦାରଖ ବି କରାଯାଇନଥିଲା।

ପ୍ରକୃତରେ ଉପଜିଲ୍ଲାପାଳଙ୍କୁ ଆଉ ଜଣେ ବରିଷ୍ଠ ଅଧିକାରଙ୍କୀ ଆକୁଣ୍ଠ ସମର୍ଥନ ରହିଛି।

ଯେହେତୁ ଉକ୍ତ ବରିଷ୍ଠ ଅଧିକାରୀ ଶ୍ରୀ ପାଶ୍ବାନଙ୍କ ଅତ୍ୟନ୍ତ ଘନିଷ୍ଠ, ଏଣୁ ସମସ୍ତ ନୀତିନିୟମ ଉଲ୍ଲଂଘନକରି ଦୁଇ ଅଧିକାରୀ ସମସ୍ତ ପ୍ରମାଣ ନଷ୍ଟ କରିବାର ଅଭିଯୋଗକୁ ଏଡ଼ାଇ ଦିଆଯାଇନପାରେ।

ଏହି ସ୍ପର୍ଶକାତର ଘଟଣା ବିଷୟରେ ରାଜ୍ୟ ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କା କହିଛନ୍ତି, ଏହି ଘଟଣାରେ ପ୍ରଶାସନର ଯେ ଶତ ପ୍ରତିଶତ ଭୁଲ୍‌ ଅଛି, ସେଥିରେ ଦ୍ବିମତ ନାହିଁ।

ସର୍କିଟ୍‌ ହାଉସ୍‌କୁ କିଏ ଆସିଲା, କିଏ ରହିଲା, ତାହା ନିରୀକ୍ଷଣ କରିବା ସଂପୃକ୍ତ ଅଧିକାରୀଙ୍କ ଦାୟିତ୍ବ; କିନ୍ତୁ ଏହି ଘଟଣାରରେ ତାହା ଦେଖିବାକୁ ମିଳିନି।

ଆମ ସରକାର ଶୂନ୍ୟ ଅପରାଧକୁ ବିଶ୍ବାସ କରେ।

ଏଭଳି ଏକ ସଙ୍ଗିନ ଘଟଣାକୁ ଅଣଦେଖା କରାଯାଇପାରିବନି।

କନିଷ୍ଠ ହୁଅନ୍ତୁ କିମ୍ବା ବରିଷ୍ଠ ଅଧିକାରୀ, ଯାହାର ବି ସଂପୃକ୍ତି ଥିବ, ସମସ୍ତଙ୍କ ବିରୋଧରେ କାର୍ଯନୁଷ୍ଠାନ ନିଆଯିବ।

Medicines: ଫିଙ୍ଗିଦେଲେ ଲକ୍ଷଲକ୍ଷ ଟଙ୍କାର ଔଷଧ: ବ୍ୟବସ୍ଥାପନ ଓ ବର୍ଜ୍ୟନଷ୍ଟ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)