China couple trade wedding: ବାହାଘରରେ ନୂଆ ଟ୍ରେଣ୍ଡ୍‌! ଅତିଥିଙ୍କୁ ଉପହାର ବଦଳରେ ଟଙ୍କା

Oct 22, 2026 - 08:10
China couple trade wedding: ବାହାଘରରେ ନୂଆ ଟ୍ରେଣ୍ଡ୍‌! ଅତିଥିଙ୍କୁ ଉପହାର ବଦଳରେ ଟଙ୍କା

"ନୂଆଦିଲ୍ଲୀ: ବାହାଘର ହେବ ତ ଧୁମ୍‌ଧାମ୍‌ରେ ହେବ!

ଘର ଆଗରେ ଦାମୀ ଗାଡ଼ିର ଲମ୍ବା ଲାଇନ୍‌।

ଡିଜେର ତାଳେ ତାଳେ ନାଚିବେ ବରଯାତ୍ରୀ।

ରଙ୍ଗିନ ଆଲୋକରେ ଝଲସିବ ବିବାହ ମଣ୍ଡପ।

ଆଉ ସବୁ ସ୍ମୃତିକୁ କଏଦ୍‌ କରିବାକୁ ରହିବେ ଫଟୋଗ୍ରାଫର୍‌ ଓ ଭିଡିଓଗ୍ରାଫର୍‌।

ବାହାଘର କହିଲେ ଆମ ମନକୁ ଏମିତି କିଛି ଚିତ୍ର ଆସେ।

କିନ୍ତୁ ବାହାଘରରେ ଏସବୁ ନଥିଲେ କ"ଣ ବାହାଘର ଅଧୁରା ରହିଯିବ?

ନା ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଲକ୍ଷ ଲକ୍ଷ ଟଙ୍କା?

ଏମିତି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି ଚୀନ୍‌ର ଏକ ଦମ୍ପତି।

ନା ବ୍ୟାଣ୍ଡ୍‌ ବାଜା, ନା ଦାମୀ ଗାଡ଼ି, ନା ଭିଡିଓ ସୁଟ୍‌।

ହେଲେ ଅତିଥିଙ୍କ ଖାଇବାରେ କୌଣସି ସାଲିସ୍‌ ନାହିଁ।

ଓଲଟା ଅତିଥିଙ୍କୁ ଉପହାର ଦେଇଛନ୍ତି ନଗଦ ଟଙ୍କା।

ଏବେ ଏହି ନିଆରା ବାହାଘରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା।

ଚୀନ୍‌ର ଝେଜିଆଙ୍ଗ ପ୍ରଦେଶରେ ରହୁଥିବା ଏହି ଦମ୍ପତିଙ୍କ ବାହାଘର ଏବେ ଚର୍ଚ୍ଚାରେ।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, କନ୍ୟା ଝୁ ନିଙ୍ଗବୋ ସହରର ହୋଇଥିବା ବେଳେ ବର ୱାଙ୍ଗ ତାଇଝୋଉର ବାସିନ୍ଦା।

ଉଭୟଙ୍କ ବୟସ ପ୍ରାୟ ୩୦ ବର୍ଷ।

ସେପ୍ଟେମ୍ବରରେ ନିଜ ନିଜ ସହରରେ ସେମାନେ ବିବାହ ଉତ୍ସବ ଆୟୋଜନ କରିଥିଲେ।

ହେଲେ ପାରମ୍ପରିକ ବିବାହର ଅନେକ ଆଡ଼ମ୍ବରକୁ ସେମାନେ ଛାଡ଼ି ଦେଇଥିଲେ।Advertisment ଏହି ବାହାଘରକୁ କୁହାଯାଉଛି "ଫୋର୍‌ ନୋଜ୍‌" ୱେଡିଂ ବା "ଚାରିଟି ନାହିଁ" ବାହାଘର।

ଅର୍ଥାତ୍‌ କନ୍ୟାଙ୍କୁ ଆଣିବା ପାଇଁ କୌଣସି ବଡ଼ ଆୟୋଜନ ନାହିଁ, ଦାମୀ ଗାଡ଼ିର କାଫିଲା ନାହିଁ, କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆଙ୍କର ନାହାନ୍ତି କି ଭିଡିଓ ସୁଟ୍‌ ପାଇଁ ଭିଡିଓଗ୍ରାଫର୍‌ ନାହାନ୍ତି।

ହେଲେ ଆଡ଼ମ୍ବର ଛାଡ଼ିଲେ ବୋଲି ଅତିଥିଙ୍କ ଆତିଥ୍ୟରେ କାଟଛାଣ୍ଟ କରିନାହାନ୍ତି ଏହି ଦମ୍ପତି।

କନ୍ୟାଙ୍କ ସହର ନିଙ୍ଗବୋରେ ହୋଇଥିବା ଭୋଜିରେ ଲାଗିଥିଲା ୪୫ଟି ଟେବୁଲ୍‌।

ଅତିଥିଙ୍କ ଖାଇବା ପାଇଁ ପ୍ରାୟ ୭୦ ହଜାର ଚୀନ୍‌ ୟୁଆନ୍‌ ଖର୍ଚ୍ଚ କରିଥିଲେ।

ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୯ରୁ ୧୦ ଲକ୍ଷ ଟଙ୍କା।

ଦାମୀ ସିଫୁଡ୍‌ ସହ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପରସା ଯାଇଥିଲା।

କେବଳ ସେତିକି ନୁହେଁ, ଚୀନ୍‌ରେ ବିବାହ ସମୟରେ ଅତିଥିଙ୍କୁ ସିଗାରେଟ୍‌ ଉପହାର ଦେବାର ପରମ୍ପରା ରହିଛି।

ହେଲେ ଏହି ଦମ୍ପତି ସିଗାରେଟ୍‌ ବଦଳରେ ଲାଲ୍‌ ଲଫାପାରେ ନଗଦ ଟଙ୍କା ଦେଇଥିଲେ।

ପ୍ରତ୍ୟେକ ଅତିଥିଙ୍କୁ ୨୦୦ରୁ ୩୦୦ ୟୁଆନ୍‌ ଉପହାର ଦେଇଥିବା ରିପୋର୍ଟରେ କୁହାଯାଇଛି।

Marco Rubio: ଭାରତର ଆନ୍ଦୋଳନକୁ ନେଇ ମାର୍କୋ ରୁବିଓଙ୍କ ବଡ଼ ବୟାନ, ଜାତିସଂଘ ବିଶେଷଜ୍ଞଙ୍କ ସମାଲୋଚନାକୁ ପ୍ରତ୍ୟାଖ୍ୟାନ ତେବେ କାହିଁକି ଏମିତି ନିଆରା ନିଷ୍ପତ୍ତି ନେଲେ ଏହି ଦମ୍ପତି?

କନ୍ୟା ଝୁଙ୍କ କହିବା ଅନୁସାରେ, ଉଭୟେ ଶାନ୍ତ ସ୍ୱଭାବର।

ଅଧିକ ହୋହଲ୍ଲା ଓ ଭିଡ଼ଭାଡ଼ ସେମାନଙ୍କୁ ପସନ୍ଦ ନୁହେଁ।

ଅନ୍ୟମାନଙ୍କ ବାହାଘରରେ ଅତ୍ୟଧିକ ଆୟୋଜନ ଯୋଗୁଁ ବରକନ୍ୟାଙ୍କଠାରୁ ଆରମ୍ଭ କରି ପରିବାର ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଥକି ପଡ଼ୁଥିବା ସେ ଦେଖିଥିଲେ।

ଏପରିକି ବାହାଘର ଆୟୋଜନ କରୁ କରୁ ଯଦି ବାପାମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଏ, ତେବେ ଏଭଳି ଆଡ଼ମ୍ବରର ଅର୍ଥ କ"ଣ ବୋଲି ପ୍ରଶ୍ନ କରିଥିଲେ ଝୁ।

ପ୍ରଥମେ ପରିବାର ଲୋକେ ଏହି ନିଷ୍ପତ୍ତିରେ ରାଜି ହୋଇନଥିଲେ ମଧ୍ୟ ପରେ ସହମତ ହୋଇଥିଲେ।

ଏହି ଦମ୍ପତି ବିବାହର ଭିଡିଓ ମଧ୍ୟ କରାଇନଥିଲେ।

କାରଣ ବିବାହ ପରେ କେତେ ଜଣ ବାରମ୍ବାର ସେହି ଭିଡିଓ ଦେଖନ୍ତି ବୋଲି ଝୁ ପ୍ରଶ୍ନ କରିଥିଲେ।

ତେବେ ଫଟୋକୁ ଗୁରୁତ୍ୱ ଦେଇଥିଲେ ଉଭୟେ।

ନିଜ ପସନ୍ଦର ସ୍ଥାନରେ ଫଟୋ ଉଠାଇବା ପାଇଁ ଚୀନ୍‌ର ୟୁନ୍ନାନ୍‌ ପ୍ରଦେଶର ୟୁଲୋଙ୍ଗ୍‌ ସ୍ନୋ ମାଉଣ୍ଟେନ୍‌କୁ ଯାଇଥିଲେ।

ଏହି ଖବର ସାମ୍ନାକୁ ଆସିବା ପରେ କେହି କେହି ଦମ୍ପତିଙ୍କ ସରଳତାକୁ ପ୍ରଶଂସା କରୁଥିବା ବେଳେ ଆଉ କେହି ପାରମ୍ପରିକ ରୀତିନୀତି ଛାଡ଼ିବା ଠିକ୍‌ ନୁହେଁ ବୋଲି ମତ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)