Children: ଜ୍ବରରେ କମ୍ପୁଛି ଯୁବାପଦର, ୨ ଶିଶୁ ମୃତ: ୨୦ରୁ ଊର୍ଧ୍ବ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ମେଡିକାଲ୍ ଟିମ୍
"କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ କୁଚେଇପଦର ପଞ୍ଚାୟତର ଯୁବାପଦର ଗ୍ରାମରେ ଜ୍ବର ଆତଙ୍କ ଦେଖାଦେଇଛି।
ଗତ ୨୪ ଘଣ୍ଟାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଧ୍ବ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ମୃତ ଦୁଇ ଶିଶୁ ହେଲେ ଗାଁର ଖଗେଶ୍ବର ମାଝୀଙ୍କ ୪ବର୍ଷର ପୁଅ ସୁବାସ ମାଝୀ, ଦୁର୍ଯ୍ୟ ପୂଜାରୀଙ୍କ ୪ ବର୍ଷର ପୁଅ ପିଙ୍କୁ ପୂଜାରୀ।
ଖବର ପାଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରାମ ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ଶନିବାର ସନ୍ଧ୍ୟାରେ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଯୋଗାଇ ଦେଇଛନ୍ତି।
ରବିବାର ଡଙ୍ଗାସିଲ୍ ଏଏନ୍ଏମ୍ ଗାଁକୁ ଯାଇ ସ୍ଥିତି ନିରୀକ୍ଷଣ କରି ଫେରିଥିବା କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନେତ୍ରାନନ୍ଦ ନାୟକ କହିଛନ୍ତି।
Advertisment Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ ଗତ ଦୁଇ ଦିନ ହେଲା ଗାଁରେ ଜ୍ବର ଆତଙ୍କ ଦେଖାଦେଇଛି।
ଦୁଇ ଶିଶୁ ଜ୍ବରରେ ପୀଡ଼ିତ ହେବା ପରେ ପରିବାର ଲୋକ ଡୁମ୍ବାଗୁଡ଼ାସ୍ଥିତ ବେସରକାରୀ କ୍ଲିନିକରେ ଚିକିତ୍ସା କରିଥିଲେ।
ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା।
ପ୍ରଥମେ ଖଗେଶ୍ବରଙ୍କ ପୁଅର ମୃତ୍ୟୁ ହୋଇଥିଲା।
ସନ୍ଧ୍ୟାରେ ଦୁର୍ଯ୍ୟଙ୍କ ପୁଅର ମୃତ୍ୟୁ ପରେ ଗାଁରେ ମେଡିକାଲ ଟିମ୍ ପହଞ୍ଚିଥିଲା।
ବ୍ଲକର ଗୋରଖପୁର ପଞ୍ଚାୟତ ସଦରରେ ମଧ୍ୟ ୩୦ରୁ ଅଧିକ ଜ୍ବରରେ ପୀଡ଼ିତ ଥିବା ବେଳେ ଅଧିକାଂଶଙ୍କ ରକ୍ତ ନମୁନାରେ ଟାଏଫଏଡ୍ ଚିହ୍ନଟ ହୋଇଛି।
କାଶୀପୁର ବ୍ଲକରେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଥିଲେ ମଧ୍ୟ କୁଚେଇପଦର, ଡଙ୍ଗାସିଲ, ଗୋରଖପୁର, ସୁଙ୍ଗେର, ଟିକିରି ପିଏଚ୍ସିରେ ଖାଲି ପଡ଼ିଥିବା ଡାକ୍ତର ପଦବି ସରକାର ପୂରଣ କରୁନାହାନ୍ତି।
ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗ୍ରାମରେ ୨୦୨୪ରେ ଡିପଥେରିଆରେ ୫ ଶିଶୁଙ୍କ ଜୀବନ ଯାଇଥିଲା।
୨୦୨୩ରେ ବ୍ଲକରେ କଲେରା ବ୍ୟାପିବା କାରଣରୁ ୨୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା।
Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

