Child Protection: ସୁନ୍ଦରଗଡ଼ରେ ଶିଶୁ ସୁରକ୍ଷା ଯୋଜନା ବାଟବଣା: ୫୦% ବ୍ଲକ୍ରେ ନାହିଁ ଶିଶୁଯତ୍ନ ଅନୁଷ୍ଠାନ
"ରାଉରକେଲା: ପିତୃମାତୃହୀନ ଶିଶୁମାନଙ୍କୁ ମୌଳିକ ସୁବିଧାସୁଯୋଗ ସହ ସୁରକ୍ଷା ଯୋଗାଇଦେବାକୁ ସରକାରଙ୍କର ଅନେକ ଯୋଜନା ରହିଛି।
ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁ ସୁରକ୍ଷା ଯୋଜନା ବାଟବଣା ହୋଇଛି।
ଶିଶୁମାନଙ୍କ ଥଇଥାନ ପାଇଁ ଜିଲ୍ଲାରେ ହେମଗିରି, ବାଲିଶଙ୍କରା, ସୁନ୍ଦରଗଡ଼, କୁତ୍ରା, ବେଲସରା, ରାଉରକେଲା, ଜଗଦା ଏମିତି ୭ଟି ସ୍ଥାନରେ ୮ଟି ପଞ୍ଜୀକୃତ ଶିଶୁଯତ୍ନ ଶିକ୍ଷାନୁଷ୍ଠାନ (ସିସିଆଇ) ରହିଛି।
୫ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୩୫୦ ପିଲା ରହୁଛନ୍ତି।
ଏତଦ୍ବ୍ୟତୀତ ୫ଟି ଅଣପଞ୍ଜୀକୃତ ଅନୁଷ୍ଠାନ ରହିଛି, ଯେଉଁଠି ପ୍ରାୟ ୫୦୦ରୁ ଅଧିକ ପିଲା ରହୁଛନ୍ତି।
ଯେଉଁ ୮ଟି ପଞ୍ଜୀକୃତ ସିସିଆଇ ରହିଛି, ସେଥିରୁ ମାତ୍ର ୪ଟି ଅନୁଷ୍ଠାନ ସରକାରୀ ସୁବିଧା ସୁଯୋଗ ପାଉଛି।Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ୮ଟି ସିସିଆଇ ପଞ୍ଜୀକୃତ, ୪କୁ ସରକାରୀ ସହାୟତା ଅନ୍ୟ ୪ଟି ଓ ଅଣପଞ୍ଜୀକୃତ ଅନୁଷ୍ଠାନଗୁଡ଼ିକୁ କିଛି ସୁବିଧା ସୁଯୋଗ ମିଳୁନି।
ସରକାରୀ ଅନୁଦାନ ମିଳୁଥିବା ସିସିଆଇରେ ରହୁଥିବା ପିଲାପିଛା ସରକାର ମାସକୁ ୩ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି।
ଏମାନେ ଏସବୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି।
ପଞ୍ଜୀକୃତ ଓ ସରକାରୀ ସୁବିଧା ପାଇଁ ପ୍ରତିବର୍ଷ ଆବେଦନ କରୁଛନ୍ତି।
ଜିଲ୍ଲାର ବିଭାଗୀୟ ଅଧିକାରୀ ରାଜ୍ୟ ସରକାରଙ୍କୁ ପଠାଉଛନ୍ତି।
ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଉଛନ୍ତି।
ହେଲେ କିଛି ସୁଫଳ ମିଳୁନି।
ଏସବୁ କାରଣରୁ ଜିଲ୍ଲାର ଉପାନ୍ତ ବ୍ଲକ୍ କୋଇଡ଼ା, ଗୁରୁଣ୍ଡିଆ, ଲହୁଣିପଡ଼ା, ବଣାଇ, ନୂଆଗାଁ, କୁଆରମୁଣ୍ଡା ଆଦି ୫୦% ବ୍ଲକ୍ରେ ସିସିଆଇ ଖୋଲିପାରୁନି।
ଯେଉଁଠି ପିତୃମାତୃବିହୀନ ପିଲାମାନେ ଦିଗଭ୍ରଷ୍ଟ ହେଉଛନ୍ତି।
ବଞ୍ଚିବାକୁ କିଏ ହୋଟେଲ, ଗ୍ୟାରେଜ୍ ଓ ଦୋକାନରେ କାମ କରୁଛି।
ପୁଣି ଅନ୍ୟ କେଉଁ ବ୍ଲକ୍ରେ ନାବାଳିକାମାନେ ରୋଜଗାର ଆଶାରେ ବାହାରେ ଦାଦନ ଖଟୁଛନ୍ତି।
ଦିଲ୍ଲୀ, ମୁମ୍ବାଇ, ସୁରତରେ ବନ୍ଧା ପଡୁଛନ୍ତି।
Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ ନିରାଶ୍ରୟ ପିଲାଙ୍କ ଦେଖାରଖା ପାଇଁ ଜିଲ୍ଲାରେ ଦୁଇଟି ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ରହିବା ପରିବର୍ତ୍ତେ ରହିଛି ଗୋଟିଏ।
ଯଦି ପ୍ରତି ବ୍ଲକ୍ରେ ଗୋଟିଏ ଲେଖାଏଁ ସିସିଆଇ ଖୋଲାଯାଇପାରନ୍ତା ତେବେ ପିତୃମାତୃବିହୀନ ଶିଶୁମାନେ ସେମାନଙ୍କ ଅଧିକାର ପାଇପାରେନ୍ତ।
ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି, ସିସିଆଇ ପ୍ରସ୍ତାବିତ ଫାଇଲ ରାଜ୍ୟ ସରକାରଙ୍କୁ ପଠାଯାଉଛି।
ରାଜ୍ୟ ସରକାର କେନ୍ଦ୍ରର ଅନୁମୋଦନ ପାଇଁ ପଠାଉଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଗାମୀ ଦିନରେ ବାତ୍ସଲ୍ୟ ସଦନ ଖୋଲିବାକୁ ଯାଉଛି।
ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଓ ଅଧ୍ୟକ୍ଷା ବବିତା ମହାପାତ୍ର କହିଛନ୍ତି, ଶିଶୁ ସୁରକ୍ଷାକୁ ସରକାର ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।
ଅଧିକରୁ ଅଧିକ ସିସିଆଇ ଖୋଲା ଯାଇପାରିଲେ ଜିଲ୍ଲାରେ ପିତୃମାତୃବିହୀନ ଶିଶୁମାନେ ସେମାନଙ୍କର ଅଧିକାର ପାଇପାରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
