Child Labour: ବିଶ୍ବ ଶିଶୁଶ୍ରମିକ ନିରୋଧ ଦିବସ

Jun 12, 2026 - 11:04
Child Labour: ବିଶ୍ବ ଶିଶୁଶ୍ରମିକ ନିରୋଧ ଦିବସ

"ଆଜି ବିଶ୍ବ ଶିଶୁଶ୍ରମିକ ନିରୋଧ ଦିବସ।

ବିଶ୍ବବ୍ୟାପୀ ଶିଶୁ ଶ୍ରମ ପ୍ରଥାର ସଂପୂର୍ଣ୍ଣ ଉଚ୍ଛେଦ ଲକ୍ଷ୍ୟରେ ଆନ୍ତର୍ଜାତିକ ଶ୍ରମିକ ସଂଘ (ଆଇଏଲ୍‌ଓ) ପକ୍ଷରୁ ୨୦୦୨ ମସିହାରୁ ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି।

ବିଶେଷ କରି ଶିଶୁଶ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାକୁ ଚିରଦିନ ପାଇଁ ବନ୍ଦ କରିଦେବା ଲକ୍ଷ୍ୟରେ ବ୍ୟକ୍ତିବିଶେଷ, ସଂଗଠନ ଓ  ସରକାରମାନଙ୍କୁ ଉତ୍ସାହିତ କରାଯାଉଛି।

ବାସ୍ତବରେ ଶିଶୁଶ୍ରମିକ ପରି କୁତ୍ସିତ ପ୍ରଥା ଶିଶୁମାନଙ୍କର ସ୍ବାଭାବିକ ଶୈଶବ, ସେମାନଙ୍କର ଅଧିକାର ଓ ନିରୀହତାକୁ ଛଡ଼ାଇ ନେଉଛି।

ଏଥି ସହିତ ଏହା ସେମାନଙ୍କ ସ୍ବାଭାବିକ ଜୀବନଶୈଳୀ ଓ ଶିକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଦେଉଛି।Advertisment Nabarangpur: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ମାସ ବିତିଲା; ମେଡିକାଲ କଲେଜ ପାଇଁ ବାହାରିଲାନି ବିଜ୍ଞପ୍ତି ସେମାନଙ୍କୁ ଶୋଷଣ କରାଯାଇ ଏପରି କଠିନ ପରିସ୍ଥିତିରେ କାମ କରିବାକୁ ବାଧ୍ୟ କରାଯାଉଛି, ଯାହା ବିପଦପୂର୍ଣ୍ଣ ସାବ୍ୟସ୍ତ ହେଉଛି।

ସମ୍ପ୍ରତି ପୃଥିବୀରେ ୧୩.୮ କୋଟି ଶିଶୁଶ୍ରମିକ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବା ଆକଳନ କରାଯାଏ।

ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଶିଶୁ ବିପଦପୂର୍ଣ୍ଣ ପରିବେଶରେ କାମ କରୁଛନ୍ତି; ଦାସତ୍ବ, ବଳପୂର୍ବକ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ଦେହ ବ୍ୟବସାୟ ପରି ବେଆଇନ କାର୍ଯ୍ୟକଳାପ ସମେତ ସଶସ୍ତ୍ର ସଂଘର୍ଷରେ ଜଡ଼ିତ ଅଛନ୍ତି।

ତେଣୁ ଏଥିପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ସହ ସଚେତନତା ସୃଷ୍ଟି ପାଇଁ "ଆଇଏଲ୍‌ଓ" ଏହି ଦିବସ ପାଳନ ଉପରେ ଗୁରୁତ୍ବାରୋପ କରି ଆସୁଛି।

ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି "ଶିଶୁଶ୍ରମକୁ ରେଡ୍‌ କାର୍ଡ: ଶିଶୁଙ୍କୁ ନ୍ୟାୟ, ପ୍ରାପ୍ତବୟସ୍କଙ୍କୁ ଭଲ କାମ।" ଏହି ଅଭିଯାନ ଶିଶୁଶ୍ରମ ପ୍ରଥାର ମୂଳ କାରଣକୁ ଦୂର କରିବା ଲାଗି ଆହ୍ବାନ କରୁଛି।

Water crisis: ଖଣିଜ ପୂର୍ଣ୍ଣ ଅଞ୍ଚଳରେ ଜଳ କଷ୍ଟ; କୂଅରେ ଖଞ୍ଜା ହୋଇଛି ୨୨ ପମ୍ପ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।