Child Helpline 1098 ଦଶପଲ୍ଲାରୁ ୧୦ ବର୍ଷର ନାବାଳକକୁ ଉଦ୍ଧାର
"ଦଶପଲ୍ଲା(ବାପି ପଣ୍ଡା): ଦଶପଲ୍ଲା ଅଞ୍ଚଳରୁ ଆଜି ଚାଇଲ୍ଡ ହେଲ୍ପଲାଇନ୍ ପକ୍ଷରୁ ଜଣେ ୧୦ ବର୍ଷର ନାବାଳକଙ୍କୁ ଉଦ୍ଧାର କରାଯାଇଛି।
ଏହି ନାବାଳକ ଜଣଙ୍କ ଗଞ୍ଜାମ ଜିଲ୍ଲା ରୁଢ଼ାପଦର ଅଞ୍ଚଳରୁ ଘରୁ ଏକ ବସ୍ ଯୋଗେ ଦଶପଲ୍ଲାକୁ ଚାଲି ଆସିଥିଲେ।
Advertisment Child Rescued from Delhi metro: ଦିଲ୍ଲୀ ମେଟ୍ରୋରୁ ଚୋରି ହୋଇଯାଇଥିବା ଶିଶୁ ୭ ମାସ ପରେ ଉଦ୍ଧାର ମିଳିଥିବା ସୂଚନାରେ, ନାବାଳକ ଜଣକ ବସ୍ଷ୍ଟାଣ୍ଡ ଆଖପାଖ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାରୁ ସ୍ଥାନୀୟ ଲୋକ ଚାଇଲ୍ଡ ହେଲ୍ପଲାଇନ୍ ଟିମ୍କୁ ଜଣାଇଥିଲେ।
ନୟାଗଡ଼ ଚାଇଲଡ୍ଡ ହେଲ୍ପ ଲାଇନ୍ନ କାଉନସସିଲର ଚନ୍ଦ୍ରଶେଖର ବେହେରା ଓ କେଶ ୱାର୍କର ଗୌରବ ରାଉତ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ।
ପରେ ଶିଶୁଟିର ସୁରକ୍ଷା ଓ ଯତ୍ନ ପାଇଁ ତାଙ୍କ ପରିବାର ସହ ଯୋଗାଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ଶିଶୁଟିକୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ ସମିତିରେ ହାଜର କରାଯିବା ସହ ନୟାଗଡ଼ ଉତ୍କଳ ବାଳାଶ୍ରମରେ ରଖାଯାଇଛି।
ଶିଶୁଟିକୁ ପଚରାଉଚରା ବେଳେ ତାର ଉଭୟ ପିତା, ମାତାଙ୍କର ମୃତ୍ୟୁ ଘଟିଥିବା ଓ ପିଲାଟି ମାମୁଁ ଘରେ ରହୁଥିବା ଜଣାଯାଇଛି।
କିଛି କାମପାଇଁ ସେ ବସ୍ ମାଧ୍ୟମରେ ଦଶପଲ୍ଲା ଆସିଛି ବୋଲି ଜଣାପଡ଼ିଛି।
Khordha: ଶିଶୁପୁତ୍ର ଚୋରି ମାମଲା ପର୍ଦ୍ଦାଫାଶ: ଚୋରି କରି ନାଟକ ରଚିଥିଲା ବାପା, ଶିଶୁ ଉଦ୍ଧାର, ବାପା ଓ ସାବତ ମା" ଗିରଫ ଯେ କୌଣସି ଶିଶୁ ବିପଦରେ ଥିବା କିମ୍ବା ସହାୟତାର ଆବଶ୍ୟକତା ଥିବା ଦେଖିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନକୁ ୧୦୯୮ ନମ୍ବରରେ ସୂଚନା ପ୍ରଦାନ କରିବା ପାଇଁଚାଇଲ୍ଡ ହେଲ୍ପଲାଇନ୍ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।