Don't Believe Rumours କୋଭିଡ-୧୯ର ଗୁଜବ କିମ୍ବା ଅପପ୍ରଚାରରେ ବିଶ୍ବାସ କରନ୍ତୁନାହିଁ, ସଚେତନ ରୁହନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ
"ଭୁବନେଶ୍ୱର: ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋରୋନାର ନୂତନ ଭୂତାଣୁ ସଂକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଓ ୭ ଜଣ ଅସୁସ୍ଥ ହୋଇଥିବା କଥା ଜଣାପଡ଼ିବା ପରେ ଓଡ଼ିଶାର ସୀମାନ୍ତ ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା।
ତେବେ ଏହାପରେ ସଂକ୍ରମଣକୁ ନେଇ ବିଭିନ୍ନ ଗୁଜବ ପ୍ରସାରିତ ହେଉଛି।
ଏଭଳି ଗୁଜବ କିମ୍ବା ଅପପ୍ରଚାରକୁ ବିଶ୍ବାସ ନକରି ସଚେତନ ରହିବାକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
Advertisment Andhra COVID Cases ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ: ୨ ମୃତ ଓ ୮ ଆକ୍ରାନ୍ତ, ଓଡ଼ିଶାରେ ସତର୍କତାମୂଳକ ପଦକ୍ଷେପସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.
ମୁକେଶ ମହାଲିଙ୍ଗ ଏଥିରେ ଅଧ୍ୟକ୍ଷତା କରିଥିଲେ।
ବିଭିନ୍ନ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।
ବୈଠକ ପରେ ବିଭାଗ ପକ୍ଷରୁ ଜାରି ପ୍ରେସ୍ବାର୍ତ୍ତାରେ ସେ କହିଛନ୍ତି, ବର୍ତ୍ତମାନ ଏ ବାବଦରେ କୌଣସି ବ୍ୟସ୍ତ ହୁଅନ୍ତୁନାହିଁ ।
ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ନିରନ୍ତର ସମନ୍ୱୟରେ ଅଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଜନସାଧାରଣଙ୍କୁ ଅନୁରୋଧ କରି କୌଣସି ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ଅଥବା ଭୟଭୀତ ନହୋଇ ସଚେତନ ରହିବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି ।
Covid infection in Andhra: ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ, ଓଡ଼ିଶାକୁ ଭୟ ଘାରିଲାଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ଵତୀ ଏସ., ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡ଼ି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।