31 OCTOBER 2026

Welcome!

Unlock your personalized experience.
Sign Up

Child dead: ଖେଳିବା ବେଳେ ନଈରେ ପଡ଼ି ୩ ବର୍ଷର ଶିଶୁ ମୃତ

Oct 31, 2026 - 22:12
Child dead: ଖେଳିବା ବେଳେ ନଈରେ ପଡ଼ି ୩ ବର୍ଷର ଶିଶୁ ମୃତ

ଗଣିଜାଙ୍ଗ (ରମେଶ ଚନ୍ଦ୍ର ପତି):ଭଦ୍ରକଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଗଦା କାଶୀପୁର ତରଡ଼ିପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁ ଖେଳୁ କପାଳୀ ନଈରେ ପଡ଼ିଯିବାରୁ ସନାତନ ଜେନାଙ୍କ ୩ ବର୍ଷର ପୁଅ ସିଦ୍ଧାର୍ଥ ଜେନାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୧ଟା ୩୦ ମିନିଟ୍‌ ସମୟରେ ଗ୍ରାମର ଜଣେ ବ୍ୟକ୍ତି ନଈରେ ଶିଶୁଟି ଭାସୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରିବା ସହ ତା’ର ପରିବାର ଲୋକଙ୍କୁ ଖବର ଦେଇଥିଲେ। 

ତେବେ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ପରିବାର ଲୋକେ ତୁରନ୍ତ ୧୦୮ ଯୋଗେ ଶିଶୁଟିକୁ ପ୍ରଥମେ ବରପଦା ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ତରଡ଼ିପାଳ ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି। ଏକ ଛୋଟ ଶିଶୁର ଅକାଳ ମୃତ୍ୟୁରେ ପରିବାରବର୍ଗଙ୍କ ସମେତ ଗ୍ରାମବାସୀ ମର୍ମାହତ ହୋଇପଡ଼ିଛନ୍ତି।

Death: ଅଭାବନୀୟ ଘଟଣା: ମୃତ୍ୟୁ ପରେ ବି ୧୨ ଘଣ୍ଟା ଟ୍ରେନ୍‌ରେ ପଡ଼ିରହିଲା ମୃତଦେହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)