Child be massaged: ଶିଶୁଙ୍କ ମାଲିସ କେତେ ବୟସ ପର୍ଯ୍ୟନ୍ତ କରିବା

Aug 17, 2026 - 07:54
Child be massaged: ଶିଶୁଙ୍କ ମାଲିସ କେତେ ବୟସ ପର୍ଯ୍ୟନ୍ତ କରିବା

"ଭାରତରେ ନବଜାତ ଶିଶୁ ଓ ଛୋଟ ପିଲାଙ୍କ ମାଲିସ୍‌ କରିବା ଏକ ପୁରୁଣା ପରମ୍ପରା।

ବିଶ୍ବାସ କରାଯାଏ ଯେ ନିୟମିତ ମାଲିସ ଦ୍ବାରା ଶିଶୁକୁ ଆରାମ ମିଳିଥାଏ ଓ ନିଦ ଭଲ ହୋଇଥାଏ।

ତେବେ ଅନେକ ପିତାମାତାଙ୍କ ମନରେ ପ୍ରଶ୍ନ ଆସେ ଯେ ଶିଶୁର ମାଲିସ କେତେ ଦିନ କରିବା ଉଚିତ।

Advertisment Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌ ଯଦି ଶିଶୁ ସୁସ୍ଥ ଅଛି ତେବେ ଜନ୍ମର କିଛିଦିନ ପରେ ହାଲୁକା ହାତରେ ମାଲିସ ଆରମ୍ଭ କରାଯାଇପାରେ।

ଠିକ୍‌ ସମୟ ଓ ଉପାୟ ଜାଣିବା ପାଇଁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦେବା ଭଲ।

ପ୍ରଥମ ଏକବର୍ଷ ପର୍ଯ୍ୟନ୍ତ ନିୟମିତ ଓ ହାଲୁକା ହାତରେ ମାଲିସ କରିବା ଫଳପ୍ରଦ ହୋଇଥାଏ।

ଏହାପରେ ମଧ୍ୟ ଯଦି ଶିଶୁ ମାଲିସ ପସନ୍ଦ କରେ ତେବେ ୨ରୁ ୩ ବର୍ଷ ବୟସ ପର୍ଯ୍ୟନ୍ତ ଆବଶ୍ୟକତା ଅନୁସାରେ ମାଲିସ କରାଯାଇପାରେ।

ତେବେ ଏହା କୌଣସି ବାଧ୍ୟତାମୂଳକ ନିୟମ ନୁହେଁ।

ଶିଶୁ ବଡ଼ ହେବାସହିତ ଆବଶ୍ୟକତା ଓ ପସନ୍ଦ ଅନୁସାରେ ନିଷ୍ପତ୍ତି ନିଆଯାଇପାରେ।

ମାଲିସର ଫାଇଦା: ନିୟମିତ ଓ ଠିକ୍‌ ଉପାୟରେ କରାଯାଇଥିବା ମାଲିସ ଦ୍ବାରା ଶିଶୁ ଆରାମ ଅନୁଭବ କରେ ଓ ନିଦ ଭଲ ହୁଏ।  ମାଲିସ ଦ୍ବାରା ପିତାମାତା ଓ ଶିଶୁ ମଧ୍ୟରେ ଆତ୍ମୀୟତା ଓ ସମ୍ପର୍କ ମଜବୁତ ହୁଏ।  କେତେକ ଶିଶୁଙ୍କ କ୍ଷେତ୍ରରେ ମାଲିସ ପରେ ବିରକ୍ତ ଭାବ କମିଯାଏ ଓ ଶରୀରରକୁ ଶାନ୍ତି ମିଳିଥାଏ।ଯଦି ଶିଶୁ କାନ୍ଦୁଥାଏ, ଜ୍ୱର ଥାଏ କିମ୍ବା ଦେହ ଖରାପ ଥାଏ, ତେବେ ଆଦୌ ମାଲିସ କରିବା ଉଚିତ ନୁହେଁ।

Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media