Chief Minister's Special Relief Fund: ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ରିଲିଫ ପାଣ୍ଠିରୁ ଆସିଥିବା ରିଲିଫ୍ ହୋଇଗଲା ଚୋରି

Aug 25, 2026 - 13:27
Chief Minister's Special Relief Fund: ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ରିଲିଫ ପାଣ୍ଠିରୁ ଆସିଥିବା ରିଲିଫ୍ ହୋଇଗଲା ଚୋରି

"ଦଶରଥପୁର: ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆସିଥିବା ରିଲିଫ ସାମଗ୍ରୀ ବୋଝେଇ ଟ୍ରକ୍ ରୁ ଚୋରି ହୋଇଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି।

ଆଜି ଦଶରଥପୁର ବ୍ଲକ ଜନଶୁଣାଣୀ ଶିବିରରେ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ ଏନେଇ ଜିଲ୍ଲାପାଳ ଅମ୍ବର କୁମାର କର ଓ  ଦଶରଥପୁର ଥାନାରେ ଲିଖିତ  ଅଭିଯୋଗ ଦେଇ ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।Advertisment ଅଭିଯୋଗ ଅନୁଯାୟୀ  ଦଶରଥପୁର ବ୍ଲକ ଅଞ୍ଚଳବାସୀ ଦୀର୍ଘଦିନ ଧରି ବନ୍ୟାରେ ପ୍ରଭାବିତ ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କହୁଛନ୍ତି।

ବିପନ୍ନଙ୍କ ନିମନ୍ତେ ବିଭିନ୍ନ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ଦଶରଥପୁର ବନ୍ୟା ପ୍ରଭାବିତ ପଞ୍ଚାୟତ ମାନଙ୍କରେ ବଣ୍ଟା ଯାଉଛି।

ଏହି କ୍ରମରେ  ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ସହାୟତା ପାଣ୍ଠିର ନାମ ଓ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କିଛି ରିଲିଫ ବୋଝେଇ ଟ୍ରକ୍ ଦଶରଥପୁର ବ୍ଲକ ଅଭିମୁଖେ ଆସିଥିବା ଦେଖାଯାଇଥିଲା।

ଜିଲ୍ଲାପାଳ ନିକଟରେ ଅଭିଯୋଗ ତେବେ ଟ୍ରକ୍‌ଗୁଡ଼ିକ ବ୍ଲକର କୌଣସି ସରକାରୀ ସ୍ଥାନରେ ଆଜି ସୁଦ୍ଧା ପହଞ୍ଚିନଥିବା ଅଭିଯୋଗ ହୋଇଛି।

ଫଳରେ ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ସାମଗ୍ରୀ କେଉଁଠାକୁ ଗଲା ଏବଂ ଏହା ପଛରେ କାହାର ହାତ ଅଛି,ତାକୁ ନେଇ ପ୍ରଶ୍ନ ଉଠିଛି।ଅଭିଯୋଗକାରୀ  ମଲ୍ଲିକ ରିଲିଫ ସାମଗ୍ରୀର ଗତିପଥ ଓ ଟ୍ରକ୍‌ଗୁଡ଼ିକର ଅବସ୍ଥିତି ସମ୍ପର୍କରେ ତୁରନ୍ତ ତଦନ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ୍ ପାଣ୍ଠିର ସାମଗ୍ରୀ ଉଦ୍ଧାର କରି ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚାଇ ସୁଚାରୁରୂପେ ଏହାର ବଣ୍ଟନ ପାଇଁ ଦାବି କରିଛନ୍ତି।

ଏ ନେଇ ୨୦ଟି ପଞ୍ଚାୟତର ସରପଞ୍ଚ ଓ ଜିଲ୍ଲା ପରିଷଦର ସଭ୍ୟାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଉତ୍ତର ପ୍ରଦେଶ ପାଇଁ ୩ ରଣଜୀ ଦଳ ଦାବି କଲେ ଜେନ୍‌-ଜି କ୍ରିକେଟର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)