Chhatrapur: ଛତ୍ରପୁର ଡିଆରଡିଏ ଛକରେ ଦୁର୍ଘଟଣା; ପାର୍କିଂ କାର୍ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍ ଓ ଟ୍ରକ୍
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି।
ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଏକ କାର୍ ଉପରେ ଟିପିଏସ୍ଓଡିଏଲ୍ର ସଚେତନତା ପିକ୍ଅପ୍ ଭ୍ୟାନ୍ ଓ ଏକ ଟ୍ରକ୍ ଚଢ଼ିଯିବା ଫଳରେ କାର୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ତେବେ ସୌଭାଗ୍ୟବଶତଃ କାର୍ ମାଲିକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।
Advertisment ଆହୁରି ପଢନ୍ତୁ : PM Modi: ୭୫ ବର୍ଷ ମଧ୍ୟରେ ବଳଦ ଗାଡ଼ିରୁ ବୁଲେଟ୍ ଟ୍ରେନ୍, ଡାକ ଚିଠିରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅଗ୍ରଗତି କରିଛି ଭାରତ: ପ୍ରଧାନମନ୍ତ୍ରୀ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର୍ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହିଥିଲା।
ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟିପିଏସ୍ଓଡିଏଲ୍ର ସଚେତନତା ପିକ୍ଅପ୍ ଭ୍ୟାନ୍କୁ ଭୁବନେଶ୍ୱରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା।
ଧକ୍କା ଫଳରେ ଉଭୟ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା କାର୍ ଉପରେ ପଡ଼ିଯାଇଥିଲେ।
ଏଥିରେ କାର୍ଟି ଚାପି ହୋଇ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା।
ଆହୁରି ପଢନ୍ତୁ : Neglect: ଖୋଲାଖୋଲି ବିକ୍ରି ହେଉଛ ଅପମିଶ୍ରିତ ଖାଦ୍ୟ, ଚଢ଼ଉରେ ଶିଥିଳତା କାର୍ରୁ ଓହ୍ଲାଇ ପଡ଼ିଥିବା ବ୍ରହ୍ମପୁରର ରଜତ ପାଣିଗ୍ରାହୀ ଏହି ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଭଗବାନଙ୍କ କୃପାରୁ ତାଙ୍କ ଜୀବନ ବଞ୍ଚିଗଲା ବୋଲି ସେ କହିଛନ୍ତି।
ଖବର ପାଇ ଛତ୍ରପୁର ଥାନା ପୁଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପରେ ଜେସିବି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ଆହୁରି ପଢନ୍ତୁ : Rayagada: ରାୟଗଡ଼ା ରେଳମଣ୍ଡଳର ଦନ୍ତେୱାଡ଼ା– କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍ ପ୍ରାଥମିକ ଭାବେ ପିକ୍ଅପ୍ ଭ୍ୟାନ୍ର ଭୁଲ୍ ଦିଗରେ ଚଳାଚଳ ଏବଂ କାର୍ଟିର ଅସୁରକ୍ଷିତ ଢଙ୍ଗରେ ପାର୍କିଂ ଏହି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଛି।
ତେବେ ଏଭଳି ଅବହେଳା ଯୋଗୁଁ ଏକ ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ରକ୍ଷା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
