Neglect: ଦୁଃଖ କେହି ଶୁଣିଲେଣି; ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ!

Aug 04, 2026 - 23:19
Neglect: ଦୁଃଖ କେହି ଶୁଣିଲେଣି; ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ!

"ବାରିପଦା: ଗ୍ରାମବାସୀଙ୍କର ଦୁଃଖ କେହି ଶୁଣିଲେ ନାହିଁ।

ଶେଷରେ ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ।

ମୟୂରଭଂଜ ଜିଲ୍ଲା ସଦର ମହକୁମାର ବାରିପଦା ପୌରପାଳିକା ଅନ୍ତର୍ଗତ ଭୁଗୁଡ଼ାକଟା ନୂଆସାହି-ଅମୃତ ପାର୍କ ସଂଯୋଗକାରୀ ମାତ୍ର ୫୦ ମିଟର ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରି ଆସୁଛନ୍ତି।

Advertisment ଦୀର୍ଘ ବର୍ଷ ହେଲା ଲୋକମାନେ ବର୍ଷା ଦିନେ ବହୁ ହଇରାଣ ହୋଇ ଆସୁଛନ୍ତି।

ଯାନବାହନ ଚଳାଚଳ କରି ପାରୁନାହିଁ।

ପ୍ରଶାସନ ନ ଶୁଣିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଇଟା-ଗୋଡ଼ି ପକାଇ ରାସ୍ତା ମରାମତି କରିଛନ୍ତି।

ଯଦି ସେହି ରାସ୍ତାକୁ ପ୍ରଶାସନ ପକ୍ଷରୁ ପକ୍କା କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ରାକ୍ଷୀ ନାୟକ ଓ କାଦମ୍ବିନୀ ମଞ୍ଜରୀ ଦେଓ ଚେତାବନୀ ଦେଇଛନ୍ତି।

ଉକ୍ତ ରାସ୍ତା କାମ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି।

Nine people donated land: ଗାଁ କଲ୍ୟାଣ ପାଇଁ ଜମିଦାନ କଲେ ୯ ଜଣ: ଗ୍ରାମବାସୀଙ୍କ ଉଦ୍ୟମରେ ପୋଖରୀକୁ ଫିଟିଲା ରାସ୍ତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।