Chess: ରାଜ୍ୟ ୧୩ବର୍ଷରୁ କମ୍ ଚେସ୍: ମନୀଷ ଓ ନୈନିକା ବିଜେତା, ସତ୍ୟ, ରଞ୍ଜନ ସମ୍ବର୍ଦ୍ଧିତ
"ଭୁବନେଶ୍ବର: ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ତତ୍ତ୍ୱାବଧାନରେ ଯାଜପୁର ୟୁନାଇଟେଡ୍ ଚେସ୍ ଆସୋସିଏସନ୍ (ଜୁକା) ଦ୍ୱାରା ଆୟୋଜିତ ଓଡ଼ିଶା ରାଜ୍ୟ ୧୩ ବର୍ଷରୁ କମ୍ ଓପନ୍ ଏବଂ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ୍ ଯାଜପୁରର ଜରକାସ୍ଥିତ ଧର୍ମଶାଳା ଇନ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି।
ଉଦ୍ଯାପନୀ ଉତ୍ସବରେ ଜୁକା ସଭାପତି ତପନ ସାରଙ୍ଗୀ ଏବଂ ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ଚେସ୍ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।
ସେହିଭଳି ରଞ୍ଜନ ମହାନ୍ତି (ଆଇଆରଏସ, ଆୟକର ସହାୟକ କମିଶନର ଏବଂ ଏଆଇସିଏଫ୍ ଇଭେଣ୍ଟସ୍ କମିସନର)ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।
Advertisment Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍ ପ୍ରତିଯୋଗିତାର ଓପନ୍ ବିଭାଗରେ ମନୀଷ ମିଶ୍ର (ଖୋର୍ଦ୍ଧା) ବିଜେତା ହୋଇଥିଲା ବେଳେ ସାୟାଂଶ ଦାସ ଉପବିଜେତା ଏବଂ ସନାଲ ବୈଭବ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବାଳିକା ବର୍ଗରେ ନୈନିକା ସାହୁ (ଖୋର୍ଦ୍ଧା) ବିଜୟିନୀ ହୋଇଥିଲେ।
ସେହିଭଳି ଆର୍ନିକା ଦାସ ଉପବିଜୟିନୀ ଏବଂ ସାରଦା ଭାଗ୍ୟ କାମିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବିଭିନ୍ନ ବୟସ ବର୍ଗର ଯୁବ ଚାମ୍ପିଅନମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଟ୍ରଫି ସହିତ ସମ୍ମାନିତ କରାଯାଇଥିଲା।
ଜୁକାର ଯୁଗ୍ମ ସଚିବ ରଶ୍ମି ରଞ୍ଜନ ସାହାଣୀଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ସମାରୋହ ଶେଷ ହୋଇଥିଲା।
Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।